ପ୍ରମୂଖ ଖବର
  • ଭୁବନେଶ୍ୱର : ପାଣି ଫ୍ୟାକ୍ଟ୍ରିରେ ଦେଶୀ ମଦ କାରଖାନା: ଚଢାଉ କଲା ଅବକାରୀ ଟିମ୍‌, ବିପୁଳ ପରିମାଣର ମଦ ସହ ୪ ଗାଡ଼ି ଜବତ
  • ||
  • ୮ ରୁ ୯ ତାରିଖ ଯାଏ ବଦଳିବନି ପାଗ, ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା
  • ||
  • ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ
  • ||
  • କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍ ନିକଟରେ ଅଘଟଣ, ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

ପହଲଗାମ ଆତଙ୍କୀ ହମଲାର ଯାଞ୍ଚରେ ନୂଆ ଟ୍ୱିଷ୍ଟ , NIAର ସନ୍ଦେହ ଘେରରେ ଏହି ଲୋକେ

Published By : Prameya | May 2, 2025 5:43 PM

ଶ୍ରୀନଗର : ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ତଦନ୍ତ ପାଇଁ ଏନଆଇଏର ଟିମ୍‌ ଆଜି (ଶୁକ୍ରବାର, ୦୨ମେ) ମଧ୍ୟ ବୈସରନ ଘାଟୀରେ ପହଞ୍ଚିଛି। ଅନ୍ୟପଟେ , ଏନଆଇଏର ମହାନିର୍ଦ୍ଦେଶକ ଶ୍ରୀନଗରରେ ସମୀକ୍ଷା ବୈଠକ କରିଛନ୍ତି। ସୂତ୍ରରୁ ଏହି ଖବର ସୂଚନା ମିଳିଛି ଯେ, ଏନଆଇଏକୁ ଏହି ଆତଙ୍କୀ ହମଲା ମାମଲାରେ ଏମିତି ଅନେକ ପ୍ରମାଣ ମିଳିଛି, ଯାହା ଏହି କଥାକୁ ଇଙ୍ଗିତ କରୁଛି ଯେ, ବୈସରନ ଘାଟୀର ହମଲାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଓ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୈୟବାର ହାତ ଥିଲା। ଏବେ ଏନଆଇଏର ଯାଞ୍ଚରେ ନୂଆ ଟ୍ୱିଷ୍ଟ ଆସିଛି। 

ସୂତ୍ରାନୁସାରେ , ଏନଆଇଏ ହାତରେ ଏମିତି ସୁରାକ୍‌ ଲାଗିଛି , ଯେଉଁଥିରେ ସ୍ଥାନୀୟ ପୋନିୱାଲେ ଅର୍ଥାତ୍‌ ଖଚର ମାଲିକଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ସନ୍ଦେହ ଯେ ପୋନିୱାଲେ ଆତଙ୍କୀଙ୍କୁ ସାହାଯ୍ୟ କରିଥିଲେ। 

ସୂତ୍ର ମୁତାବିକ , ଅଟକ ରଖାଯାଇ ଖିବା ଅନେକ ପୋନି ରାଇଡର୍ସ ଏମିତି ଅଛନ୍ତି , ଯାହାଙ୍କ କଥାରେ କୌଣସି ତାଳମେଳ ନାହିଁ। ଏଥିପାଇଁ ତଦନ୍ତକାରୀ ଟିମ୍‌କୁ ଏଥିରେ ସନ୍ଦେହ ହେଉଛି ଯେ, ଏହି ଲୋକେ ଆତଙ୍କୀଙ୍କୁ ଉପର ଯାଏ ପହଞ୍ଚାଇବାରେ ଏବଂ ବୈସରନ ଘାଟୀରେ ପ୍ରବେଶ କରିବାକୁ ସାହାଯ୍ୟ କରି ନାହାନ୍ତି ତ ? ତାଙ୍କୁ ଏବେ ବି ଘନ ଘନ ଜେରା ଚାଲିଛି। ଏନଆଇଏକର ଟିମ୍‌ ଏବେ ତାଙ୍କର ଫୋନ୍‌ କଲ୍‌ ଡିଟେଲ୍ସକୁ ମଧ୍ୟ ଖୋଳତାଡ଼ କରିବା ସହ ତାଙ୍କର ଲୋକେସନ ହିଷ୍ଟ୍ରିର ମଧ୍ୟ ଯାଞ୍ଚ କରୁଛି।

