ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଇସ୍ରାଏଲ ଆକ୍ରମଣରେ ଇରାନର ସେନା ମୁଖ୍ୟ ଅଲି ଶାଦମାନିଙ୍କ ମୃତ୍ୟୁ; ନିଶ୍ଚିନ୍ତ କଲା IRGC

Published By : Bijay Swain | June 25, 2025 11:42 PM

କାହିରା: ଇରାନର ଏଲିଟ ରିଭୋଲ୍ୟୁସନାରୀ ଗାର୍ଡସ୍ (IRGC) କମାଣ୍ଡ ସେଂଟରର ମୁଖ୍ୟ ମେଜର ଜେନେରାଲ ଅଲି ଶାଦମାନି ଇସ୍ରାଏଲୀ ବିମାନ ଆକ୍ରମଣରେ ଆହତ ହେବା ପରେ ମୃତ୍ୟୁବରଣ କରିଛନ୍ତି। ଇରାନୀ ରାଷ୍ଟ୍ରୀୟ ଗଣମାଧ୍ୟମ ଏବଂ IRGC ଏହି ଖବରକୁ ମଧ୍ୟ ନିଶ୍ଚିତ କରିଛନ୍ତି। ଗତ ଜୁନ ୧୭ ତାରିଖରେ ତେହେରାନର କେନ୍ଦ୍ରୀୟ ଅଞ୍ଚଳରେ ଇସ୍ରାଏଲ ବାୟୁସେନା (IAF) ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଆକ୍ରମଣରେ ଶାଦମାନି ଗୁରୁତର ଆହତ ହୋଇଥିଲେ। ଯାହା ଇସ୍ରାଏଲ ଡିଫେନ୍ସ ଫୋର୍ସେସ (IDF) ଦ୍ୱାରା "ଅପେରେସନ ରାଇଜିଂ ଲାୟନ"ର ଅଂଶ ଭାବେ କରାଯାଇଥିଲା।

ଶାଦମାନି ଇରାନର ଖତମ ଅଲ-ଅନବିୟା ସେଂଟ୍ରାଲ ହେଡକ୍ୱାର୍ଟର୍ସର କମାଣ୍ଡର ଥିଲେ। ଯାହା ଇରାନର ଯୁଦ୍ଧକାଳୀନ ସେନା କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିଲା ଏବଂ IRGC ଓ ନିୟମିତ ଇରାନୀ ସେନା ଉଭୟଙ୍କୁ ତଦାରଖ କରୁଥିଲା। ସେ ମାତ୍ର ଚାରି ଦିନ ପୂର୍ବେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ, ତାଙ୍କ ପୂର୍ବରୁ ମେଜର ଜେନେରାଲ ଗୋଲାମ ଅଲି ରଶିଦଙ୍କ ଜୁନ ୧୩ ତାରିଖରେ ଇସ୍ରାଏଲୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। IDF ଅନୁସାରେ, ଶାଦମାନି ଇରାନର ସର୍ବୋଚ୍ଚ ସାମରିକ ଅଧିକାରୀ ଏବଂ ସୁପ୍ରିମ ଲିଡର ଆୟାତୋଲା ଅଲି ଖାମେନେଇଙ୍କ ନିକଟତମ ସାମରିକ ଉପଦେଷ୍ଟା ଥିଲେ।

IRGC ଶାଦମାନିଙ୍କ ମୃତ୍ୟୁ ପାଇଁ "କଠୋର ପ୍ରତିଶୋଧ" ନେବାକୁ ଘୋଷଣା କରିଛନ୍ତି। ଯାହା ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ଆମେରିକାର ପ୍ରସ୍ତାବିତ ଅସ୍ଥାୟୀ ଯୁଦ୍ଧବିରାମ ପରେ ଘଟିଛି। ଯାହା ଦୁଇ ଦେଶ ମଧ୍ୟରେ ୧୨ ଦିନିଆ ସଂଘର୍ଷକୁ ଶେଷ କରିଥିଲା।

ସୂଚନା ମୁତାବକ, ଇସ୍ରାଏଲୀ ଆକ୍ରମଣ ଜୁନ ୧୩ ତାରିଖରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ଇରାନର ଅନେକ ବରିଷ୍ଠ ସାମରିକ ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକମାନେ ନିହତ ହୋଇଥିଲେ। ଏହି ଆକ୍ରମଣ ଇରାନର ସାମରିକ ସଂରଚନା ଏବଂ ପରମାଣୁ କାର୍ଯ୍ୟକ୍ରମକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ଅଧିକାଂଶ ସାଧାରଣ ନାଗରିକ ରହିଛନ୍ତି ବୋଲି ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.