ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଗାଜାରେ ଇସ୍ରାଏଲର ନରସଂହାର; ଖାଦ୍ୟ ସାମଗ୍ରୀ ନେବାବେଳେ ବୋମା ମାଡ଼, ଦିନକରେ ୭୨ ମୃତ

Published By : Swapna Ray | June 27, 2025 12:35 PM

ନୂଆଦିଲ୍ଲୀ, ୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ଏହି ସମୟରେ ଇସ୍ରାଏଲ ଗାଜାକୁ ଟାର୍ଗେଟ କରିବା ଆରମ୍ଭ କରିଛି । ଯାହା ପରେ ସେଠାରେ ଆତଙ୍କ ଖେଳିଯାଇଛି । ଇସ୍ରାଏଲ ଲଗାତାର ଗାଜା ଉପରେ ଆକ୍ରମଣ କରୁଛି । ଗୁରୁବାର ଇସ୍ରାଏଲ କେନ୍ଦ୍ରୀୟ ଗାଜା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲର ଜଣେ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ । ଆକ୍ରମଣ ପରେ ସେଠାରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆକ୍ରମଣ ସମୟରେ ଲୋକ ଭିଡ଼ ହୋଇ ଫିଲିସ୍ତିନୀ ପୋଲିସଠାରୁ ଅଟା ବସ୍ତା ନେଉଥିଲେ, ଯାହାକୁ ରିଲିଫ୍ ସାମଗ୍ରୀ ଲୁଟୁଥିବା ଦଳଙ୍କଠାରୁ ଜବତ କରାଯାଇଥିଲା । ପ୍ରାୟ ଅଢ଼େଇ ମାସ ଧରି ଗାଜାକୁ ସମସ୍ତ ଖାଦ୍ୟ ସହାୟତା ବନ୍ଦ କରିବା ପରେ, ଇସ୍ରାଏଲ ମେ ମାସର ମଧ୍ୟଭାଗରୁ କମ୍ ପରିମାଣର ଯୋଗାଣକୁ ଅନୁମତି ଦେଇଛି । ସଂଯୁକ୍ତ ରାଷ୍ଟ୍ର ରିଲିଫ୍ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ପରଠୁ ରିଲିଫ୍ ସାମଗ୍ରୀ ଲୁଟୁଥିବା ଦଳଙ୍କ ଯୋଜନା ଫେଲ୍ ମାରିଛି । 

୫୦ ହଜାର ଟପିଲାଣି ମୃତ୍ୟୁସଂଖ୍ୟା

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗାଜା ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବାବେଳେ ୧ ଲକ୍ଷରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ମୋଟ୍ ୭୨ ଜଣଙ୍କ ମୃତ୍ୟୁ ହୋଇଛି । ଗାଜା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚଳିତ ମାସ ମୋଟ୍ ୫୪୯ ପାଲେଷ୍ଟୀନିୟଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ହଜାର ୬୬ ଆହତ ହୋଇଛନ୍ତି । ଇସ୍ରାଏଲ ଦାବି କରିଛି ଯେ, ସେ ହଜାର ହଜାର ଆତଙ୍କବାଦୀଙ୍କୁ ହତ୍ୟା କରିଛି ।   

ହମାସ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ଯୁଦ୍ଧ

୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ ପରେ ଇସ୍ରାଏଲ ହମାସକୁ ଧ୍ୱଂସ କରିବାକୁ ଦୃଢ଼ ନିଷ୍ପତ୍ତି ନେଇଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୨୫୧ ଜଣଙ୍କୁ ବନ୍ଧକ କରିଥିଲେ । ଏହି ଘଟଣା ପରଠାରୁ, ଇସ୍ରାଏଲ ଗାଜାରେ ଲଗାତାର ବିନାଶ ଘଟାଇ ଆସୁଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.