ନୂଆଦିଲ୍ଲୀ : ବଡ଼ ଭୁଲ କରିଦେଲା କୁଏତ। ଭୁଲବଶତଃ ଶତ୍ରୁର ଫାଇଟର ବିମାନ ଭାବି ଆମେରିକାର ତିନୋଟି ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲ ଫାଇଟର ବିମାନକୁ ତଳକୁ ଖସାଇ ଦେଲା। ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ଅନୁସାରେ , ସମସ୍ତ ୬ଟି ଏୟାରକ୍ରୁ ସଦସ୍ୟ ସୁରକ୍ଷିତ ରୂପେ ଇଜେକ୍ଟ ହୋଇଛନ୍ତି ,ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ଏହି ଘଟଣା ଇରାନ ବିରୋଧରେ ଚାଲି ଥିବା ଅପରେସନ ଏପିଟ୍ ଫ୍ୟୁରି ବେଳେ ହୋଇଛି, ଯେବେ କୁଏତ ଏୟାର ଡିଫେନ୍ସ ସିଷ୍ଟମ ଏହି ସବୁ ବିମାନକୁ ଶତ୍ରୁ ଭାବି ନେଇଥିଲା। କୁଏତ ଏହି ଘଟଣାକୁ ସ୍ୱୀକାର କରିଛି ଏବଂ ଆମେରିକୀୟ ସେନା କୁଏତର ପ୍ରତିରକ୍ଷା ବାହିନୀର ସହଯୋଗର ପ୍ରଶଂସା କରିଛି।
ରିପୋର୍ଟ ମୁତାବିକ , ଏହି ଦୁର୍ଭାଗ୍ୟପୂର୍ଣ୍ଣ ଫ୍ରେଣ୍ଡଲି ଫାୟର ଘଟଣା ୨ ମାର୍ଚ୍ଚ ସକାଳେ ଘଟିଥିଲା , ଯେତେବେଳେ କି ଆମେରିକାର ଏଫ୍-୧୫ଇ ବିମାନ ଇରାନ ଉପରେ ଆକ୍ରମଣରେ ସହାୟତା କରୁଥିଲା। ଏହି ସମୟରେ କ୍ଷେତ୍ରରେ ଇରାନ ବିମାନ , ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ୍ ଆଟାକ୍ ହେଉଥିଲା,ଏଥିରେ ବାୟୁ କ୍ଷେତ୍ରରେ ଖୁବ୍ ଉତ୍ତେଜିତ ମାହୋଲ ସୃଷ୍ଟି ହୋଇଥିଲା। କୁଏତ ଏୟାର ଡିଫେନ୍ସ ସିଷ୍ଟମ ସେହି ଆମେରିକୀୟ ବିମାନ ଗୁଡ଼ିକୁ ଭୁଲ ଉପାୟରେ ବିପଦ ରୂପେ ଭାବି ନେଇଥିଲା ଏବଂ ସେଗୁଡ଼ିକୁ ମାରି ଖସାଇ ଦେଇଥିଲା। ଉକ୍ତ ଘଟଣା ମଧ୍ୟପୂର୍ବରେ ଚାଲୁ ଥିବା ସଂଘର୍ଷର ଜଟିଳତାକୁ ଦର୍ଶାଉଛି , ଯେଉଁଠି ସହଯୋଗୀ ଦେଶ ମଧ୍ୟରେ ମଧ୍ୟ ଭ୍ରମିତ ଘଟଣା ଘଟିପାରେ।
ଅପରେସନ ଏପିଟ୍ ଫ୍ୟୁରି ଆମେରିକା ଓ ଇସ୍ରାଏଲର ମିଳିତ କାର୍ଯ୍ୟାନୁଷ୍ଠାନ , ଯେଉଁଥିରେ ଇରାନର ସାମରିକ ଠିକଣା ନୌସେନା ଓ ଆଇଆରଜିସି ମୁଖ୍ୟାଳୟ ଉପରେ ୧ ହଜାରରୁ ଅଧିକ ଆକ୍ରମଣ କରାଯାଇ ସାରିଛି। ଇରାନର ଜବାବି ଆକ୍ରମଣରେ କୁଏତ ସହ ଉପସାଗରୀୟ ଦେଶ ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଛନ୍ତି, ଯେଉଁଥିରେ କ୍ଷେତ୍ରୀୟ ଉତ୍ତେଜନା ଶୀର୍ଷ ସ୍ତରରେ। ଏହି ଫ୍ରେଣ୍ଡଲି ଫାୟର ଘଟଣାରେ ଆମେରିକୀୟ ବାୟୁସେନାକୁ କ୍ଷତି ହୋଇଛି, କିନ୍ତୁ କୌଣସି ମୃତାହତ ହୋଇ ନାହାନ୍ତି। ବିଶେଷଜ୍ଞଙ୍କ ଅନୁସାରେ , ଭିଡ଼ ଅଞ୍ଚଳରେ ବାୟୁ କ୍ଷେତ୍ର ଓ ଦ୍ରୁତ ଗତିରେ ବଦଳୁ ଥିବା ସ୍ଥିତି ଏହି ଭୁଲ୍କୁ ସୃଷ୍ଟି କରିଥିଲା। ଉଭୟ ଦେଶ ଏବେ ଯାଞ୍ଚ ଓ ଉତ୍ତମ ସମନ୍ୱୟ ଉପରେ କାମ କରୁଛନ୍ତ,ଯାହାକି ଆଗାମୀ ଦିନରେ ଏମିତି ଘଟଣା ନଘଟୁ।
ଏହାସହ ମଧ୍ୟ ପଢନ୍ତୁ : ଆମର ପରମାଣୁ ଠିକଣା ଉପରେ ୟୁଏସ୍-ଇସ୍ରାଏଲ କରିଛନ୍ତି ଆକ୍ରମଣ : ଇରାନ IAEAର ଦାବି