ତେହରାନ : ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିୟାନ ପଡ଼ୋଶୀ ଦେଶ ଗୁଡ଼ିକୁ କ୍ଷମା ମାଗିଛନ୍ତି। କହିଛନ୍ତି ଏବେ ଇରାନ ସେହି ଦେଶ ଗୁଡ଼ିକ ଉପରେ ଆଉ ଆକ୍ରମଣ କରିବ ନାହିଁ। ପେଜେଶକିୟାନ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି , ମୋତେ ଲାଗୁଛି ଯେ, ସେହି ପଡୋଶୀ ଦେଶଗୁଡ଼ିକୁ କ୍ଷମା ମାଗିବା ଜରୁରି, ଯାହାଙ୍କ ଉପରେ ଆକ୍ରମଣ ହେଉଛି। ସେ କହିଥିଲେ – ଆମର ପଡୋଶୀ ଦେଶ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ଆମେ ଶାନ୍ତି ଓ ସ୍ଥିରାବସ୍ଥା ବଜାୟ ରଖିବା ପାଇଁ ସଂପୃକ୍ତ ଅଞ୍ଚଳରେ ସହଯୋଗର ଅପିଲ କରୁଛୁ।

ଆହୁରି ମଧ୍ୟ ପଢନ୍ତୁ : ଚର୍ଚ୍ଚାରେ ‘ବ୍ଲୁ ସ୍ପାରୋ’ : ଖାମେନିଙ୍କୁ ମାରିବା ପାଇଁ ଇସ୍ରାଏଲ ଛାଡ଼ି ଥିଲା ଏହି ବିପଜ୍ଜନକ ମିସାଇଲ

ପେଜେଶକିୟାନ କହିଛନ୍ତି , ସେନା ବାହିନୀ ଗୁଡ଼ିକୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏବେ ଠାରୁ ପଡୋଶୀ ଦେଶ ଗୁଡ଼ିକ ଉପରେ ସେପର୍ଯ୍ୟନ୍ତ ଆକ୍ରମଣ କରନାହିଁ, ଯେପର୍ଯ୍ୟନ୍ତ ଆମ ଉପରେ ସେମାନେ ଆକ୍ରମଣ କରି ନାହାନ୍ତି। ସେ କହିଛନ୍ତି- ଯେଉଁ ଲୋକେ ଏହି ସୁଯୋଗର ଫାଇଦା ଉଠାଇ ଇରାନ ଉପରେ ଆକ୍ରମଣ କରିବାକୁ ଭାବୁଛନ୍ତି , ସେମାନେ ସାମ୍ରାଜ୍ୟବାଦର କାଠ ପୁତୁଳା(ପପେଟ୍) ହେବା ଉଚିତ ନୁହେଁ। ସେ କହିଛନ୍ତି , ଇସ୍ରାଏଲ କିମ୍ୱା ଆମେରିକାର ସମର୍ଥନ କରିବା ଇଜ୍ଜତ ଓ ସ୍ୱାଧୀନତାର ରାସ୍ତା ନୁହେଁ।

ଏହା ପୂର୍ବରୁ , ସାଉଦୀ ଆରବର ପ୍ରତିରକ୍ଷା ମନ୍ତ୍ରୀ ପ୍ରିନ୍ସ ଖାଲିଦ ବିନ ସଲମାନ ଦେଶର ସାମରିକ ଠିକଣା ଓ ତୈଳ କେନ୍ଦ୍ର ଗୁଡ଼ିକ ଉପରେ ହୋଇଥିବା ତୁହାକୁ ତୁହା ମିସାଇଲ ଓ ଡ୍ରୋନ୍ ଆକ୍ରମଣ ପରେ ଇରାନକୁ ଭ୍ରମିତ ହେଲା ଓ ଭୁଲ ଆକଳନରୁ ରକ୍ଷା ପାଇବାର କଡ଼ା ଚେତାବନୀ ଦେଇଥିଲେ। ସାଉଦୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ବିବୃତ୍ତି ଜାରି କରି କହିଥିଲା ଯେ, ଆମେରିକୀୟ ସେନା କର୍ମୀଙ୍କ ଉପସ୍ଥିତିର ଏୟାର ବେସ୍ ଓ ଏକ ପ୍ରମୁଖ ତୈଳ କ୍ଷେତ୍ରକୁ ଟାର୍ଗେଟ୍ କରି କରାଯାଇ ଥିବା ଆକ୍ରମଣକୁ ସଫଳ ପୂର୍ବକ ବିଫଳ କରି ଦିଆ ଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ , ରାଜଧାନୀ ରିୟାଦର ଦକ୍ଷିଣ-ପୂର୍ବ ସ୍ଥିତ ପ୍ରିନ୍ସ ସୁଲତାନ ଏୟାର ବେସ୍ ଆଡ଼କୁ ଛଡ଼ାଯାଇ ଥିବା ଏକ ବାଲିଷ୍ଟିକ ମିସାଇଲ ମଝିରେ ହିଁ ରୋକି ନଷ୍ଟ କରି ଦିଆଯାଇ ଥିଲା। ସାଉଦୀ ପ୍ରେସ୍ ଏଜେନ୍ସି ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଅନୁସାରେ ସ୍ପଷ୍ଟ କରିଛି ଯେ, ଏହି ଏୟାର ବେସ୍‌ରେ ଆଉ ଏକ ମିସାଇଲ ଆକ୍ରମଣ ହୋଇଥିଲା, ଯାହାକୁ ମଧ୍ୟ ବିଫଳ କରି ଦିଆ ଯାଇଛି।