ନୂଆଦିଲ୍ଲୀ,୨/୩ : ବଢ଼ୁଛି ଯୁଦ୍ଧ, ଯାଉଛି ଅନେକ ଜୀବନ । ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଏବେ ଚରମ ସୀମାରେ। ଏମାନଙ୍କ ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ଇରାନର ଆକ୍ରମଣ ପରେ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଥରି ଉଠିଛି । ମଧ୍ୟପ୍ରାଚ୍ୟ ଦେଶମାନଙ୍କ ମଧ୍ୟରେ ରହିଥିବା ୟୁଏଇରେ ଆକ୍ରମଣ କରାଯାଇଥିବା ଖବର ସାମ୍ନାକୁ ଆସିଛି । ୟୁଏଇର ରାଜଧାନୀଦୁବାଇର ପ୍ରମୁଖ ସ୍ଥାନମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ଦୁବାଇରେ ନିୟମିତ ଭାବେ କ୍ରିକେଟ ମ୍ୟାଚ୍ ଖେଳାଯାଉଥିବାବେଳେ ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ଆକ୍ରମଣ ପରେ ସେଠାରେ କେତେ କ୍ଷତି ହେବ ? ଅନ୍ୟ ଦେଶମାନେ ସେଠାକୁ ମ୍ୟାଚ ଖେଳିବାକୁ ଯିବେ ତ ? ଏମିତି ଅନେକ ପ୍ରଶ୍ନ ମଧ୍ୟ ଉଠିଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ଯୁଦ୍ଧ ଚାଳିଥିବାବେଳେ ଏବେ ଦୁବାଇରେ ମ୍ୟାଚ ଖେଳାଯିବାକୁ ଅଛି କି ? ତାହେଲେ ଯଦି କହିବା ତାହେଲେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଏଠାରେ ମ୍ୟାଚ ଖେଳାଯିବାକୁ ଅଛି । ଏହି ମାର୍ଚ୍ଚ ମାସରେ ଖେଳାଯିବାକୁ ସିଡ୍ୟୁଲ୍ ରହିଛି । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଖେଳାଯିବାକୁ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ମାର୍ଚ୍ଚ ୨୦,୨୨ ଏବଂ ୨୫ ତାରିଖରେ ଖେଳାଯିବ ମ୍ୟାଚ୍ । ମାତ୍ର ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଉଥିବାବେଳେ ଏହି ସିରିଜ୍ ଖେଳାଯିବ କି ନାହିଁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାସହ ବାତିଲ୍ ହେବ ନାଁ ଭେନ୍ୟୁ ବଦଳିବ ଜଣାପଡ଼ିନାହିଁ । ମାତ୍ର ଯୁଦ୍ଧ ଯଦି ଏଭଳି ଭାବେ ଲାଗି ରହେ ତାହେଲେ ମ୍ୟାଚ୍ ବାତିଲ୍ ହେବାର ଆଶଙ୍କା ଅଧିକ ରହିଛି । ଯଦି ମ୍ୟାଚ୍ ଖେଳାନଯାଏ ତାହେଲେ ଅନେକ କ୍ଷତି ସହିବାକୁ ପଡ଼ିବ । ଦୁବାଇରେ ପୂର୍ବରୁ ଆଇପିଏଲର ମ୍ୟାଚ ସହ ବଡ଼ ଟୁର୍ଣ୍ଣାମେଣ୍ଟର ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଛି । ଯାହାଦ୍ବାରା ବୋର୍ଡ ବହୁ ଲାଭ ମଧ୍ୟ ପାଇଛି ।
ଏହାସହ ପଢ଼ନ୍ତୁ : ଭାରତ-ଇଂଲଣ୍ଡ ମ୍ୟାଚ ସମୟରେ ହେବ କି ପରିବର୍ତ୍ତନ ? ଜାଣନ୍ତୁ ସେମି ପାଇଁ କ’ଣ ରହିଛି ଆଇସିସି ନିୟମ