ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇରାନ ବନାମ ଇସ୍ରାଏଲ, କାହାର କେତେ ‘ୱାର୍‌ ପାୱାର’ ?

Published By : Prameya | October 3, 2024 3:01 PM

ନୂଆଦିଲ୍ଲୀ ୦୩/୧୦: ଇରାନ-ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ହିଜବୁଲ୍ଲା ମୁଖ୍ୟ ହସନ୍‌ ନସରଲ୍ଲାହର ହତ୍ୟାର ପ୍ରତିଶୋଧରେ ଗତ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ପ୍ରାୟ ୨୦୦ ବାଲିଷ୍ଟିକ୍‌ ମିସାଇଲ  ମାଡ଼ କରିଛି ଇରାନ । ଇସ୍ରାଏଲ, ଆମେରିକା ଓ ଜୋର୍ଡାନର ଆଣ୍ଟି-ମିସାଇଲ ଡିଫେନ୍ସ ଦ୍ୱାରା ଅଧିକାଂଶ  ମିସାଇଲକୁ ରୋକାଯାଇଥିଲା । 

ଏହି ଆକ୍ରମଣ ପରେ ମଧ୍ୟ-ପ୍ରାଚ୍ୟରେ ସ୍ଥିତି ଆହୁରି  ବିଗିଡ଼ିଛି । ଚଳିତ ବର୍ଷ ଇସ୍ରାଏଲ ଉପରେ ଇରାନର  ଏହା ୨ୟ ବଡ଼ ଆକ୍ରମଣ । ଗତ ଏପ୍ରିଲରେ ଏହା  ଇସ୍ରାଏଲ ଉପରେ ପ୍ରାୟ ୩୦୦ ମିସାଇଲ ଓ ଡ୍ରୋନ୍‌  ମାଡ଼ କରିଥିଲା । ସଦ୍ୟ ଆକ୍ରମଣ ପରେ ଇରାନକୁ  କଡ଼ା ଚେତାବନୀ ଦେଇଛି ଇସ୍ରାଏଲ । ଇରାନ ବହୁତ  ବଡ଼ ଭୁଲ କରିଦେଲା ବୋଲି ପ୍ରଧାନମନ୍ତ୍ରୀ ନେତନ୍ୟାହୁ  କହିଛନ୍ତି । ଆକ୍ରମଣର ଭୟଙ୍କର ମୂଲ୍ୟ ଇରାନକୁ  ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ।  

ଅନ୍ୟପକ୍ଷେ, ଇରାନ ମଧ୍ୟ ପାଲଟା ଧମକ ଦେଇଛି ।  କହିଛି- ତାକୁ ଯଦି ଟାର୍ଗେଟ୍‌ କରାଯାଏ, ଏହାଠୁ  ବଡ଼ ଆକ୍ରମଣ ମାଧ୍ୟମରେ ଜବାବ ଦେବ । ଏଭଳି  ସ୍ଥିତିରେ କ୍ଷେତ୍ରୀୟ ଅସ୍ଥିରତା ଗମ୍ଭୀର ହେଉଥିବାରୁ  ତୁରନ୍ତ ଯୁଦ୍ଧବିରତି ଲାଗି ଜାତିସଂଘ ଉଭୟ ଦେଶକୁ  ଆହ୍ୱାନ ଦେଇଛି । ଉଭୟ ଇସ୍ରାଏଲ ଓ ଇରାନ ପ୍ରମୁଖ  କ୍ଷେତ୍ରୀୟ ସାମରିକ ଶକ୍ତି । ଇସ୍ରାଏଲ ସେନାର ସଂଖ୍ୟା  ଅପେକ୍ଷାକୃତ କମ୍‌ କିନ୍ତୁ ବୈଷୟିକ ଦୃଷ୍ଟିରୁ ଏହା ଖୁବ୍‌  ଉନ୍ନତ ଓ ସୁସଜ୍ଜିତ । ଇରାନର ସୈନ୍ୟବଳ ଅଧିକ  କିନ୍ତୁ ମାନବଯୁକ୍ତ ଉଡ୍ଡୟନ ଓ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଏହା  ପୁରୁଣା ଟେକ୍ନୋଲୋଜି ଉପରେ ନିର୍ଭରଶୀଳ । ୨୦୨୩  ମସିହା ରିପୋର୍ଟ ଅନୁସାରେ, ଇସ୍ରାଏଲର ସାମରିକ  ବଜେଟ୍‌ ୧୯.୨ ବିଲିଅନ୍‌ ଡଲାର । ଅନ୍ୟପକ୍ଷେ,  ଇରାନର ୭.୪ ବିଲିଅନ୍‌ ଡଲାର ।  

