ନୂଆଦିଲ୍ଲୀ : ଇରାନ ଯୁଦ୍ଧର ପ୍ରଭାବ ଏବେ ଅଟୋମୋଟିଭ୍ ସେକ୍ଟର ଉପରେ ମଧ୍ୟ ଦେଖିବାକୁ ମିଳିଛି। Cartoqର ରିପୋର୍ଟ ଅନୁସାରେ , ହୋର୍ମୁଜ ପ୍ରଣାଳୀର ବନ୍ଦ ହେବାରେ ଇଣ୍ଡଷ୍ଟ୍ରିଆଲ ଗ୍ରେଡ୍ ୟୁରିଆର ସପ୍ଲାଇ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମଡର୍ଣ୍ଣ ବିଏସ୍୬ ଡିଜେଲ ଇଞ୍ଜିନକୁ ଚଳାଇବା ପାଇଁ ଏହି କେମିକାଲ ଅତି ଗୁରୁତ୍ତ୍ୱପୂର୍ଣ୍ଣ। ଯଦି ଏହି ଯୋଗାଣ ସମସ୍ୟା ଶୀଘ୍ର ସମାଧାନ ନହୁଏ , ତ ଅପ୍ରେଲ ୨୦୨୬ ସୁଦ୍ଧା ବହୁ ସଂଖ୍ୟାରେ ଟ୍ରକ୍ ବସ ସହ ଡିଜେଲ ପାସେଞ୍ଜର କାର ମଧ୍ୟ ରାସ୍ତାରୁ ହଟିଯିବାକୁ ବାଧ୍ୟ ହେବ।
ଅଟୋମୋଟିଭ୍ ଇଣ୍ଡଷ୍ଟ୍ରୀ ଇମ୍ପୋର୍ଟେଡ୍ ଟେକ୍ନିକାଲ ଗ୍ରେଡ୍ ୟୁରିଆ ଉପରେ ବହୁଳ ଭାବରେ ନିର୍ଭରଶୀଳ। ବର୍ତ୍ତମାନ, ଏହାର ଆବଶ୍ୟକତାର ୫୦ ରୁ ୬୦ ପ୍ରତିଶତ ଦୁବାଇ ଏବଂ ଇଜିପ୍ଟର ମୁଖ୍ୟ ବନ୍ଦର ଗୁଡ଼ିକ ମାଧ୍ୟମରେ ପୂରଣ କରାଯାଉଛି। ଉପସାଗରରେ ଅତ୍ୟାବଶ୍ୟକୀୟ ଜାହାଜ ପଥ ବନ୍ଦ ହେବା ଦ୍ୱାରା ଏହି ପ୍ରାଥମିକ ଯୋଗାଣ ଲାଇନଗୁଡ଼ିକ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ନିର୍ମାତାମାନେ କଞ୍ଚାମାଲ ପାଇଁ ହରଡ଼ ଘଣାରେ ପଡ଼ିଛନ୍ତି। ଇଣ୍ଡଷ୍ଟ୍ରୀ ବଡି (ଶିଳ୍ପ ସଂଗଠନ) SIAM ପୂର୍ବରୁ ଚେତାବନୀ ଦେଇ ସାରିଛି ଯେ, ବର୍ତ୍ତମାନର ଭଣ୍ଡାର ବର୍ଷର ପ୍ରଥମ ତ୍ରୟ ମାସିକରୁ ଆଗରୁ ଆଉ ଚାଲି ପାରିବ ନାହିଁ।
କେମିକାଲ ଅଭାବରୁ ଯାନବାହାନର ପରିଚାଳନାରେ ବାଧା ଉପୁଜିବ। ଆଧୁନିକ BS6 ଡିଜେଲ ଇଞ୍ଜିନଗୁଡ଼ିକ ତୀବ୍ର ଏମିସନ ମାନଦଣ୍ଡକୁ ପୂରଣ କରିବା ପାଇଁ ସେଲେକ୍ଟିଭ୍ କାଟେଲିଟିକ୍ ରିଡକ୍ସନ ସିଷ୍ଟମ ଯୁକ୍ତ ହୋଇଥାଏ। ଏହି ସିଷ୍ଟମକୁ ଡିଜେଲ ନିଷ୍କାସନ ତରଳ ପଦାର୍ଥର ନିରନ୍ତର ସପ୍ଲାଇର ଆବଶ୍ୟକ ହୋଇଥାଏ , ଯାହାକୁ ସାଧାରଣତଃ AdBlue ଭଳି ନାମରେ ଜଣାଶୁଣା।
ଆହୁରି ମଧ୍ୟ ପଢନ୍ତୁ : ଆମେରିକା ବିରୁଦ୍ଧରେ ଇରାନର ଜୋରଦାର ପ୍ରସ୍ତୁତି, ସମୁଦ୍ର ତଳେ ପ୍ରଳୟ ରଚିବାକୁ ଦେଲା ୱାର୍ଣ୍ଣିଂ !