ନୂଆଦିଲ୍ଲୀ : ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଟି-୨୦ ବିଶ୍ବକପ ୨୦୨୬ । ସୁପର-୮ ମୁକାବିଲା ଶେଷ ହୋଇଥିବାବେଳେ ସେମିଫାଇନାଲ ଟକ୍କର ହେବ । ୪ ଶ୍ରେଷ୍ଠ ଦଳ ନିଜର ସ୍ଥାନ ପକ୍କା କରିଥିବାବେଳେ କିଏ ଫାଇନାଲରେ ସ୍ଥାନ ପକ୍କା କରିବ ଏହାକୁ ନେଇ ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା । ଏହି ନକଆଉଟ୍ ପର୍ଯ୍ୟାୟରେ ଦକ୍ଷିଣଆଫ୍ରିକା ନ୍ୟୁଜିଲାଣ୍ଡ ଏବଂ ଭାରତ- ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଯେଉଁ ଦଳ ହାରିବ ସିଧା ଘରକୁ ଫେରିବ ।

ଉଭୟ ସେମିଫାଇନାଲ ପାଇଁ ଆଇସିସି ପକ୍ଷରୁ ଏକ ରିଜର୍ଭ ଡେ’ ରହିଛି । ପାଗକୁ ଦୃଷ୍ଟିରେ ରଖି ଏହାକୁ ନିର୍ଣ୍ଣୟ ହେବ । ପ୍ରଥମେ ସ୍ଥିର ହୋଇଥିବା ଦିନ ମ୍ୟାଚ ଖେଳାଯିବାକୁ ଚେଷ୍ଟା କରାଯିବ । ଯଦି ସେହିଦିନ ଅଧା ଖେଳ ହୁଏ ଆଉ ବର୍ଷ ହୁଏ ତାହେଲେ ତାପର ଦିନ ରିଜର୍ଭ ଡେ’ରେ ଅଧାରୁ ମ୍ୟାଚ ଆରମ୍ଭ ହେବ । ଯଦି ସେହିଦିନ ମ୍ୟାଚ ଜମା ବଲ ପଡ଼ି ନପାରେ ତାହେଲେ ପରଦିନ ମ୍ୟାଚ ଖେଳାଯିବ । ଉଭୟ ସେମିଫାଇନାଲର ସମୟ ସଂନ୍ଧ୍ୟା ୭ଟା ରହିଛି । ମାତ୍ର ରିଜର୍ଭ ଡେର ସମୟ ଦିନ ୩ଟା ରହିଛି ।

ସେମିଫାଇନାଲ ଦିନ ବର୍ଷା ହେଲେ ୯୦ ମିନିଟର ସମୟ ବିଳମ୍ବ ରଖାଯାଇଥିବାବେଳେ ରିଜର୍ଭ ଡେ’ରେ ୧୨୦ ମିନିଟ୍ ରହିଛି । ଏହାସହ ଯଦି ବର୍ଷା ହୁଏ ଏବଂ ସମୟ ରହେ ବିଳମ୍ବ କାରଣରୁ ଓଭର କମାଯିବ । ୧୦ ଓଭରର ଖେଳ ମଧ୍ୟ ହୋଇପାରେ । କିନ୍ତୁ ଭାରତରେ ସମସ୍ତ ସେମିଫାଇନାଲ ଖେଳାଯିବାକୁ ଥିବାବେଳେ ଦେଶର ପାଣିପାଗ ବିଭାଗ ପକ୍ଷରୁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ଏଣୁ ନିର୍ଦ୍ଧାରିତ ତାରିଖ ଏବଂ ସମୟରେ ଖେଳାଯିବ ବୋଲି ଆଶା ରଖାଯାଇଛି ।

ଏହାସହ ପଢ଼ନ୍ତୁ : ଶିଳପୁଆରେ ଶାଶୁଙ୍କ ମୁଣ୍ଡ ଫଟାଇଲା ପୁଲିସବୋହୂ, ଜାଣନ୍ତୁ କ’ଣ କଲେ କେବେ ବି ଶାଶୁ-ବୋହୂ ଲାଗିବେନି କଜିଆ