ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହମାସକୁ ଆତଙ୍କୀ ସଂଗଠନ ଘୋଷଣା କରୁ ଭାରତ, ଚାପ ପକାଉଛି ଇସ୍ରାଏଲ: ପିଓକେ ସହ ରହିଛି କନେକ୍ସନ

Published By : Harapriya Biswal | March 4, 2025 3:43 PM

ନୂଆଦିଲ୍ଲୀ,୪।୩: ହମାସକୁ ଆତଙ୍କୀ ସଙ୍ଗଠନ ଘୋଷଣା କରୁ ଭାରତ। ଏଭଳି ଏକ ଦାବି କରିଛି ଇସ୍ରାଏଲ। ପାକ୍ ଅଧିକୃତ କାଶ୍ମୀର ବା ପିଓକେରେ ହମାସ ନେତାଙ୍କ ଉପସ୍ଥିତି ଏବେ ଚିନ୍ତାର କାରଣ ପାଲଟିଛି। ନିକଟରେ କାଶ୍ମୀର ଏକଜୁଟତା ଦିବସରେ ହମାସ ନେତାଙ୍କୁ ପାକିସ୍ତାନୀ ଆତଙ୍କୀ ସଂଗଠନ ସହ ବୈଠକ କରିଥିବା ଜଣାପଡିଛି। ଏହାକୁ ନେଇ ଇସ୍ରାଏଲ ଏବେ ସୂଚନା ଦେଇଛି।

ଗାଜାରେ ହମାସର ମୂଳପୋଛ କରିବା ପାଇଁ ଇସ୍ରାଏଲ ଜାରି ରଖିଛି ଲଢେଇ। ହେଲେ ଏହା ଭିତରେ ପିଓକେରେ ହମାସ ନେତାମାନେ ପାକିସ୍ତାନୀ ନେତାଙ୍କ  ବୈଠକ କରିବା ଚିନ୍ତା ବଢାଇଛି। କାଶ୍ମୀର ଏକଜୁଟତା ଦିବସରେ ହମାସ ନେତା ପିଓକେରେ ପହଁଞ୍ଚିଥିଲେ। ଜାତିସଂଘ ଦ୍ବାରା କଟକଣା ଲାଗୁ କରାଯାଇଥିବା  ସଂଗଠନ ଲସ୍ମର ଇ ତୋଇବା ଓ ଜୈଶ ଇ ମହମ୍ମଦର ଆତଙ୍କୀଙ୍କ ସହ ମିଶି ବୈଠକ କରିଥିଲେ ହମାସ ନେତା। ଏହି ଘଟଣାକୁ ନେଇ ଇସ୍ରାଏଲ ଏବେ ଭାରତକୁ ସତର୍କ କରିଛି। 

ଏହା ସହ ହମାସକୁ ଆତଙ୍କୀ  ସଂଗଠନ ଘୋଷଣା କରିବାକୁ ଦାବି କରିଛି। ଭାରତ ମଧ୍ୟ ଆତଙ୍କବାଦ ପ୍ରସଙ୍ଗରେ ସବୁବେଳେ ଇସ୍ରାଏଲକୁ ସମର୍ଥନ ଦେଇ ଆସୁଛି। ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣକୁ କଡା ନିନ୍ଦା କରିଥିଲା। ତେବେ ଭାରତ ଏପର୍ଯ୍ୟନ୍ତ ହମାସକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଔପଚାରିକ ଭାବରେ ଘୋଷଣା କରିନାହିଁ। ତେବେ ଆମେରିକା ଓ ୟୁରୋପୀୟ ସଂଘ ସହ ବହୁ ଦେଶ ପୂର୍ବରୁ ଏହାକୁ ଆତଙ୍କୀ ସଂଗଠନ ଘୋଷଣା କରି ସାରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.