ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଏସ୍‌ସିବିର ବିଚିତ୍ର ରିପୋର୍ଟ, ମୃତ୍ୟୁ ତାରିଖ ୨ ମାସ ପୂର୍ବରୁ ବ୍ୟବଚ୍ଛେଦ !

Published By : Swapna Ray | August 9, 2025 12:10 PM

କଟକ, ୯।୮: ମେ’ ମାସରେ ମୃତ୍ୟୁ । କିନ୍ତୁ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁ ତାରିଖ ୨ ମାସ ପୂର୍ବର, ଅର୍ଥାତ୍‌ ମାର୍ଚ୍ଚ ମାସର ବୋଲି ଉଲ୍ଲେଖ କରାଯାଇଛି । ଏଭଳି ଏକ ତ୍ରୁଟି ପାଇଁ ଜଣେ ଅଭାଗିନୀ ମା’ ତା’ ପୁଅ ମୃତ୍ୟୁ ବାବଦ କ୍ଷତିପୂରଣ ରାଶି ପାଇ ପାରୁନାହାନ୍ତି । ଏସ୍‌ସିବି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ତ୍ରୁଟିପୂର୍ଣ୍ଣ ରିପୋର୍ଟ ସଂଶୋଧନ କରିବାକୁ ଏସ୍‌ସିବିଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଯାଏ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କଟକ ମଧୁପାଟଣା ଅଞ୍ଚଳର ମିନି ଦାସ । ମିନିଙ୍କ ପୁଅ ବିଚିତ୍ର ଦାସଙ୍କର ୨୦୨୪ ମେ' ମାସରେ ଅକାଳ ମୃତ୍ୟୁ ହୋଇଥିଲା । ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ ବିଚିତ୍ର । ପୁଅର ମୃତ୍ୟୁ ପରେ ମା' ମିନି ଦାସ ସଂପୂର୍ଣ୍ଣ ଅସହାୟ ହୋଇଯାଇଛନ୍ତି । ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟ ହୋଇପଡ଼ିଥିଲା । ତାଙ୍କୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବାର ନିୟମ ରହିଛି । 

କିନ୍ତୁ, ପୁଅ ମୃତ୍ୟୁକୁ ୧୫ମାସ ବିତିବାକୁ ବସିଥିବା ବେଳେ ମିନି ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ।  ଅଭିଯୋଗ ମୁତାବକ, ଏସ୍‌ସିବି ମେଡ଼କାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା । ମୃତ୍ୟୁର କିଛି ଦିନ ପରେ ଏଫ୍‌ଏମ୍‌ଟି ବିଭାଗ ପକ୍ଷରୁ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ବିଚିତ୍ରଙ୍କ ମୃତ୍ୟୁ ମାର୍ଚ୍ଚ ୮ରେ ହୋଇଥିବା ଦର୍ଶାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ତ୍ରୁଟି ଥିବାରୁ ବୃଦ୍ଧା ମା'ଙ୍କୁ ସରକାରୀ ସହାୟତା ମିଳିପାରିନାହିଁ । ରିପୋର୍ଟକୁ ସଂଶୋଧନ କରିବା ଲାଗି ସେ ବିଭିନ୍ନ ବିଭାଗକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ । ପରେ ସେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏବେ ଯାଏ ତାଙ୍କୁ କିଛି ସୁଫଳ ମିଳିନାହିଁ । କେବଳ ମୃତ୍ୟୁ ତାରିଖ ଭୁଲ୍‌ ନୁହେଁ, ରିପୋର୍ଟରେ ବିଚିତ୍ରଙ୍କ ଘର କଟକ ବଦଳରେ ଖୋର୍ଦ୍ଧା ଜିଲ୍ଲା ବୋଲି ଉଲ୍ଲେଖ କରାଯାଇଛି । ଏ ସଂକ୍ରାନ୍ତରେ ସିଡିଏମ୍‌ଓ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ କର୍ତ୍ତୃପକ୍ଷ କୌଣସି ଠୋସ୍‌ ସୂଚନା ଦେଇ ପାରିନାହାନ୍ତି । ଫାଇଲ୍‌ ଦେଖିବା ପରେ କୌଣସି ମନ୍ତବ୍ୟ ଦେବେ ବୋଲି କହିଛନ୍ତି । କିନ୍ତୁ ସରକାରୀ ବ୍ୟବସ୍ଥାରେ ଏଭଳି ତ୍ରୁଟି ପାଇଁ ହନ୍ତସନ୍ତ ହେଉଛନ୍ତି ପୁଅକୁ ହରାଇଥିବା ଜଣେ ଅସହାୟା ମା’ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.