ନୂଆଦିଲ୍ଲୀ,୨୦/୦୩ : ମଧ୍ୟପ୍ରାଚ୍ୟରେ ଏକ ଅଘୋଷିତ ଯୁଦ୍ଧ ଜାରି ରହିଛି । ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ମହାଯୁଦ୍ଧ ଭିତରେ ଇରାନକୁ ବଡ଼ ଝଟକା ଲାଗିଛି । ରାଜଧାନୀ ତେହେରାନରୁ ଏକ ବଡ ଖବର ଆସିଛି । ଲାରିଜାନୀଙ୍କ ମୃତ୍ୟୁ ପରେ ଆଉ ଏକ ବଡମୁଣ୍ଡ ଗଡିଛି । ଇରାନ ସରକାରୀ ଗଣମାଧ୍ୟମ ସୂଚନା ଅନୁସାରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ହୋଇଥିବା ଆକ୍ରମମରେ ଆଇଆରିଜିସିର ମୁକ୍ୟପାତ୍ର ଅଲି ମହମ୍ମଦ ନୈନିଙ୍କର ମୃତ୍ୟୁ ହୋଇଛି । ଆଇଆରଜିସି ହେଉଛି ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ ଏବଂ ଅର୍ଥନୈତିକ ପ୍ରତିଷ୍ଠାନ ଯାହା ସିଧାସଳଖ ସର୍ବୋଚ୍ଚ ନେତାଙ୍କୁ ରିପୋର୍ଟ କରେ । ଗତ ମାର୍ଚ୍ଚ ୧୭ ତାରିଖରେ ଇରାନ ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ ହୋଇଥିଲେ ।

ଆଇଆରଜିସି ପ୍ରବକ୍ତା ଅଲି ମହମ୍ମଦ ନୈନିଙ୍କ ମୃତ୍ୟୁ ଇରାନ ନେତୃତ୍ୱ ପାଇଁ ଚତୁର୍ଥ ବଡ଼ କ୍ଷତି । ଗତ କିଛି ଦିନ ମଧ୍ୟରେ ଇରାନ ଆଉ ୩ ଜଣ ପ୍ରଭାବଶାଳୀ ଅଧିକାରୀଙ୍କୁ ହାରଇଛି । ପୂର୍ବତନ ସାଂସଦ ବରିଷ୍ଠ ବାଚସ୍ପତି ଏବଂ ବରିଷ୍ଠ ପରାମର୍ଶଦାତା ଅଲି ଲାରିଜାନି, ବାସିଜ ସ୍ୱେଚ୍ଛାସେବକ ବାହିନୀର ମୁଖ୍ୟ ସୁଲେମାନି ଏବଂ ଇରାନର ଗୁପ୍ତଚର ମନ୍ତ୍ରୀ ଇସମାଇଲ ଖାତିବ ପ୍ରାଣ ହରାଇଛନ୍ତି । ଅପରେସନ ଏପିକ୍ ପ୍ୟୁରି ଅଂଶ ଭାବରେ ଆମେରିକା ଏବଂ ଇସ୍ରାଏଲୀ ସେନା ଇରାନର ରଣନୈତିକ ସ୍ଥାନ ଏବଂ ନେତ୍ୱତ୍ୱକୁ ଟାର୍ଗେଟ କରିଚାଲିଛି । ଟ୍ରମ୍ପ ପୂର୍ବରୁ ଦାବି କରିଥିଲେ କି ଅନେକ ଇରାନ ନୌସେନା ଜାହାଜ ଏବଂ ମାଇନ ଲେୟରଗୁଡିକୁ ଧ୍ୱଂସ କରାଯାଇଛି । ଆୟତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଇଆରଜିସି ମୁଖପାତ୍ର ଅଲି ମହମ୍ମଦ ନୈନି  ୧୯୮୦-୮୮ ଇରାନ ଏବଂ ଇରାକ ଯୁଦ୍ଧରେ ଆଗଧାଡିରେ କାର୍ଯ୍ୟ କରିଥିଲେ । ପ୍ରାୟୟ ୮ ବର୍ଷ ଧରି ସେ ବିଭିନ୍ନ ଭୂମିକାରେ କାର୍ଯ୍ୟ କରିଥିଲେ । କଦର ବାଟାଲିୟନର ଜନସମ୍ପର୍କ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ସରପୋଲ-ଏ ଜାହାବର ଆବୁଜାର ବାରାକରେ ଜନସମ୍ପର୍କ ଏବଂ ଅପରେସନ ମଧ୍ୟ ପରିଚାଳନା କରିଥିଲେ । ନଜାଫ ମୁଖ୍ୟାଳୟରେ ଫ୍ରଣ୍ଟଲାଇନ ପ୍ରଚାର ପାଇଁ ଡେପୁଟି ଭାବେ କାର୍ଯ୍ୟ କରିଥିଲେ ।​​​​​​​

ଏହା ବି ପଢନ୍ତୁ...ଇରାନକୁ ବଡ଼ ଝଟକା; ସତ ହେଲା ଇସ୍ରାଏଲ ଦାବି, ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ  

ସପ୍ତାହରେ ଇରାନକୁ ୪ର୍ଥ ଝଟକା- ଏହି ସପ୍ତାହରେ ଇରାନ ସରକାର ଏବଂ ସାମରିକ ନେତୃତ୍ୱ ପାଇଁ ଏହା ଚତୁର୍ଥ ବଡ଼ ଆଘାତ । ଯେଉଁଠାରେ ଆକ୍ରମଣରେ ଦେଶ ଅନ୍ୟ ୩ ଜଣ ଶୀର୍ଷ ଅଧିକାରୀ - ଅଲି ଲାରିଜାନି , ଘୋଲାମରେଜା ସୁଲେମାନି ଏବଂ ଇସମାଇଲ ଖାତିବଙ୍କୁ ହରାଇଛି । ଫେବୃଆରୀ ୨୮ ତାରିଖରେ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବିନିମୟ ଆରମ୍ଭ ହୋଇଥିଲା । ଏହି ସପ୍ତାହରେ ଇସ୍ରାଏଲ ଦକ୍ଷିଣ ପାର୍ସ ଗ୍ୟାସ ଫିଲ୍ଡରେ ଆକ୍ରମଣ କରିବା ସହିତ ତୀବ୍ର ଉତ୍ତେଜନା ଦେଖାଦେଇଥିଲା ଏବଂ ଇରାନ କତାରରେ ବିଶ୍ୱର ସର୍ବବୃହତ ଏଲଏନଜି ପ୍ଲାଣ୍ଟ - ରାସ ଲାଫାନ ସୁବିଧାକୁ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା ।