ନିୟମିତ ଜୀବନରେ ଆମେ ଡାଏଟ୍ରେ ଭାତ,ରୁଟି ସାଙ୍ଗକୁ ତରକାରୀ ଖାଇଥାଉ । ଅଧିକାଂଶ ଲୋକ ଗହମ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଏହା ନରମ ସାଙ୍ଗକୁ ସ୍ୱାଦିଷ୍ଟ ମଧ୍ୟ । କିନ୍ତୁ ଆପଣ ଜାଣନ୍ତି କି ଗହମ ପରିବର୍ତ୍ତେ ବାଜରା ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଚାଲନ୍ତୁ ଜାଣିବା ବାଜରା ରୁଟିର ଫାଇଦା ବିଷୟରେ । ଗହମ ରୁଟିନ ଡାଏଟ୍ର ମୁଖ୍ୟ ଅଙ୍ଗ ଥିଲା । କିନ୍ତୁ ଆଜିକାଲିର ଲୋକମାନେ ଅନ୍ୟ ଶସ୍ୟ ଆଡକୁ କିଛି ମାତ୍ରାରେ ଢଳୁଥିବା ଦେଖିବାକୁ ମିଳୁଛି ।

ସେଥିମଧ୍ୟରୁ ବାଜରା ଅନ୍ୟତମ । ବାଜରାରେ ବହୁ ମାତ୍ରାରେ ଫାଇବର ସାଙ୍ଗକୁ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । କିନ୍ତୁ ଏହାର ଫାଇଦା ବିଷୟରେ କମ୍ ଲୋକ ଜାଣିଥାନ୍ତି । ଏବେ ଜାଣିବା ଗହମ ପରିବର୍ତ୍ତେ ବାଜରା ରୁଟି ଖାଇଲେ ଶୀରରରେ କ'ଣ ଆସିପାରେ ପରିବର୍ତ୍ତନ ।

ପୋଷକ ତତ୍ତ୍ୱରେ ଭରା

ବାଜରା ପୋଷକ ତତ୍ତ୍ୱରେ ଭରା ଶସ୍ୟ । ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଓ ଭିଟାମିନ୍-ସି ପରି ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଛି । ଯହା ଶରୀରକୁ ଶକ୍ତି ଦେବା ସହ ହାଡ଼କୁ ମଜଭୁତ କରିବା ଓ ରକ୍ତ ସଞ୍ଚାଳନକୁ ତୀବ୍ର କରିବାରେ ସହଯୋଗ କରିଥାଏ ।

ଓଜନ ନିୟନ୍ତ୍ରଣ କରେ

ବାଜରାରେ ଥିବା ଫାଇବର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଅଧିକ ସମୟ ଯାଏ ପେଟଭରା ରଖିଥାଏ । ଏଥିରେ କ୍ୟାଲୋରୀ ମାତ୍ରା କମ୍ ରହିଥାଏ, ଯାହା ଓଜନକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ । ଯଦି ଓଜନ କମାଇବାକୁ ପ୍ରୟାସ କରୁଥାନ୍ତି, ତେବେ ବାଜରା ରୁଟି ଖାଇବା ଭଲ ବିକଳ୍ପ ।

ମଧୁମେହ ପାଇଁ ଲାଭଦାୟକ

ବାଜରାର ଗ୍ଲାଇସୋମିକ୍ ଇଣ୍ଡେକ୍ସ କମ୍ ରହିଥାଏ । ଫଳରେ ଏହା ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରିତ ରଖିବାରେ ସହଯୋଗ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ବାଜରା ରୁଟି ଭଲ ବିକଳ୍ପ । ଏହା ରକ୍ତରେ ଶର୍କରା ସ୍ତରକୁ ହଠାତ୍ ବଢିବାକୁ ଦେଇ ନଥାଏ।