ନୂଆଦିଲ୍ଲୀ : ଇରାନ ନିଜର ସେନା ଓ ଯୁଦ୍ଧ ପ୍ରଣାଳୀଙ୍କୁ ମଜବୁତ୍ କରିବାକୁ ପ୍ରୟାସ ଆରମ୍ଭ କରି ଦେଇଛି । ଏଥିପାଇଁ ସେ ଏବେ ଫାଇଟର ରୋବୋଟର ସାହାରା ନେଇଛି। ଶତ୍ରୁ ଦେଶ ସହ ରୋବୋଟ ଲଢେଇ ଲଢିବାକୁ ପ୍ରସ୍ତୁତି ଚଳାଇଛି। ଆମେରିକାରେ ଟ୍ରମ୍ପ ସରକାରର ଆରମ୍ଭ ଓ ଇସ୍ରାଏଲ ସହ ବିବାଦୀୟ ସ୍ଥିତି ମଧ୍ୟରେ , ଇରାନର ସେନା ଯୁଦ୍ଧରେ ରୋବୋ ସୈନିକଙ୍କ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଇରାନୀ ସେନାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅନୁସାରେ, ସେନା ଫାଇଟର ରୋବୋଟର ପରୀକ୍ଷଣ କରୁଛି ଏବଂ ଏହାର ଅନେକ ନୂଆ ମଡେଲ ବିକଶିତ କରିବାକୁ ଯାଉଛି। ଇରାନୀ ଖବରକାଗଜ , ତେହରାନ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି କି, ଇରାନୀ ସେନା ଦୁଇ ମାସ ପୂର୍ବେ ରୋବୋଟ ଯୋଦ୍ଧାଙ୍କୁ ନିଜର ଯୁଦ୍ଧ ଅଭ୍ୟାସରେ ସାମିଲ କରିବା ଆରମ୍ଭ କରି ଦେଇଛି।
ହେଲେ ଉଚ୍ଚ ପଦସ୍ଥ ସୈନ୍ୟ ଅଧିକାରୀ ରୋବୋ ପରୀକ୍ଷଣ ବା ବିକଶିତ କରାଯାଉ ଥିବା ରୋବୋଟ ଯୋଦ୍ଧା ବିଷୟରେ ଅଧିକ ସୂଚନା ଦେଇନାହାନ୍ତି, କିନ୍ତୁ ଏତିକି କହିଛନ୍ତି କି, ଇରାନୀ ସେନା ରବିବାର ରାତିରୁ ହିଁ ପୂର୍ବୋତ୍ତର ଇରାନରେ ହେଉଥିବା ଯୁଦ୍ଧ ଅଭ୍ୟାସରେ ଏହାର ମୁତୟନ କରିଛି, ଯେଉଁଠି ସେ (ରୋବୋଟ ) ନିଜର ଦମ୍ ଦେଖାଇଛି। ଏହି ଯୁଦ୍ଧାଭ୍ୟାସରେ ଇସଲାମିକ ରିଭୋଲ୍ୟୁସନ ଗାର୍ଡ କାପର୍ସ (IRGC) , ସେନା ( Artesh) , ବସିଜ ଓ ତଟରକ୍ଷକ ବାହିନୀ ସମେତ ବିଭିନ୍ନ ପ୍ରକାରର ସେନା ସାମିଲ ଅଛନ୍ତି।
କାମ୍ୱେଟ୍ ରୋବୋଟ ବା ଫାଇଟର ରୋବୋଟ ଏକ ପ୍ରକାରର ଏମିତି ଯୁଦ୍ଧ ଗାଡ଼ି , ଯେଉଁଥିରେ ମଣିଷର ମୁତୟନ ହୁଏ ନାହିଁ। ଏହା ଭୂମି ହେଉ କି ଆକାଶ, ଉଭୟ କ୍ଷେତ୍ରରେ ନିଜର କାର୍ଯ୍ୟ ନିର୍ବାହ କରି ପାରେ। ଆକାଶରେ ପୂର୍ବରୁ ହିଁ ମାନବବିହୀନ ଡ୍ରୋନ (ୟୁଏଇ) ନିଜର କରିସ୍ମା ଦେଖାଉଛି ଏହଂ ନିକଟବର୍ତ୍ତୀ ଯୁଦ୍ଧ ଗୁଡ଼ିକରେ ଏହାର ବ୍ୟାପକ ସ୍ତରରେ ବ୍ୟବହାର ହୋଇଛି। ଇରାନ ମାନବ ରହିତ ଏୟାର ଭାଇକଲ ପରି ମାନବ ରହିତ ଗ୍ରାଉଣ୍ଡ ଭାଇକଲ (ୟୁଜିଭି)ର ବିକାଶ କରିଛି, ଯାହା ଯୁଦ୍ଧକୁ ଆଉ ପଦେ ଆଗେଇ ଜୋରଦାର ହମଲା କରିଥାଏ। ଏହି ରୋବୋ ଫାଇଟର ମେସିନ୍ ସାଧାରଣ ଭାବେ ଅଟୋନୋମସ ରୋବୋଟ ପରିବର୍ତ୍ତେ ରିମୋଟ-ନିୟନ୍ତ୍ରିତ ଭାଇକଲ ହୋଇଥାଏ। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି , ଯାହା ରିୟଲ ଟାଇମ୍ ଡାଟା ଉପଲବଧ କରାଇ ଥାଏ।
ଏହିପରି ଜାହାଜ ୟୁନିଟ୍ରେ ସଶସ୍ତ୍ର ତୋପଖାନା, ଡ୍ରୋନ୍ ଅପରେଟର ମେସିନ୍,ଇଲେକ୍ଟ୍ରୋନିକ୍ ଯୁଦ୍ଧ ୟୁନିଟ୍ ମଧ୍ୟ ସାମିଲ ଅଛି। ମାନବ ଯୋଦ୍ଧା ପରି ,ରୋବୋଟ ଯୋଦ୍ଧା ଯୁଦ୍ଧ ମୈଦାନରେ ଶତ୍ରୁକୁ ଚିହ୍ନଟ କରିବା ଓ ଏହାର ଠିକଣା ଗୁଡ଼ିକୁ ଧ୍ୱଂସ ବିଧ୍ୱଂସ କରିବାରେ ସକ୍ଷମ ହୋଇଥାଏ। ଏହା କୌଣସି ବି ଭୌଗୋଳିକ କ୍ଷେତ୍ରରେ ଅପରେସନକୁ ସାକାର କରିପାରେ। ଅନେକ ଅଞ୍ଚଳରେ ଏହି ରୋବୋ ସୈନିକ ମାନବ ସୈନିକଙ୍କ ଠାରୁ ଅନେକ ଗୁଣ ଅଧିକ ଶକ୍ତି ପ୍ରୟୋଗ କରିପାରେ , କାରଣ ଏହାର ରକ୍ଷା କବଚ ଅଧିକ ଶକ୍ତିଶାଳୀ ହୋଇଥାଏ। ଏହି ରୋବୋ ଯୋଦ୍ଧାଙ୍କୁ ସାଧାରଣ ଭାବେ ନିର୍ମାଣ କରିବା ଅଧିକ କଠିନ ଓ ମହଙ୍ଗା ହୋଇଥାଏ।
ବଡ଼ କଥା ହେଲା ଏହା କି , ଇରାନୀ ସେନା ରୋବୋ ସୈନିକଙ୍କ ପରୀକ୍ଷଣ ଏମିତି ସମୟରେ ଆରମ୍ଭ କରିଛି, ଯେତେବେଳ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରିଚାଳନାରେ ନୂଆ ସରକାର କ୍ଷମତା ହାତେଇଛି। ଇରାନକୁ ଡ଼ର କି ଟ୍ରମ୍ପ ନିଜର ପୂର୍ବ କାର୍ଯ୍ୟକାଳ ପରି ଏହି କାର୍ଯ୍ୟକାଳରେ ମଧ୍ୟ ଇରାନ ଉପରେ ପ୍ରବଳ ଅନ୍ତରାଷ୍ଟ୍ରୀୟ ଚାପ ପକାଇ ପାରେ ଏବଂ କଡ଼ା ପ୍ରତିବନ୍ଧକ ଲଗାଇ ପାରେ। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଏହା ବିରୋଧରେ ନୂଆ ମୋର୍ଚ୍ଚା ଖୋଲିପାରେ ,କାରଣ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଥମୁନାହିଁ।
