ନୂଆଦିଲ୍ଲୀ,୩।୧୦: ଇରାନର ମିସାଇଲ ଆକ୍ରମଣର ପରେ ଆଶଙ୍କା ଥିଲା ଯେ, ଇସ୍ରାଏଲର ଆଗକୁ ଇରାନର ପରମାଣୁ ଆଡ୍ଡାକୁ ଟାର୍ଗେଟ କରିପାରେ। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି, ତାଙ୍କ ଦେଶ ‌ଯେ କୌଣସି ପରିସ୍ଥିତିରେ ଇରାନ ପରାମାଣୁ ଆଡ୍ଡା ଉପରେ ଇସ୍ରାଏଲର  ଆକ୍ରମଣକୁ ସମର୍ଥନ ଦେବେନି। ଏହା ଭିତରେ ଜି-୭ ଶେ ମଧ୍ୟ ଜରୁରୀ ବୈଠକ ଡକାଇଛନ୍ତି ଓ ଇରାନ-ଇସ୍ରାଲ ମଧ୍ୟ ଖୋଲା ଖୋଲି ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। 

ଇସ୍ରାଏଲ ବର୍ତ୍ତମାନ ନା କେବଳ ହମାସ, ହିଜବୁଲ୍ଲା ଓ ଇରାନ ସହ ଯୁଦ୍ଧ ଲଢୁନି ବଂର ୭ଟି ମୋର୍ଚ୍ଚାରେ ଯୁଦ୍ଧର ସାମନା କରୁଛି। ଏଭଳି ଭାବରେ ଇସ୍ରାଏଲ ସେନା ଅଲଗା ଅଲଗା ମୋର୍ଚ୍ଚାରେ ଶତ୍ରୁର ମୁକାବିଲା କରୁଛନ୍ତି। ଏହି ଯୁଦ୍ଧର ଆରମ୍ଭ ଗତ ବର୍ଷ ହମାସର ଆକ୍ରମଣ ସହ ହୋଇଥିଲା,ଯେଉଁଥିରେ ୧୨୦୦ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଇସ୍ରାଏଲ ଗାଜା ଉପରେ ହମାସ ବିରୋଧ ଯୁଦ୍ଧ ଆରମ୍ଭ କରିଥିଲା। ଏକ ବର୍ଷ ଭିତରେ ଇସ୍ରାଏଲ ପକ୍ଷରୁ ଗାଜାରେ ବଡ଼ ଧରଣର ଆକ୍ରମଣ ହୋଇଥିଲା।

ଏହି ସମୟରେ ଲେବାନନ୍‌ର ଆତଙ୍କୀ ସଂଗଠନ ହିଜବୁଲ୍ଲାର ଯୋଦ୍ଧା ରହି ରହି ଇସ୍ରାଏଲ ଉପରେ ଆକ୍ରମଣ କରୁଥିଲେ। ଗତ ଦୁଇ ସପ୍ତାହ ହେବ ହିଜବୁଲ୍ଲାକୁ ଇସ୍ରାଏଲ ନିଜର ଟାର୍ଗେଟ କରିଛି। ଇସ୍ରାଏଲ ଏବେ ଲେବାନନ୍‌ରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିଦେଇଛି ଓ ସୀମା ନିକଟରେ ୪୦ କିଲୋମିଟର ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ପଶି ସାରିଛି। ଏହି ସମୟରେ ହିଜବୁଲ୍ଲା ୮ ଇସ୍ରାଏଲୀ ଯବାନଙ୍କୁ ମାରିଦେଇଛି ଓ ଆଇଡିଏଫର ବହୁ ପରିମାଣରେ କ୍ଷତି ହୋଇଛି। ମୃତ ସମସ୍ତ ଇସ୍ରାଏଲୀ ସୈନିକ ୨୧ ରୁ ୨୩ ବର୍ଷ ବୟସର ବୋଲି ଜଣାପଡିଛନ୍ତି।

ହିଜବୁଲ୍ଲା ବ୍ୟତୀତ ୟେମେନର ହୁତି ବିଦ୍ରୋହୀ ମଧ୍ୟ ଇସ୍ରାଏଲ ଉପରେ ରକେଟ ଓ ମିସାଇଲ ମାଡ କରୁଛନ୍ତି। ଇସ୍ରାଏଲୀ ସେନା ସେ ଦିଗରୁ ଯୁଦ୍ଧ ଲଢୁଛନ୍ତି। ଏହି ଦୁଇ ଆତଙ୍କୀ ସଂଗଠନକୁ ଇରାନ ଟଙ୍କା ଓ ହତିଆର ଦେଉଛି। ମିଡିଲ ଇଷ୍ଟରେ ଏହା ଜରିଆରେ ଛଦ୍ମ ଯୁଦ୍ଧ ଲଢୁଛନ୍ତି। ଏବେ ଏହି ଦୁଇ ଦେଶ ଭିତରେ ୫ ମାସ ପରେ ପୁଣିଥରେ ଯୁଦ୍ଧର ପ୍ରଭାବ ରହିଛି। ଇରାନ ମଙ୍ଗଳବାର ଇସ୍ରାଏଲ ଉପରେ ପ୍ରାୟ ୨୦୦ ମିସାଇଲ ମାଡ କରିଛି। ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହାର ପରିଣାମ ଭୋଗିବାକୁ ଚେତାବନୀ ଦେଇଛି। ଅନ୍ୟପକ୍ଷେ ଇରାନ ମଧ୍ୟ କହିଛି, ଯଦି ଇସ୍ରାଏଲ ପାଲଟା ଆକ୍ରମଣ କରେ ତେବେ ଏହାର ପରିଣାମ ଖରାପ ରହିବ।