ହାଇଦ୍ରାବାଦ,୦୬/୦୫: IPL 2026 ର ୪୯ତମ ଲିଗ୍ ମ୍ୟାଚ୍ ରେ, ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୫ ରନ କରିଛି। ଦଳ ପକ୍ଷରୁ ହେନରିଚ୍ କ୍ଲାସେନ୍ ସର୍ବାଧିକ ୪୩ ବଲ୍ ରେ ୩ ଚୌକା ଏବଂ ୪ ଛକା ସହାୟତାରେ ୬୯ ରନ କରିଥିଲେ। ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଇଶାନ କିଶାନ ୩୨ ବଲ୍ ରେ ୫୫ ରନ କରିଥିଲେ। ଶେଷରେ, ପଞ୍ଚମ ନମ୍ବରରେ ଆସିଥିବା ନୀତିଶ ରେଡ୍ଡି ୧୩ ବଲ୍ ରେ ୨୨୩ ଷ୍ଟ୍ରାଇକ୍ ରେଟ୍ ସହିତ ୨୯ ରନ କରିଥିଲେ। ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପଞ୍ଜାବ ହାଇଦ୍ରାବାଦ ବିପକ୍ଷରେ କେବେବି ଗୋଟିଏ ବି ମ୍ୟାଚ୍ ଜିତିନାହିଁ। ହାଇଦ୍ରାବାଦ ୮-୦ରେ ଆଗୁଆ ଅଛି। ଆଜି ପଞ୍ଜାବ ଇତିହାସ ସୃଷ୍ଟି କରିପାରିବ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ।
ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହାଇଦରାବାଦ ଏକ ଭଲ ସ୍କୋର କରିଥିଲା। ଓପନର ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ଦଳ ପାଇଁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ସେମାନେ ପ୍ରଥମ ୱିକେଟ ସୁଦ୍ଧା ମାତ୍ର ୨୧ ବଲ୍ ରେ ୫୨ ରନ୍ ର ଭାଗୀଦାରି କରିଥିଲେ। ଅଭିଷେକ ମାତ୍ର ୧୩ ବଲ୍ ରେ ୩୫ ରନ୍ କରିଥିବା ବେଳେ ହେଡ୍ ୧୯ ବଲ୍ ରେ ୩୮ ରନ୍ କରିଥିଲେ।
ଇଶାନ କିଶାନ ଏବଂ ହେନରିଚ୍ କ୍ଲାସେନ ସେମାନଙ୍କର ଭଲ ଆରମ୍ଭକୁ ଆଗକୁ ବଢ଼ାଇଥିଲେ, ତୃତୀୟ ୱିକେଟ ସୁଦ୍ଧା ୪୮ ବଲ୍ ରେ ୮୮ ରନ୍ ଭାଗୀଦାରୀ କରି ସେମାନଙ୍କ ଦଳକୁ ଏକ ବଡ଼ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ଏହି ଭାଗୀଦାରୀ ଇଶାନ କିଶାନଙ୍କ ଆଉଟରେ ସହିତ ଶେଷ ହୋଇଥିଲା। ହାଇଦ୍ରାବାଦ ୧୪.୪ ଓଭରରେ ୧୭୨ ରନ୍ କରିଥିଲା। ତା'ପରେ ବ୍ୟାଟିଂ କରିବାକୁ ଆସିଥିବା ନୀତିଶ ରେଡ୍ଡୀ କ୍ଲାସେନଙ୍କୁ ପ୍ରଶଂସନୀୟ ସମର୍ଥନ କରିଥିଲେ। ଦୁଇଜଣ ତୃତୀୟ ୱିକେଟ ସୁଦ୍ଧା ୩୨ ବଲ୍ ରେ ୬୩ ରନ୍ ଯୋଡ଼ି ଦଳକୁ ୨୩୦ ରନ୍ ଅତିକ୍ରମ କରିବାରେ ସାହାଯ୍ୟ କରିଥିଲେ।