ନୂଆଦିଲ୍ଲୀ,୧୧।୨: କେନ୍ଦ୍ର କର୍ମଚାରୀ ଅଷ୍ଟମ ବେତନ କମିଶନଙ୍କ ସୁପାରିଶର ଅପେକ୍ଷାରେ ରହିଛନ୍ତି। ଏମିତି ବି ବେତନ କମିଶନଙ୍କ ସୁପାରିଶ ଆସିବାରେ ଏକ ବର୍ଷରୁ ଅଧିକ ସମୟ ଲାଗିବ, କିନ୍ତୁ ନିଜର ଦରମାର ହିସାବ କରିବା ଆରମ୍ଭ କରିଦେଇଛନ୍ତି। ବେତନ କମିଶନଙ୍କ ସୁପାରିଶ ଫିଟମେଣ୍ଟ ଫର୍ମୁଲା ଅନୁସାରେ, ଲାଗୁ ହେବାର ଆଶା ରହିଛି। ସେଭଳି ସୁପାରିଶ ୧ଜାନୁଆରୀ ୨୦୨୬ରୁ ଲାଗୁ ହେବ। ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ଆଶା ରହିଛି ତାଙ୍କୁ ଏରିଅର ମିଳିବ। ଏରିଅର ସମୟସୀମା ୧୮ ରୁ ୨୪ ମାସ ହୋଇପାରେ। ଏବେ ପ୍ରଶ୍ନ ଉଠୁଛି, କେତେ ଟଙ୍କା ଏରିଅର ମିଳିପାରେ। ଆସନ୍ତୁ ଜାଣିବା ଫିଟମେଣ୍ଟ ଫର୍ମୁଲାର ଅଲଗା ଅଲଗା ସଂଖ୍ୟାଙ୍କୁ କିଭଳି ବୁଝିବା ? ଲେବଲ ୧ରୁ ଲେବଲ ୫ ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ଏହି ଏରିୟର ଲକ୍ଷାଧିକ ଟଙ୍କାରେ ମିଳିପାରେ। ଯଦି ୧ ଜାନୁଆରୀ ୨୦୨୬ରେ ପ୍ରଭାବୀ ତିଥି ଭାବରେ ମନାଯାଏ ତେବେ ୨୦ ମାସର ଏରିଅର ଦିଆଯିବ ଓ ଫିଟମେଣ୍ଟ ଫାକ୍ଟର ୨.୦,୨.୧୫,୨.୨୮ କିମ୍ବା ୨.୫୭ ଆଧାରରେ ଗଣନା କରାଯିବ। ଲେବଲ ୧ ରୁ ୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଏକ ବଡ଼ ଧରଣର ଟଙ୍କା ମିଳିବାର ସମ୍ଭାବନା ରହିଛି।
୯ ଲକ୍ଷରୁ ଅଧିକ ଟଙ୍କାର ଏରିଅର
ଧରି ନିଅନ୍ତୁ ସପ୍ତମ ବେତନ କମିଶନ ଅନୁସାରେ, ଲେବଲ ୧ କର୍ମଚାରୀଙ୍କ ବେସିକ୍ ସାଲାରୀ ୧୮,୦୦୦ ଟଙ୍କା ଥିଲା। ସେଭଳି ଲେବଲ ୫ କର୍ମଚାରୀଙ୍କ ଦରମା୨୯,୨୦୦ ଟଙ୍କା। ଏବେ ଅଷ୍ଟମ ବେତନ କମିଶନଙ୍କ ଅନୁସାରେ, କର୍ମଚାରୀଙ୍କ ୨୦ ମାସର ଏରିୟର ୩.୬୦ ଲକ୍ଷ ଟଙ୍କାରୁ ୯.୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହି କାଲକୁଲେସନ୍ ଫିଟମେଣ୍ଟ ଫାକ୍ଟର ୨.୦,୨.୧୫,୨.୨୮ଓ ୨.୫୭ ଆଧାରରେ କରାଯାଇଛି। ଏହା ଏରିଅର ଗଣନାର ସିଧା ସଳଖ ପଦ୍ଧତି। ଏଥିରେ ସପ୍ତମ ବେତନ କମିଶନ୍ ଅନୁସାରେ, ଥିବା ବେସିକ୍ ପେ ଉପରେ ସ୍ବୀକୃତ ଫିଟମେଣ୍ଟ ଫାକ୍ଟର ଲାଗୁ କରି ନୂଆ ବେସିକ୍ ସାଲାରୀ ଧାର୍ଯ୍ୟ କରାଯାଇଥାଏ। ଏହାପରେ ପୁରୁଣା ଓ ନୂଆ ସାଲାରୀ ଭିତରେ ମାସିକ ବ୍ୟବଧାନ ବାହାର କରାଯାଇଥାଏ। ସେହି ହାରରେ ମାସିକ ସଂଖ୍ୟାକୁ ଗୁଣାଯାଏ। ସାଧାରଣ ଭାବରେ ଏରିଅରରେ ବେସିକ୍ ପେ’ର ଅନ୍ତର ଓ ସଂଶୋଧିତ ବେତନ ଅନୁସାରେ, ମହଙ୍ଗା ଭତ୍ତାର ଅନ୍ତର ସାମିଲ ରହିଥାଏ।
ମଗା ଯାଇଥିଲା ପରାମର୍ଶ
ନିକଟରେ ଅଷ୍ଟମ ବେତନ କମିଶନ୍ ନିଜର ଅଫିସିଆଲ ଓ୍ବେବସାଇଟ୍ ଲଞ୍ଚ କରିଥିଲା। କମିଶନ୍ MyGov ପୋର୍ଟଲରେ ଏକ ପ୍ରଶ୍ନାବଳୀ ଜରିଆରେ ମନ୍ତ୍ରଣାଳୟ, ବିଭାଗ,କେନ୍ଦ୍ରୀୟ କର୍ମଚାରୀ ଓ ଅନ୍ୟ ହିତାଧିକାରୀଙ୍କ ପରାମର୍ଶ ମାଗିଥିଲା। ଅର୍ଥାତ ଆପଣ ବେତନ କମିଶନ୍ଙ୍କୁ କୌଣସି ପ୍ରକାର ପରାମର୍ଶ ଦେଇ ପାରିବେ। ଯଦି ପରାମର୍ଶ ଠିକ୍ ରୁହେ, ତେବେ ତାକୁ ଲାଗୁ ମଧ୍ୟ କରାଯିବ। ଉଲ୍ଲେଖନୀୟ ଯେ,କେନ୍ଦ୍ର ସରକାର ଜାନୁଆରୀ ୨୦୨୫ ରେ ଅଷ୍ଟମ ବେତନ କମିଶନ୍ ଘୋଷଣା କରିଥିଲେ। ସେଭଳି ଅର୍ଥମନ୍ତ୍ରଣାଳୟ ୩ ନଭେମ୍ବରରେ ଏହାର ନୋଟିଫିକେସନ୍ ଜାରି କରିଥିଲେ।
ଆହୁରି ପଢନ୍ତୁ :ନିଜ ଫାଇଦା ପାଇଁ ପାକିସ୍ତାନକୁ 'ଟଏଲଟ ପେପର୍' ପରି ବ୍ୟବହାର କରି ଫିଙ୍ଗି ଦେଉଛି ଆମେରିକା: ଖ୍ବାଜା ଆସିଫ୍