ନୂଆଦିଲ୍ଲୀ,୧୭।୮:  ଗାଜା ଉପରେ ଇସ୍ରାଏଲର ଦଖଲ ଏବେ ପ୍ରାୟ ନିଶ୍ଚିତ ହୋଇଛି। ହମାସ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲୀ ସେନା ନିରନ୍ତର ଆଗକୁ ବଢ଼ୁଛି। ଏହି ସମୟରେ, ଦକ୍ଷିଣ ଗାଜାରେ ହମାସର ଟପ୍ କମାଣ୍ଡର ନାସେର ମୁସାଙ୍କୁ ହତ୍ୟା କରିବା ପରେ ମଧ୍ୟ IDF ଏହାର ଆକ୍ରମଣ ଜାରି ରଖିଛି। ନିକଟରେ ହୋଇଥିବା ଆକ୍ରମଣ ସେହି ସ୍କୁଲ ଉପରେ ହୋଇଥିଲା ଯେଉଁଠାରେ ବାସହୀନ ପରିବାରମାନେ ଆଶ୍ରୟ ନେଇଥିଲେ। ଏହି ଆକ୍ରମଣରେ ୩୭ ଜଣ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ରହିଛନ୍ତି।

ଗାଜାର ସ୍ଥିତି ଦିନକୁ ଦିନ ଏବେ ଖୁବ୍ ଦୟନୀୟ ହୋଇଛି। ଇସ୍ରାଏଲର ଯୁଦ୍ଧ ବିମାନ ରାଫା ବ୍ରିଗେଡର ଟପ୍ ଆତଙ୍କୀ ନାସାର ମୁଦାକୁ ଏୟାରଷ୍ଟ୍ରାଇକ୍‌ରେ ହତ୍ୟା କରିବାରେସଫଳ ହୋଇଛି। ମୁସା ହମାସର ଆତଙ୍କୀଙ୍କୁ ଟ୍ରେନିଂ ଦେଉଥିଲା। ଇସ୍ରାଏଲରେ ହୋଇଥିବା ବହୁ ଆକ୍ରମଣର ମଧ୍ୟ ମାଷ୍ଟରମାଇଣ୍ଢହ ଥିଲା। ଏହାଛଡା ଇସ୍ରାଏଲୀ ସେନା ଖାନ୍ ୟୁନିସରେ ବିଲ୍ଡିଂ ଗୁଡିକୁ ମଧ୍ୟ ଟାର୍ଗେଟ କରିଛି। ଯାହାକୁ ହମାସ ରକେଟ୍ ଷ୍ଟୋର କରିବା ପାଇଁ ବ୍ୟବହାର କରୁଥିଲା।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ନିଜ ସେନାକୁ ଗାଜା ଦଖଲ କରିବାକୁ ପୁରା କ୍ଷମତା ମଧ୍ୟ ଦେଇସାରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧକୁ ଶୀଘ୍ର ଶେଷ କରି ଦିଆୗଯାଉ। ବନ୍ଧକଙ୍କୁ ମୁକ୍ତ କରାଯାଛ। ତେବେ ଦୁନିଆର ବହୁ ଦେଶ ଏହି ଆକ୍ସନକୁ ବିରୋଧ କରିଛନ୍ତି। ତାଙ୍କ ମତରେ ଏହା ଗାଜା ନଷ୍ଟ ହେବାର ସଙ୍କେତ ଭାବରେ ମନେକରାଯାଉଛି। ସେଭଳି ବହୁ ଦେଶ ଇସ୍ରାଏଲ ବିରୋଧି ପଦକ୍ଷେପ ଉଠାଇ ପାଲେଷ୍ଟାଇନକୁ ରାଜ୍ୟ ମାନ୍ୟତା ମଧ୍ୟ ଦେଇଛି।