ନୂଆଦିଲ୍ଲୀ : ରାଘବ ଚଢ଼ାଙ୍କୁ ନେଇ କଡ଼ା ଜବାବ ଦେଇଛନ୍ତି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତ୍ରି ଆତିଶୀ । ବିଜେପିରେ ସାମିଲ୍ ହେବେ କି ରାଘବ ? ଏହି ପ୍ରଶ୍ନର ଉତ୍ତରରେ ସେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି କି, ବିଜେପି ନିଜ ଦଳରେ ସାମିଲ କରିବା ପାଇଁ ପ୍ରଲୋଭନ, ଭୟ ଏବଂ ଧମକ ଦିଏ । ଏହା ତାଙ୍କ ଦଳର ଏସଓପି । ଆତିଶୀ କହିଛନ୍ତି କି, ରାଘବ ରାଜ୍ୟସଭାରେ ଭଲ ପ୍ରଶ୍ନ ଉଠାଇଛନ୍ତି । ଜନତାଙ୍କ ପାଇଁ ପ୍ରଶ୍ନ କରିଛନ୍ତି । କିନ୍ତୁ କେବେ ମଧ୍ୟ ମୋଦିଙ୍କୁ ନେଇ ପ୍ରଶ୍ନ ଉଠାଇନାହାନ୍ତି ।

​​​​​​​

ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ସମୟରେ ଆପର ନେତାଙ୍କ ସହ ଛିଡ଼ା ହୋଇନଥିଲେ ରାଘବ । ସେ ଭୟରେ ଲଣ୍ଡନ ଯାଇଥିଲେ । ଆଖିର ଅସ୍ତେ୍ରାପଚାର କରିବା କେବଳ ମିଛ ଥିଲା ।ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ରାଘବ ଚଢାଙ୍କ ଉପରେ ଆପୋଷ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଚଢା ସଂସଦରେ ଦଳୀୟ ହ୍ୱିପ୍ ଉଲ୍ଲଂଘନ କରିଛନ୍ତି। ମାନ କହିଛନ୍ତି ଯେ ଗୁଜରାଟରେ ଭୋଟ୍ କଟାଯାଉଛି,କର୍ମୀମାନେ ଜେଲରେ ଅଛନ୍ତି,ପଞ୍ଜାବରେ ପାଣ୍ଠି ଫସି ରହିଛି,ଏବଂ ଚଢା ଶାସକ ଦଳ ପ୍ରସଙ୍ଗରେ ନୀରବ ଅଛନ୍ତି ଏବଂ ସମୋସା ବିଷୟରେ କହୁଛନ୍ତି ।

​​​​​​​ଏହାସହ ପଢ଼ନ୍ତୁ : କଳା ହଳଦୀ ଚାଷ କରି ଉଦାହରଣ ପାଲଟିଛନ୍ତି ପୂର୍ବତନ ବିଧାୟକ ଅଙ୍ଗଦ କହଁର