ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏବେ ଋଷ-ଇରାନ କଲେ ବ୍ରିଟେନ୍କୁ ନାକେଦମ୍, ଆଇଏସ୍ଆଇଏସ୍ ଓ ଅଲକାଏଦାର ନୂଆ ଟେରର ମଡେଲକୁ ନେଇ ଆତଙ୍କ

Published By : Harapriya Biswal | October 22, 2024 7:38 PM

ନୂଆଦିଲ୍ଲୀ,୨୨।୧୦: ବ୍ରିଟେନ୍ ସେନା ଗୁଇନ୍ଦା ଏଜେନ୍ସି M15 ଚେତାବନୀ ଜାରି କରିଛି ଯେ, ଋଷ ଓ ଇରାନ ଏକାଠି ମିଶି ୟୁରୋପ ସମେତ ବ୍ରିଟେଜରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। M15 ମହାନିର୍ଦେଶକ କେନ୍ ମ୍ୟାକଲମ୍ ମଙ୍ଗଳବାର କହିଛନ୍ତି, ଋଷର ସେନା ଗୁଇନ୍ଦା ଏଜେନ୍ସି GRU ବ୍ରିଟେନ୍ ସମେତ ୟୁରୋପର ରାସ୍ତାରେ ଅରାଜକତା ସୃଷ୍ଟି କରିବା ଓ ନିଜ ମିଶନ୍‌ ଆଡକୁ ଲଗାତାର ବଢିବାରେ ଲାଗିଛି। ଏହି ମିଶନ୍ ଅନୁସାରେ,ହିଂସା ଓ ଭଙ୍ଗାରୁଜା ଘଟଣା ବଢିବାରେ ଲାଗିଛି। କେନ୍ ମ୍ୟାକଲମ୍‌ ଏହା ମଧ୍ୟ କହିଛନ୍ତି ଯେ, ଇରାନ ଓ ଋଷ ଏବେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍ ଓ ଅଲକାଏଦାର ସାହାଯ୍ୟରେ ଆତଙ୍କବାଦର ପରିବର୍ତ୍ତିତ ସ୍ବରୂପର ବ୍ୟବହାର ବ୍ରିଟେନ୍ ବିରୋଧରେ କରିବାରେ ଲାଗିଛି ଓ ଏହା ଅନୁସାରେ, ଶିଶୁ ଓ କିଶୋରଙ୍କୁ ଇଣ୍ଟରନେଟ୍ ଜରିଆରେ ଟାର୍ଗେଟ କରାଯାଉଛି।

M15 ନିକଟରେ ଯାଞ୍ଚରେ ଏକ ତୃତୀୟାଂଶରୁ ଅଧିକ ଆଇଏସ୍ଆଇଏସ୍‌ ଓ ଅଲକାଏଦା ସହିତ ଅନ୍ୟ ବିଦେଶୀ ଆତଙ୍କବାଦୀ ଗୋଷ୍ଠୀ ସମ୍ପର୍କିତ ଯାଞ୍ଚ ରହିଛି। ସିଏନ୍‌ଏନ୍‌ର ଏକ ରିପୋର୍ଟରେ କୁହାଯାଇଛି ଏଜେନ୍ସିର ମହାନିର୍ଦେଶକ କେନ୍ ମ୍ୟାକଲମ୍ ଲଣ୍ଡନରେ ଏକ ଭାଷଣରେ କହିଛନ୍ତି, ଆଇଏସ୍ଆଇଏସ୍‌ ଆତଙ୍କବାଦୀ ଘଟଣାକୁ ପୁଣିଥରେ ସଫଳ କରିବା ଆରମ୍ଭ କରିଦେଇଛି। ଏଭଳି ଆତଙ୍କବାଦୀ ଘଟଣାରେ ସାମିଲ ହୋଇଥିବା ୮ ରୁ ଅଧିକ ଲୋକ ନାବାଳକ।’ ମ୍ୟାକଲମ୍ କହିଛନ୍ତି, ଏହା ୨୦୨୧ ପରେ ତିନି ଗୁଣା ଅଧିକ।

ମ୍ୟାକଲମ୍‌ଙ୍କ ଏହି ବୟାନ ଋଷ ଓ ଇରାନ ଦ୍ବାରା ପୋଷିତ ଓ ପ୍ରାୟୋଜିତ ଆତଙ୍କ ଘଟଣାର ବଢୁଥିବା ବିପଦ, ୟୁକ୍ରେନ୍-ଋଷ ଯୁଦ୍ଧ ଓ ମଧ୍ୟ ପୂର୍ବରେ ବିଭିନ୍ନ ମୋର୍ଚ୍ଚାରେ ଯୁଦ୍ଧ   କାରଣରୁ ବିଶ୍ବ ସୁରକ୍ଷାକୁ ପ୍ରଭାବିତ କରିବା ବିଷୟରେ ପାଶ୍ଚାତ୍ୟ ଦେଶର ଚେତାବନୀ ଭିତରେ ଆସିଛି। ତେବେ ସେ କହିଛନ୍ତି, ଆମେ ଏହି ବିପଦ ପ୍ରତି ସମ୍ପୂର୍ଣ୍ଣ ଭାବରେ ସଚେତନ ଅଛୁ ଯେ, ମଧ୍ୟ ପୂର୍ବରେ ହେଉଥିବା ଘଟଣାର ସିଧା ଭାବରେ ବ୍ରିଟେନ୍‌ରେ ଆତଙ୍କବାଦୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିପାରେ।’ ସେ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, ଗତ ବର୍ଷେ ଦୁଇବର୍ଷ ମଧ୍ୟରେ ଯେବେଠାରୁ ୟୁକ୍ରେନ୍‌-ଋଷ ଯୁଦ୍ଧ ଓ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହୋଇଛି, ସେବେଠାରୁ ସାର୍ବଜନୀକ ଘୃଣା ଅପରାଧରେ ବୃଦ୍ଧି ହୋଇଛି, କିନ୍ତୁ ତାହା ଏ ପର୍ଯ୍ୟନ୍ତ ଆତଙ୍କବାଦ ଗତିବିଧିରେ ପରିବର୍ତ୍ତନ ହୋଇନି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.