ତେହରାନ, ୧୪/୭ : ଆମେରିକା ଓ ଇରାନ ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣ ଲାଗି ରହିଥିବା ବେଳେ ଇରାନ ଏହାର ‘ପ୍ରତିଶୋଧ ତାଲିକା’ ଜାରି କରିଛି । ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସମେତ ୧୩ ଜଣ ନେତା ରହିଛନ୍ତି । ଏମାନଙ୍କୁ ଇରାନ ହତ୍ୟା କରିବାକୁ ଚାହୁଁଥିବା ଜଣାପଡ଼ିଛି । ଏ ନେଇ ଜାରି ହୋଇଥିବା ଗ୍ରାଫିକ୍ସରେ ଟ୍ରମ୍ପ୍ ଓ ନେତନ୍ୟାହୁଙ୍କ ଫଟୋରେ ସ୍ନାଇପର ଚିହ୍ନ ଦିଆଯାଇଛି । ତେବେ ଏହି ତାଲିକାକୁ ସରକାରୀ ଭାବେ ମଞ୍ଜୁରି ମିଳିନାହିଁ ।
ତାଲିକାରେ ଥିବା ଅନ୍ୟ ପ୍ରମୁଖ ନେତାଙ୍କ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଜର୍ମାନୀର ଚାନସେଲର ଫ୍ରେଡରିକ ମର୍ଜ, ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଓ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍ସେଥ୍, ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ ମୁଖ୍ୟ ବ୍ରାଡ୍ କୁପର, ଇସ୍ରାଏଲରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମାଇକ ହକାବୀ, ଇସ୍ରାଏଲୀ ସେନା ମୁଖ୍ୟ ଏୟାଲ ଜମୀର, ବିଦେଶ ମନ୍ତ୍ରୀ ଗିଡିୟନ ସାର୍ ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍ଜ ରହିଛନ୍ତି । ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ଏହି ହିଟ୍ଲିଷ୍ଟ ଜାରି କରାଯାଇଛି ।
ଶନିବାର ଇରାନୀ ସମ୍ବାଦପତ୍ର ‘ହମ୍ଶାହରି’ ଦ୍ୱାରା ଏହି ଅନ୍ଲାଇନ ‘ରିଭେଞ୍ଜ ଲିଷ୍ଟ’ ପ୍ରକାଶ କରାଯାଇଛି । ସଂଯୋଗବଶତଃ ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇଙ୍କ ବୟାନ ବେଳେ ହିଁ ଏହି ତାଲିକା ସାମ୍ନାକୁ ଆସିଛି । ପିତା ଅଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର ବେଳେ ବୟାନ ଜାରି କରି ମୋଜତବା କହିଥିଲେ, ‘ପ୍ରତିଶୋଧ ହେଉଛି ଆମ ଦେଶର ଇଚ୍ଛା ଏବଂ ଏହାକୁ ଆମେ ନିଶ୍ଚିତ ହାସଲ କରିବୁ । ଏକ ତାଲିକାରେ ଦର୍ଶାଯାଇଥିବା ଅପରାଧୀଙ୍କୁ ସେମାନଙ୍କ କବରସ୍ଥଳୀକୁ ନିଆଯିବ ।’
ଆହୁରି ପଢନ୍ତୁ- Iranian media reactions: ‘ହଠାତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ’, ଲିଣ୍ଡସେ ଗ୍ରାହମଙ୍କ ମୃତ୍ୟୁ ପରେ ଇରାନର ଭୟଙ୍କର ଚେତାବନୀ
ଡାକ୍ତର ବିନା ପରାମର୍ଶରେ ପେନ୍ କିଲର ଖାଉଥିଲେ ସାବଧାନ, ଚାଲିଯାଇପାରେ ଜୀବନ!