ଏହି ମାମଲାରେ ଏନଆଇଏର ଟିମ୍‌ ସ୍ଥାନୀୟ ପୋନିୱାଲେଙ୍କ ସମେତ ଏବେସୁଦ୍ଧା ପାଖାପାଖି ୨୮୦୦ ଜଣ ଲୋକଙ୍କୁ ପଚାରପଚରି କରିଛନ୍ତି। ତାଙ୍କ ଠାରୁ ଏହ ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ଆତଙ୍କୀଙ୍କ ଯିବା ଆସିବାର ରୁଟ୍‌ କଣ ଥିଲା ଏବଂ ବୈସରନ ଘାଟୀରେ ଏଣ୍ଟ୍ରି କେମିତି ନେଇ ଥିଲେ ? ଏନଆଇଏର ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଛି ଯେ, ଏହି ମାମଲାରେ ସାମିଲ ଆତଙ୍କୀ ହାସିମ୍‌ ମୂଲା ଓ ଅଲୀ ଭାଇ ପାକିସ୍ତାନରେ ରହୁଛି, ଯିଏ ହମଲା ବେଳେ ପାକିସ୍ତାନରେ ବସି ନିଜର ମୁଖିଆଙ୍କ ସହ ଲଗାତାର ସଂପର୍କରେ ଥିଲା। ଏହି ସମୟରେ ତାଙ୍କୁ ପାକିସ୍ତାନରୁ ନିର୍ଦ୍ଦେଶ ମିଳୁଥିଲା। 

ଏନଡିଟିଭିର ରିପୋର୍ଟରେ କୁହାଯାଇଛି ଯେ, ଏନଆଇଏ ଏବେସୁଦ୍ଧା ଏହି ମାମଲାରେ ୨୮୦୦ରୁ ଅଧିକ ଲୋକଙ୍କୁ ପଚରାପଚରି କରିଛନ୍ତି। ଏହା ବ୍ୟତୀତ ପାଖାପାଖି ୧୫୦ ଜଣ ଲୋକଙ୍କୁ ହେପାଜତକୁ ନେଇଛି। ଏନଆଇଏର ଟିମ୍‌ ଘଟଣା ସ୍ଥଳକୁ ଯାଇ କେବଳ ଏହାର ୩ଡି ମ୍ୟାପିଂ କରି ନାହିଁ, ଏହାସହ ସେଠାର ଡମ୍ପ ଡାଟା ମଧ୍ୟ ନେଇଛି। ଏଥିରୁ ଏହା ଜଣାପଡ଼ିବ ଯେ, ଏହି ସମୟରେ ସେଠାରେ କିଏ କିଏ ଥିଲେ ଏବଂ ତାଙ୍କର କାହା କାହା ସହ ସଂପର୍କ ଥିଲା। ଯାଞ୍ଚ ଟିମ୍‌କୁ ଘଟଣା ସ୍ଥଳରୁ ୪୦ରୁ ଅଧିକ କାଟ୍ରିଜ୍‌ ସେଲ୍ ମଧ୍ୟ ମିଳିଛି, ଯାହାକୁ ଫରେନ୍ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି। 

ଯାଞ୍ଚ ଟିମ୍‌ ଏହା ବ୍ୟତୀତ ଏବେସୁଦ୍ଧା ବୈସରନ ଘାଟୀରେ କାମ କରୁଥିବା ଫଟୋଗ୍ରାଫର ,ଦୋକାନୀ , ଟୁରିଷ୍ଟ ଗାଇଡ୍‌ , ଜିପ୍‌ ଲାଇନ୍‌ ୱାର୍କର୍ସ , ହୋଟେଲ ମାଲିକ ଓ ଅନ୍ୟ ମାନଙ୍କ ବୟାନ ନେଇଛି। ସେଠାରେ ଉପଲବ୍ଧ ସିସିଟିଭି ଫୁଟେଜ୍‌ର ଯାଞ୍ଚ କରିଛି ଏବଂ ଆତଙ୍କୀଙ୍କ ଦ୍ୱାରା ବ୍ୟବହୃତ କରାଯାଇ ଥିବା ସାଟେଲାଇଟ୍ ଫୋନ୍‌କୁ ମଧ୍ୟ ତୋଳତାଡ଼ କରିଛି। ଏହା ବ୍ୟତୀତ ପହଲଗାମରେ ଏହି ସ୍ଥାନ ଗୁଡ଼ିକୁ ଯାଞ୍ଚ କରିଛି , ଯେଉଁଠି ଆତଙ୍କୀ ମାନେ ହମଲା କରିବା ପୂର୍ବରୁ ରେକି କରିଥିଲେ। ଏହା ବ୍ୟତୀତ ଯାଞ୍ଚ ଟିମ୍‌ ପ୍ରତିବନ୍ଧିତ ହୁର୍ରିୟତ ଓ ଜମାତ୍‌ ଇସଲାମୀ ସହ ଜଡ଼ିତ ଲୋକଙ୍କ ଉପରେ ଚଢାଉ କରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.