ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲେବାନନରେ ଗାଜା ଭଳି ପ୍ଲାନ ; ୧୦୦୦ ମୃତ୍ୟୁ ପରେ ପୁଣି ଟ୍ୟାଙ୍କ ନେଇ ପହଞ୍ଚିଲା ଇସ୍ରାଏଲ, ୧୫ଟି ଗାଁକୁ ଦେଲା ଚେତାବନୀ

Published By : Prameya | October 1, 2024 6:57 PM

ନୂଆଦିଲ୍ଲୀ : ଲେବାନନରେ ଆତଙ୍କ ଖେଳାଇ ଥିବା ଇସ୍ରାଏଲର ସେନା ଏବେ ସ୍ଥଳ ହମଲା ପାଇଁ ପ୍ରସ୍ତୁତ ହେଉଛି। ମଙ୍ଗଳବାର ଇସ୍ରାଏଲୀୟ ସେନା ଲେବାନନବାସୀଙ୍କୁ ଶେଷ ଚେତାବନୀ ଜାରି କରି କହିଛି, ସେମାନେ ଦକ୍ଷିଣ ଭାଗ ଛାଡ଼ି ତୁରନ୍ତ ଉତ୍ତର ଆଡ଼କୁ ଚାଲି ଯାଆନ୍ତୁ, କାରଣ ତାଙ୍କ ସେନା ସ୍ଥଳ ହମଲା କରିବାକୁ ଯାଉଛି। 

ଉକ୍ତ ଚେତାବନୀ ସହ ହିଁ ଲେବାନନରେ ଗାଜା ଭଳି ସ୍ଥିତି ଉପୁଜିବାର ଆଶଙ୍କା ବଢି ଯାଇଛି। ସୂଚନା ଆଧାରରେ, ଲେବାନନରେ ଏବେସୁଦ୍ଧା ଇସ୍ରାଏଲୀୟ ହମଲାରେ ୧୦୦୦ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏଥିରେ ହିଜବୁଲ୍ଲା ମୁଖ୍ୟ ସୈୟଦ ହସନ ନସରଲ୍ଲାହ ସମେତ ଶହ ଶହ ହିଜବୁଲ୍ଲା ଆତଙ୍କୀ ସାମିଲ ଅଛନ୍ତି। 

ଏହା ପୂର୍ବରୁ ଗାଜାରେ ଇସ୍ରାଏଲୀୟ ସେନା ଅତି କମ୍‌ରେ ୪୪ ହଜାର ଲୋକଙ୍କୁ ମାରି ଦେଇଛନ୍ତି। ଅନ୍ୟପଟେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି କି, ସେ ନଇଁବ ନାହିଁ । ଇସ୍ରାଏଲର ସେନା ବିରୋଧରେ ସାମ୍ନା ସାମ୍ନି ଲଢିବାକୁ ପ୍ରସ୍ତୁତ।

ଇସ୍ରାଏଲ ଦ୍ୱାରା ଦକ୍ଷିଣ ଲେବାନନକୁ ସେନା ପଠାଇବାର କିଛି ଘଣ୍ଟା ପରେ ମଙ୍ଗଳବାର ଚେତାବନୀ ଜାରି କରିଛି। ଇସ୍ରାଏଲର ସେନା ଆରବୀ ପ୍ରବକ୍ତାଙ୍କ ଦ୍ୱାରା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରାଯାଇ ଥିବା ନିର୍ଦ୍ଦେଶରେ, ଦକ୍ଷିଣ ଲେବାନନର ୨୫ ଟି ଗାଁ କଥା କହିଛନ୍ତି ଏବଂ ଲୋକଙ୍କୁ ସୀମାରୁ ପାଖାପାଖି ୬୦ କିଲୋମିଟର( ୩୬ ମାଇଲ) ଦୂର, ଅୱାଲି ନଦୀର ଉତ୍ତରକୁ ଚାଲି ଯିବାକୁ କୁହାଯାଇଛି। 

ଗତ ୧୦ଦିନରେ ଇସ୍ରାଏଲ ହମଲାରେ ହିଜବୁଲ୍ଲାର ବରିଷ୍ଠ ସଦସ୍ୟ ହସନ ନସରୁଲ୍ଲା ଓ ୬ଜଣ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଶହ ଶହ ସଂଖ୍ୟାରେ ଆତଙ୍କୀ ମରି ଯାଇଛନ୍ତି। ସେନାର କହିବାନୁସାରେ, ଲେବାନନର ଏକ ବଡ଼ ଅଞ୍ଚଳରେ ହଜାର ହଜାର ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍‌ କରାଯାଇଛି। ହିଜବୁଲ୍ଲାର ପ୍ରବକ୍ତା କହିଛନ୍ତି ଏହାର ଯୋଦ୍ଧା ଇସ୍ରାଏଲର ସେନା ସହ ସାମ୍ନା ସାମ୍ନି ଲଢେଇ ପାଇଁ ପ୍ରସ୍ତୁତ। 

ଏକ୍ସରେ ପୋଷ୍ଟ କରାଯାଇ ଥିବା ବୟାନରେ କୁହାଯାଇଛି, ଆଇଡିଏଫ୍‌ (ଇସ୍ରାଏଲ ଡିଫେନ୍ସ ଫୋର୍ସ) ତୁମର କ୍ଷତି ପହଞ୍ଚାଇବାକୁ ଚାହେଁ ନାହିଁ ଏବଂ ନିଜର ସୁରକ୍ଷା ପାଇଁ ଆପଣଙ୍କୁ ତୁରନ୍ତ ନିଜ ଘର ଖାଲି କରିବାକୁ ହେବ। ହିଜବୁଲ୍ଲା ଦ୍ୱାରା ନିଜର ସେନା ଆବଶ୍ୟକ ପାଇଁ ବ୍ୟବହାର କରୁଥିବା କୌଣସି ବି ଘରକୁ ଆମେ ଛାଡ଼ିବୁ ନାହିଁ। ଏଥିପାଇଁ ସାବଧାନ ରୁହନ୍ତୁ , ତୁମକୁ ଦକ୍ଷିଣ ଆଡ଼କୁ ଯିବାରେ ଅନୁମତି ନାହିଁ। ଦକ୍ଷିଣ ଆଡ଼କୁ ଯିବାରେ ତୁମର ଜୀବନ ପ୍ରତି ବିପଦ ଆସି ପାରେ। ଆମେ ଆପଣଙ୍କୁ କହିବୁ କି ତୁମ ପାଇଁ ଘରକୁ ଫେରିବା କେତେବେଳେ ସୁରକ୍ଷିତ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.