ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇସ୍ରାଏଲର ହସ୍ପିଟାଲ ଉପରେ ଇରାନର ଆକ୍ରମଣ ପରେ ପ୍ରତିଶୋଧ ମୁହାଁ ନେତାନ୍ୟାହୁ, କହିଲେ ‘ଖାମେନିଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡିବ’…

Published By : Ladu Kishor | June 19, 2025 5:21 PM

ନୂଆଦିଲ୍ଲୀ: ଇରାନ ଇସ୍ରାଏଲର ସୋରୋକା ହସ୍ପିଟାଲ ଉପରେ କ୍ଷେପଣାସ୍ତ୍ର ମାଡ କରିଛି । ଏହି ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆଉ ଏହା ପରେ ଏବେ ଇସ୍ରାଏଲ ଖୋଲାଖୋଲି ଭାବରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କୁ ଧମକ ଦେଇଛି। ଏହି ଆକ୍ରମଣକୁ ଯୁଦ୍ଧ ଅପରାଧ ବୋଲି ବିବେଚନା କରିଛି । ଏବଂ କହିଛି ଯେ ଖାମେନି ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କୋଟଜ୍ ଆକ୍ରମଣ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ କୋଟଜ୍ କହିଛନ୍ତି ଯେ, "କାପୁରୁଷ ଇରାନୀ ଏକଛତ୍ରବାଦୀ ଶାସକ ଏକ ବଙ୍କରରେ ଲୁଚି ରହିଛନ୍ତି ଏବଂ ଆମର ହସ୍ପିଟାଲ ଏବଂ ଆବାସିକ ସ୍ଥାନ ଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଏହା ସବୁଠାରୁ ଖରାପ ପ୍ରକାରର ଯୁଦ୍ଧ ଅପରାଧ। ଖାମେନିଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡିବ। ସେ ଏହି ଅପରାଧ ପାଇଁ ସମ୍ପୂର୍ଣ୍ଣ ଦାୟୀ।" କାଟ୍ଜ୍ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନରେ ଆକ୍ରମଣକୁ ଆହୁରି ତୀବ୍ର କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଖାମେନିଙ୍କୁ ଚେତାବନୀ ଦେଇଛନ୍ତି। ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସେ ଏହାର ଉପଯୁକ୍ତ ଜବାବ ଦେଇଛନ୍ତି। ନେତାନ୍ୟାହୁ ଟ୍ୱିଟରରେ ଲେଖିଛନ୍ତି କି,"ଇରାନର ଆତଙ୍କବାଦୀ ଏକଛତ୍ରବାଦୀ (ଖାମେନି)ଙ୍କ ସୈନିକ ମାନେ ସାରୋକା ହସ୍ପିଟାଲ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଏବେ ଇରାନକୁ ଏହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ପଡିବ।" 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.