ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲେବାନନ୍‌ରେ ଇସ୍ରାଏଲୀ ସେନାର ଭୀଷଣ ନର ସଂହାର, ୪୮ ଘଣ୍ଟାରେ ଗଲାଣି ୧୨୦ ଜୀବନ

Published By : Harapriya Biswal | November 23, 2024 7:33 PM

ନୂଆଦିଲ୍ଳୀ,୨୩।୧୧:  ଲେବାନନ୍‌ରେ ଇସ୍ରାଏଲ ଓ ହିଜବୁଲା ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି। ଗତ ୪୮ ଘଣ୍ଟା ଭିତରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ଲେବାନନ୍‌ର ନାଗରିକ ସୁରକ୍ଷା ସଂଗଠନ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି । ଏହା ଅନୁସାରେ, ଲେବାନନ୍‌ର ରାଜଧାନୀ ବେରୁଟର ବସ୍ତା ଅଞ୍ଚଳରେ ଇସ୍ରାଏଲ ଶନିବାର ସକାଳେ ଜୋରଦାର ଆକ୍ରମଣ କରିଛି, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ୧୨ ଜଣ ଆହତ ହୋଇଛନ୍ତି।

ଇସ୍ରାଏଲ ବେରୁଟର ଦକ୍ଷିଣ ଉପନଗର ହଦାତତ ଓ ଚୋଇଫାତ୍‌ରେ ଭୀଷଣ ବୋମାମାଡ କରିଛି। ସେଭଳି ଟାୟର ସହରର ସମୁଦ୍ର ଉପକୂଳରେ ଇସ୍ରାଏଲର ଡ୍ରୋନ୍ ଆକ୍ରମଣରେ ଦୁଇ ମତ୍ସ୍ୟଜୀବିଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ବେରୁଣ ଉପରେ ଗତ ଏକ ସପ୍ତାହ ହେବ ଅତି କମ୍‌ରେ ଚାରେଟି ବଡ ଆକ୍ରମଣ କରିଛି। ଏହି ଆକ୍ରମଣ ଏଭଳି ସମୟରେ ହୋଇଛି, ଯେତେବେଳେ ଆମେରିକା ରାଷ୍ଟ୍ରଦୂତ ଓମୋସ ହୋଚଷ୍ଟିନ୍‌ ବର୍ତ୍ତମାନ ଯୁଦ୍ଧ ବିରତୀ ପାଇଁ ଏହି ଅଞ୍ଚଳର ଗସ୍ତରେ ଅଛନ୍ତି।

ଇସ୍ରାଏଲ ଗାଜା ଓ ଲେବାନ୍‌ ଦୁଇ ପଟୁ ମଜବୁତ ହୋଇ ଲଢେଇ କରୁଛି। ଦୁଇଟି ସ୍ଥାନରେ ବଳପୂର୍ବକ ଯୁଦ୍ଧ ଦେଖିବାକୁ ମିଳୁଛି। ଗତ ସପ୍ତାହରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିଜ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ନିଜ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟସ୍‌ଙ୍କ ସହ ଗାଜା ଗସ୍ତରେ ଥିଲେ। ସେଠାରେ ଏକ ଅଜଣା ସ୍ଥାନରେ ପହଁଞ୍ଚିଥିଲେ। ସେଠାରେ ସେ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ପାଲେଷ୍ଟନୀୟଙ୍କୁ ପୁରସ୍କାର ଦେବାର ଘୋଷଣା ମଧ୍ୟ କରିଥିଲେ।ପ୍ରତି ବନ୍ଧକଙ୍କୁ ପ୍ରାୟ ୫୦ ଲକ୍ଷ ଡଲାର ବା ୩୮ କୋଟି ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.