ନୂଆଦିଲ୍ଳୀ,୨୨।୪: ଆଇଆରଏସ୍ (ଇଣ୍ଡିଆର ରେଭିନ୍ୟୁ ଅଫିସର) ଅଧିକାରୀଙ୍କ ଝିଅଙ୍କୁ ଘର ଭିତରେ ହତ୍ୟା। ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି। ପୋଲିସକୁ ସନ୍ଦେହ ରହିଛି ଆଇଆରଏସ୍ ଅଧିକାରୀଙ୍କ ୨୨ ବର୍ଷୀୟ ଝିଅଙ୍କୁ ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଚାକର ଉପରେ ସନ୍ଦେହ ପ୍ରକାଶ କରିଛି। ସନ୍ଦିଗ୍ଧ ଚାକର ରାଜସ୍ଥାନର ବାସିନ୍ଦା। କିଛି ମାସ ପୂର୍ବରୁ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା।
ବୁଧବାର ଦକ୍ଷିଣପୂର୍ବ ଦିଲ୍ଳୀର ଅମର କଲୋନୀ ସେତେବେଳେ ଆତଙ୍କ ଖେଳି ଯାଇଥିଲା ଯେତେବେଳେ ପୋଲିସକୁ ଜଣେ ଆଇଆରଏସ୍ ଅଧିକାରୀଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା। ପୋଲିସ ତୁରନ୍ତ ଘଟଣା ସ୍ଥଳରେ ଆସି ପହଁଞ୍ଚିଥିଲାର। ସୂଚନା ଅନୁସାରେ, ଅଧିକାରୀଙ୍କ ଝିଅଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ଆଶଙ୍କା କରାଯାଉଛି ଯେ, ମୋବାଇଲର ଚାର୍ଜର ତାରରେ ତଣ୍ଟି କ ଯାଇଛି।
ସନ୍ଦିଗ୍ଧ ପରିସ୍ଥିତିରେ ପରିବାର ଲୋକ ଝିଅର ମୃତଦେହ ଘର ଭିତରୁ ପାଇଥିଲେ। ଖବର ପାଇ ତୁରନ୍ତ ଏକ ଟିମକୁ ଘଟଣାସ୍ଥଳରେ ଯାଇ ପହଁଞ୍ଚିଥିଲେ। ବୁଧବାର ସକାଳେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା, ତା’ପରେ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ଏବଂ ଆଖପାଖ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ମୃତ ଝିଅଟି ଇଞ୍ଜିନିୟରିଂ ପଢୁଥିବା ବେଳେ ଏବଂ UPSC ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ। ଘଟଣା ସମୟରେ, ଝିଅଟିର ବାପାମାଆ ସକାଳୁ ଜିମ୍ ଯାଇଥିଲେ। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ସନ୍ଦିଗ୍ଧର ତଲାସୀ ଜାରି ରଖିଛି।
ଆହୁରି ପଢନ୍ତୁ : 'ଡିଜିଟାଲ ଗିରଫଦାରୀ ମାମଲାରେ ଅଧିକମାତ୍ରାରେ ଫସୁଛନ୍ତି ଶିକ୍ଷିତ ଲୋକ; ଚିନ୍ତା ପ୍ରକାଶ କଲେ ସିଜେଆଇ