ନୂଆଦିଲ୍ଲୀ,୨୨/୦୫: ରେଲୱେ ପକ୍ଷରୁ ୱେଟିଂ ଲିଷ୍ଟ ଟିକେଟ  ଅଟୋଅପ୍‌ଗ୍ରେଡ ପ୍ରକ୍ରିୟାରେ ପରିବର୍ତ୍ତନ  କରିଛି । ସ୍ଲିପର କ୍ଲାସ ଟିକେଟ ଏବେ  ଫାଷ୍ଟ ଏସିକୁ ଅପ୍‌ଗ୍ରେଡ ହୋଇପାରିବ  ନାହିଁ । ବର୍ଥ ଖାଲି ଥିଲେ ମଧ୍ୟ ଏଭଳି ଅପ୍‌ଗ୍ରେଡ ସୁବିଧା ମିଳିବନି ବୋଲି  ଆଇଆର୍‌ସିଟିସି ପକ୍ଷରୁ କୁହାଯାଇଛି । 

ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ସିଟ୍‌ ନ ମିଳିବାରୁ ବୁକିଂ ହୋଇଥିବା ବର୍ଗର ଉପର ବର୍ଗକୁ ଅପ୍‌ଗ୍ରେଡ କରାଯାଇଥାଏ । ମାତ୍ର  ନୂଆ ନିୟମ ମୁତାବକ ଏଭଳି ସୁବିଧା  ଆଉ ମିଳିବନି । ଟ୍ରେନରେ ସଂରକ୍ଷିତ କୋଚ୍‌ ଗୁଡ଼ିକରେ ସିଟ୍‌ ବଣ୍ଟନକୁ ଅଧିକ ବ୍ୟବସ୍ଥିତ କରିବା ଏବଂ ଉଚ୍ଚ ବର୍ଗର  କୋଚ୍‌ରେ ଭିଡ ନିୟନ୍ତ୍ରଣ କରିବା ଲାଗି ଏଭଳି ନୂଆ ନିୟମ ଲାଗୁ ହୋଇଛି । ସେଣ୍ଟର ଫର୍‌ ରେଲୱେ ଇନଫରମେଶନ  ସିଷ୍ଟମ (ସିଆର୍‌ଆଇଏସ୍‌) ନୂଆ ନିୟମ  ଲାଗୁ କରିବା ଲାଗି ନିଜ ସଫ୍ଟୱେରକୁ  ଏବେ ଅପ୍‌ଗ୍ରେଡ କରୁଛି । 

ନୂଆ ନିୟମ ମୁତାବକ, ଏବେ ସ୍ଲିପର କ୍ଲାସ ଟିକେଟକୁ କେବଳ ୨ ଶ୍ରେଣୀ ଉପର  ଯାଏ ଅପ୍‌ଗ୍ରେଡ କରାଯାଇପାରିବ ।  ଏବେ ସ୍ଲିପର କ୍ଲାସ ଟିକେଟକୁ  ଅଧିକତମ ଥାର୍ଡ ଏସି କିମ୍ବା ସେକେଣ୍ଡ  ଏସିକୁ ଅପ୍‌ଗ୍ରେଡ କରାଇହେବ ।  ଏହା ଫାଷ୍ଟ ଏସିକୁ ଅପ୍‌ଗ୍ରେଡ  ହୋଇପାରିବ ନାହିଁ । ସେହିଭଳି ଥାର୍ଡ  ଏସି ଟିକେଟକୁ ଫାଷ୍ଟ ଏସି ଯାଏ  ଅପ୍‌ଗ୍ରେଡ କରାଇହେବ । ଯାତ୍ରୀ ଟିକେଟ  ବୁକିଂ ବେଳେ ଅଟୋ ଅପ୍‌ଗ୍ରେଡ ବିକଳ୍ପ  ନେଇଥିଲେ କିମ୍ବା ଡିଫଲ୍ଟ ଭାବେ ହଁ  ବାଛିଥିଲେ ଅଟୋ ଅପ୍‌ଗ୍ରେଡ ସୁବିଧା  ମିଳିବ । ଯଦି ପାସେଞ୍ଜର ନୋ ବିକଳ୍ପ  ବାଛିଥାନ୍ତି ତେବେ ଉପର ବର୍ଗରେ ସିଟ୍‌  ଥିଲେ ବି ଟିକେଟ ଅପଗ୍ରେଡ ହେବନି ।  ଯଦି କୌଣସି ବିକଳ୍ପ ବାଛି ନ ଥାନ୍ତି  ତେବେ ଏହାକୁ ଡିଫଲ୍ଟ ଭାବେ ହଁ  ବୋଲି ବିଚାର କରାଯାଇଥାଏ ।  ବରିଷ୍ଠ ନାଗରିକ ଏବଂ ନିମ୍ନ ବର୍ଥ  ବିକଳ୍ପ ବାଛିଥିଲେ ଅଟୋ ଅପ୍‌ଗ୍ରେଡ  ହୋଇପାରିବ । ଅପ୍‌ଗ୍ରେଡ ହୋଇଥିଲେ  ବି ଲୋୟର ବର୍ଥ ଗ୍ୟାରେଣ୍ଟି ମିଳିବନ