ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗାଜା ଉପରେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ, ମହିଳା ଓ ଶିଶୁ ସମେତ ୩୩ ନିହତ, ୭୦ରୁ ଉର୍ଦ୍ଧ୍ୱ ଆହତ

Published By : Swapna Ray | April 4, 2025 2:20 PM

ଗାଜା ଉପରେ ପୁଣି ବିମାନ ଆକ୍ରମଣ କରିଛି ଇସ୍ରାଏଲ । ଗତକାଲି ଅର୍ଥାତ୍ ଗୁରୁବାର ଇସ୍ରାଏଲୀ ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପରେ ବୋମାମାଡ଼ କରିଥିଲା । ଯେଉଁଥିରେ ପାଖାପାଖ୍ ୧୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣରେ ଉତ୍ତର ଗାଜାର ଏକ ସ୍କୁଲକୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଯେଉଁଥିରେ ସେଠାରେ ଆଶ୍ରୟ ନେଇଥିବା ୩୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦ରୁ ଅଧିକ ଆହତ ହୋଇଥିଲେ । ପାଲେଷ୍ଟାଇନ ସ୍ବାସ୍ଥ୍ୟ ଅଧିକାରୀମାନେ ଏନେଇ ଦେଇଛନ୍ତି । ବର୍ତ୍ତମାନ ସମୟରେ, ଇସ୍ରାଏଲ ଏହାର ଆକ୍ରମଣର ପରିସର ବୃଦ୍ଧି କରିଛି । ଇସ୍ରାଏଲୀ ସେନା କହିଛି ଯେ, ହମାସ ଉପରେ ଚାପ ବୃଦ୍ଧି କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ ବିତାଡ଼ିତ କରିବା ପାଇଁ ସେମାନେ ଆକ୍ରମଣକୁ ତୀବ୍ର କରିଛନ୍ତି ।

ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଜାହେର ଅଲ-ୱାହିଦି କହିଛନ୍ତି ଯେ, ଗାଜା ସହରର ତୁଫାହ ଅଞ୍ଚଳର ଏକ ସ୍କୁଲରେ ୧୪ ଜଣ ଶିଶୁ ଏବଂ ୫ ଜଣ ମହିଳାଙ୍କ ମୃତଦେହ ମିଳିଛି । ବିମାନ ଆକ୍ରମଣରେ ଆହତ ହୋଇଥିବା ୭୦ ଜଣ ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି । ଇସ୍ରାଏଲୀ ସେନା କହିଛି ଯେ, ଏହା ଗାଜା ସହରରେ ଥିବା ‘ହମାସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର’ ଉପରେ ଆକ୍ରମଣ କରିଛି । ଗୁରୁବାର ଇସ୍ରାଏଲୀ ସେନା ଉତ୍ତର ଗାଜାର କିଛି ଅଂଶରେ ରହୁଥିବା ଲୋକମାନଙ୍କୁ ଗାଜା ସହରର ପଶ୍ଚିମ ଭାଗରେ ଆଶ୍ରୟ ନେବାକୁ ନିର୍ଦ୍ଦେଶ ଦେଇଥିଲା ।

ଇସ୍ରାଏଲୀ ସେନା ଏହି ଅଞ୍ଚଳରେ ପୂର୍ଣ୍ଣ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଥିବା ଏନେଇ ଚେତାବନୀ ଦେଇଛନ୍ତି । ଯାହା ପରେ ଅନେକ ପାଲେଷ୍ଟାଇନ ନାଗରିକ ସେହି ସ୍ଥାନ ଛାଡ଼ି ଚାଲିଯିବା ଆରମ୍ଭ କରିଛନ୍ତି । ସ୍ଥାନାନ୍ତର ହେବା ସହ ଅନେକ ଲୋକ ନିଜ ନିଜର ଜିନିଷପତ୍ର ସାଙ୍ଗରେ ବୋହି ନେଉଥିଲେ । କିଛି ଲୋକ ପରିବହନ ପାଇଁ ଖଚର ଗାଡ଼ି ବ୍ୟବହାର କରୁଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର କହିଛନ୍ତି ଯେ, ଇସ୍ରାଏଲ ଗାଜାକୁ ଏକ ନୂତନ ସୁରକ୍ଷା ପଥ ନିର୍ମାଣ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.