ତେହେରାନ ଟାଇମ୍ସର ରିପୋର୍ଟରେ କୁହାଯାଇଛି କି, ବର୍ତ୍ତମାନର ଯୁଦ୍ଧ ଅଭ୍ୟାସରେ ଏବେସୁଦ୍ଧା ଇରାନ ଦୁଇଟି ନୂଆ ଅଣ୍ଡରଗ୍ରାଉଣ୍ଡ ସେନା ଠିକଣାକୁ ଖୁଲାସା କରିଛି ଏବଂ ନିଜର ପଶ୍ଚିମୀ ପ୍ରାନ୍ତରେ ଆତଙ୍କବାଦ ବିରୋଧୀ ଅଭିଯାନ ସମେତ ମଧ୍ୟ ଓ ଉତ୍ତରୀ କ୍ଷେତ୍ରରେ ନିଜର ପରମାଣୁ ସୁବିଧା ଗୁଡ଼ିକ ପାଖରେ ବଙ୍କର-ବଷ୍ଟର ହମଲାକୁ ରୋକିବାର ଅଭ୍ୟାସ କରିଛି। ବ୍ରିଗେଡିୟର ଜେନେରାଲ ନେମାତୀ ତେହରାନ ଟାଇମ୍ସକୁ କହିଛନ୍ତି କି, ଅଭ୍ୟାସର ନବୀନତମ ପର୍ଯ୍ୟାୟ ମୁଖ୍ୟ ରୂପେ ରକ୍ଷାତ୍ମକ ପରିବର୍ତ୍ତେ ଯୁଦ୍ଧ ରଣନୀତିର ମୂଲ୍ୟାଙ୍କନ ଉପରେ କେନ୍ଦ୍ରିତ।
ଇରାନ ସେନାର ଏହି ପଦକ୍ଷେପ ରୋବୋଟିକ୍ସ ଆଡ଼କୁ ବଢୁଥିବା ବୈଶ୍ୱିକ ପଦକ୍ଷେପର ଅନୁସରଣ କରିବାର ଏକ ପ୍ରୟାସ। ସଦ୍ୟ ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ ରୁଷ୍ ବିରୋଧରେ ବ୍ରିଟିଶ୍ କମ୍ପାନୀ ଓ ଡ୍ରୋନ୍ ନିର୍ମାତା ବ୍ରିଟ୍ ଏଲାୟନ୍ସ ଦ୍ୱାରା ବିକଶିତ ରୋବୋଟ କୁକୁରଙ୍କୁ ମୁତୟନ କରିଛି। ଅନୁମାନ କରାଯାଉଛି କି , କିଭ୍ ଖୁବ୍ଶୀଘ୍ର ରୋବୋଟିକ୍ ସିଷ୍ଟମ ଓ ମାଉଣ୍ଟେଡ୍ ମେସିନ୍ ଗନ୍ ସହ ଏକ ନୂଆ ଡ୍ରାୟଡ ଫାଇଟରର ବ୍ୟବହାର ରୁଷ୍ ବିରୋଧରେ ଯୁଦ୍ଧରେ କରିବ। ଏପେଟ ରୁଷ୍ ମଧ୍ୟ ଫାଇଟର ରୋବୋଟରେ ବଡ଼ ନିବେଶ କରିଛି। ରୁଷ୍କୁ ଚୀନ ଏହାର ଟେକ୍ନୋଲଜି ଉପଲବ୍ଧ କରାଉଛି। ଏଥିରେ ଏଆଇର ମଧ୍ୟ ବ୍ୟବହାର କରାଯାଉଛି। ରୁଷ୍ ଚାଇନା ପାର୍ଟନରସିପ୍ରେ ୟୁଜିଭି ୟୁରେନ-୯ , ରୋବୋଟ ଟ୍ୟାଙ୍କ ,ପ୍ଲାଟଫର୍ମ-ଏମ୍ , ରକେଟ୍ ଷ୍ଟ୍ରାଇକ୍ ସିଷ୍ଟମ ଓ ସୋରଟନିକ ଓ ୭ଟନ୍ର ଡ୍ରୋନ୍ ଟ୍ୟାଙ୍କ ବିକଶିତ କରିଛି। କହି ରଖୁଛୁ କି, ଇରାନ ମଧ୍ୟ ରୁଷ୍ ଓ ଚୀନର ସମର୍ଥକ ଏବଂ ଏହାସହ ଭଲ ସଂପର୍କ ରହିଛି।