ନୂଆଦିଲ୍ଲୀ,୨୨/୦୫: ରେଲୱେ ପକ୍ଷରୁ ୱେଟିଂ ଲିଷ୍ଟ ଟିକେଟ ଅଟୋଅପ୍ଗ୍ରେଡ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି । ସ୍ଲିପର କ୍ଲାସ ଟିକେଟ ଏବେ ଫାଷ୍ଟ ଏସିକୁ ଅପ୍ଗ୍ରେଡ ହୋଇପାରିବ ନାହିଁ । ବର୍ଥ ଖାଲି ଥିଲେ ମଧ୍ୟ ଏଭଳି ଅପ୍ଗ୍ରେଡ ସୁବିଧା ମିଳିବନି ବୋଲି ଆଇଆର୍ସିଟିସି ପକ୍ଷରୁ କୁହାଯାଇଛି ।
ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ସିଟ୍ ନ ମିଳିବାରୁ ବୁକିଂ ହୋଇଥିବା ବର୍ଗର ଉପର ବର୍ଗକୁ ଅପ୍ଗ୍ରେଡ କରାଯାଇଥାଏ । ମାତ୍ର ନୂଆ ନିୟମ ମୁତାବକ ଏଭଳି ସୁବିଧା ଆଉ ମିଳିବନି । ଟ୍ରେନରେ ସଂରକ୍ଷିତ କୋଚ୍ ଗୁଡ଼ିକରେ ସିଟ୍ ବଣ୍ଟନକୁ ଅଧିକ ବ୍ୟବସ୍ଥିତ କରିବା ଏବଂ ଉଚ୍ଚ ବର୍ଗର କୋଚ୍ରେ ଭିଡ ନିୟନ୍ତ୍ରଣ କରିବା ଲାଗି ଏଭଳି ନୂଆ ନିୟମ ଲାଗୁ ହୋଇଛି । ସେଣ୍ଟର ଫର୍ ରେଲୱେ ଇନଫରମେଶନ ସିଷ୍ଟମ (ସିଆର୍ଆଇଏସ୍) ନୂଆ ନିୟମ ଲାଗୁ କରିବା ଲାଗି ନିଜ ସଫ୍ଟୱେରକୁ ଏବେ ଅପ୍ଗ୍ରେଡ କରୁଛି ।
ନୂଆ ନିୟମ ମୁତାବକ, ଏବେ ସ୍ଲିପର କ୍ଲାସ ଟିକେଟକୁ କେବଳ ୨ ଶ୍ରେଣୀ ଉପର ଯାଏ ଅପ୍ଗ୍ରେଡ କରାଯାଇପାରିବ । ଏବେ ସ୍ଲିପର କ୍ଲାସ ଟିକେଟକୁ ଅଧିକତମ ଥାର୍ଡ ଏସି କିମ୍ବା ସେକେଣ୍ଡ ଏସିକୁ ଅପ୍ଗ୍ରେଡ କରାଇହେବ । ଏହା ଫାଷ୍ଟ ଏସିକୁ ଅପ୍ଗ୍ରେଡ ହୋଇପାରିବ ନାହିଁ । ସେହିଭଳି ଥାର୍ଡ ଏସି ଟିକେଟକୁ ଫାଷ୍ଟ ଏସି ଯାଏ ଅପ୍ଗ୍ରେଡ କରାଇହେବ । ଯାତ୍ରୀ ଟିକେଟ ବୁକିଂ ବେଳେ ଅଟୋ ଅପ୍ଗ୍ରେଡ ବିକଳ୍ପ ନେଇଥିଲେ କିମ୍ବା ଡିଫଲ୍ଟ ଭାବେ ହଁ ବାଛିଥିଲେ ଅଟୋ ଅପ୍ଗ୍ରେଡ ସୁବିଧା ମିଳିବ । ଯଦି ପାସେଞ୍ଜର ନୋ ବିକଳ୍ପ ବାଛିଥାନ୍ତି ତେବେ ଉପର ବର୍ଗରେ ସିଟ୍ ଥିଲେ ବି ଟିକେଟ ଅପଗ୍ରେଡ ହେବନି । ଯଦି କୌଣସି ବିକଳ୍ପ ବାଛି ନ ଥାନ୍ତି ତେବେ ଏହାକୁ ଡିଫଲ୍ଟ ଭାବେ ହଁ ବୋଲି ବିଚାର କରାଯାଇଥାଏ । ବରିଷ୍ଠ ନାଗରିକ ଏବଂ ନିମ୍ନ ବର୍ଥ ବିକଳ୍ପ ବାଛିଥିଲେ ଅଟୋ ଅପ୍ଗ୍ରେଡ ହୋଇପାରିବ । ଅପ୍ଗ୍ରେଡ ହୋଇଥିଲେ ବି ଲୋୟର ବର୍ଥ ଗ୍ୟାରେଣ୍ଟି ମିଳିବନ