ନୂଆଦିଲ୍ଲୀ,୦୧/୧୨; ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ନିର୍ବନ୍ଧ କରିଛନ୍ତି କି ? ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ବ୍ୟସ୍ତ ଥିବା ବେଳେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଖବର ଆସୁଛି କି, ସେ ତାଙ୍କ ନୂଆ ପ୍ରେମିକା ମାହିକା ଶର୍ମାଙ୍କ ସହ ନିର୍ବଦ୍ଧ କରିଛନ୍ତି । ତେବେ ଏଥିରେ କେତେ ସତ୍ୟତା ଅଛି ତାହା ସମୟ କହିବ ।
ଆନଭୀ ଯାଦବ ନାମକ ଜଣେ ସୋସିଆଲ ମିଡିଆ ୟୁଜର ତାଙ୍କ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । କ୍ୟାପସନ୍ରେ ଲେଖିଛନ୍ତି ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ନିର୍ବଦ୍ଧ ଶେଷ ହୋଇଛି । ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମାହିକା ଶର୍ମା ଏକାଠି ବସିଛନ୍ତି । ଜଣେ ପୁରୋହିତ ମନ୍ତ୍ର ଜପ କରୁଛନ୍ତି । ଦାବି କରାଯାଉଛି ଯେ, ସେମାନେ ନିର୍ବନ୍ଧ କରିସାରିଛନ୍ତି । ସଂଯୋଗବସତଃ, ମାହିକାଙ୍କ ଆଙ୍ଗୁଠିରେ ଏକ ହୀରା ମୁଦି ସ୍ପଷ୍ଟ ଭାବରେ ଦେଖାଯାଉଛି । ହାର୍ଦ୍ଦିକ ଏବଂ ମାହିକାଙ୍କ ନିର୍ବନ୍ଧର ଗୁଜବ ଅନେକ ଦିନ ଧରି ଘୁରି ବୁଲୁଛି । ତଥାପି, ମାହିକା ସମ୍ପ୍ରତି ଏହି ଗୁଜବକୁ ଖଣ୍ଡନ କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପୁଣି ଥରେ ସେମାନଙ୍କ ନିର୍ବନ୍ଧକୁ ନେଇ ଗୁଜବ ଉଠିଛି ।
स्टार क्रिकेटर हार्दिक पांड्या ने आज अपनी सगाई कर ली , उधर स्मृति पलाश की शादी....see more pic.twitter.com/O2v9waSsCD
— Anvi Yadav (@YadavAnviRoyal) November 30, 2025
କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମାହିକା ଶର୍ମାଙ୍କୁ ଏକାଠୀ ଦେଖିବାକୁ ମିଳୁଛି । ପ୍ରଥମେ ସେମାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା । ପରେ ସେମାନେ ଛୁଟି କଟାଉଥିବାର ଫଟୋ ସାମ୍ନାକୁ ଆସିଥିଲା । ହାର୍ଦ୍ଦିକ ନିଜେ ମାହିକାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି । ନିର୍ବନ୍ଧ ସମ୍ପର୍କରେ, ମାହିକା ଶର୍ମା ସମ୍ପ୍ରତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଷ୍ଟୋରୀ ସେୟାର କରି ନିର୍ବନ୍ଧ ଗୁଜବକୁ ଖାରଜ କରିଛନ୍ତି । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ୨୦୨୦ ମସିହାରେ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ପୁତ୍ର ସନ୍ତାନ ଅଗସ୍ତ୍ୟ ରହିଛି । ୨୦୨୪ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା ।