ନୂଆଦିଲ୍ଲୀ,୨୧।୧୦: ଗତ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଭିତରେ ପ୍ରଥମ ଥର ଇସ୍ରାଏଲ ଯୁଦ୍ଧ ବନ୍ଦ କରିବାର ପ୍ରସ୍ତାବ ଦେଇଛି। AXIOS ର ରିପୋର୍ଟ ଅନୁସାରେ,ଇସ୍ରାଏଲ ଗତ ସପ୍ତାହରେ ଆମେରିକାକୁ ଲେବାନନ୍‌ରେ ଅସ୍ତ୍ରବିରତିୀ କରିବା ପାଇଁ କୁଟନୈତିକ ସମାଧାନ ପାଇଁ ନିଜର ସର୍ତ୍ତ ସହ ଏକ ଦସ୍ତାବିଜ ଦେଇଛି। 
 
AXIOS ରବିବାର ଦୁଇ ଆମେରିକୀୟ ଅଧିକାରୀ ଓ ଦୁଇ ଇସ୍ରାଏଲୀ ଅଧିକାରୀଙ୍କ ସୁତ୍ରରୁ ଏହି ରିପୋର୍ଟ ଦେଇଛି। ଇସ୍ରାଏଲ ଦାବି କରିଛି ତା’ର ଆଇଡିଏଫ୍ ଫୋର୍ସକୁ ଆକ୍ଟିଭ ଇନଫୋର୍ସମେଣ୍ଟରେ ରହିବାକୁ ଅନୁମତି ଦିଆଯାଉ, ଫଳରେ ଏହା ସୁନିଶ୍ଚିତ ହୋଇପାରିବ ଯେ, ହେଜବୁଲ୍ଲା, ଇସ୍ରାଏଲୀ ସୀମା ନିକଟରେ ନିଜର ସେନା ଢାଞ୍ଚାକୁ ପୁଣିଥରେ ତିଆରି ନକରିପାରିବ।  

AXIOS ଏକ ଇସ୍ରାଏଲୀ ଅଧିକାରୀଙ୍କ ସୁତ୍ରର କହିଛି ଯେ, ଇସ୍ରାଏଲର ଏହା ମଧ୍ୟ ଦାବି ରହିଛି ଯେ, ଏହାର ବାୟୁସେନାକୁ ଲେବାନନର ଆକାଶ ମାର୍ଗରେ ଅପରେସନ୍‌ର ସ୍ବାଧିନତା ଦିଆଯାଉ।  ଇସ୍ରାଏଲ ଗତ ସପ୍ତାହରେ ଆମେରିକାକୁ ଲେବାନନ୍‌ରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ଓ ସୀମାରେ ଦୁଇ ପକ୍ଷର ବିସ୍ଥାପିତ ନାଗରିକଙ୍କୁ ତାଙ୍କ ଘରକୁ ଫେରାଇ ଆଣିବାକୁ ଏକ କୁଟନୈତିକ ସମାଧାନ ପାଇଁ ନିଜର ସର୍ତ୍ତ ସହ ଏକ ଦସ୍ତାବିଜ ଦେଇଛି।