ସୈନ୍ୟ ଶକ୍ତି

ଇସ୍ରାଏଲର ମୋଟ୍‌ ୧୬୦,୦୦୦ ସକ୍ରିୟ ସୈନ୍ୟ  ଅଛନ୍ତି । ଏଥିସହ ୪୬୫,୦୦୦ ସଂରକ୍ଷିତ ଓ ୩୫  ହଜାର ପାରାମିଲିଟାରୀ ଫୋର୍ସର ସମର୍ଥନ ରହିଛି ।  ଏହା ତୁଳନାରେ ଇରାନର ସୈନ୍ୟ ବଳ ବହୁତ  ଅଧିକ । ୬୧୦,୦୦୦ ସକ୍ରିୟ ସୈନ୍ୟଙ୍କ ସମେତ  ଏହା ପାଖରେ ୩୫୦,୦୦୦ ସଂରକ୍ଷିତ ଓ ୨୨୦,୦୦୦  ପାରାମିଲିଟାରୀ ଫୋର୍ସ ଅଛି । 

ବାୟୁ ଶକ୍ତି

ଇସ୍ରାଏଲ ପାଖରେ ୬୧୨ ବିମାନ ଅଛି । ତନ୍ମଧ୍ୟରେ  ୨୪୧ ଫାଇଟର ଜେଟ୍‌, ୧୪୬ ହେଲିକପ୍ଟର ଓ ୪୮  ଆଟାକ୍‌ ହେଲିକପ୍ଟର ରହିଛି । ୧୫୫ ଟ୍ରେନର୍‌ ବିମାନ,  ୧୪ ଏରିଏଲ ଟ୍ୟାଙ୍କର୍‌ ବି ସାମିଲ । ଅନ୍ୟପକ୍ଷେ,  ଇରାନ ପାଖରେ ମୋଟ୍‌ ୫୫୧ ବିମାନ ଅଛି । ୧୮୬ ଫାଇଟର ଜେଟ୍‌ ଓ ୧୨୯ ହେଲିକପ୍ଟର ରହିଛି ।  ତନ୍ମଧ୍ୟରୁ ୧୩ ଆଟାକ୍‌ ହେଲିକପ୍ଟର ରହିଛି । ୧୦୨  ଟ୍ରେନର୍‌ ବିମାନ ଓ ୭ ଏରିଏଲ ଟ୍ୟାଙ୍କର୍‌ ସାମିଲ ।  ସୂଚନାଯୋଗ୍ୟ, ଇସ୍ରାଏଲର ବାୟୁ ଶକ୍ତିରେ ୨୩  ସ୍ପେଶାଲ-ମିଶନ୍‌ ବିମାନ ସାମିଲ, ଯାହା ବାୟୁମାର୍ଗରେ  ଏହାର ଯୁଦ୍ଧ ଦକ୍ଷତାକୁ ବଢ଼ାଉଛି । ଅନ୍ୟପକ୍ଷେ,  ଇରାନର ବାୟୁ ଶକ୍ତିରେ ୧୦ ସ୍ପେଶାଲ-ମିଶନ  ବିମାନ ରହିଛି ।

 ଭୂ-ଶକ୍ତି 

ଭୂ-ଶକ୍ତି ବିଭାଗରେ ଇସ୍ରାଏଲ ପାଖରେ ୧,୩୭୦  ଟ୍ୟାଙ୍କ୍‌ ଓ ୪୩,୪୦୭ ସଶସ୍ତ୍ର ଯାନ ସାମିଲ ।  ଏଥିସହ ୬୫୦ ସ୍ୱୟଂଚାଳିତ ତୋପଖାନା ୟୁନିଟ୍‌  ଓ ୧୫୦ ରକେଟ୍‌ ତୋପଖାନା ସିଷ୍ଟମ୍‌ ରହିଛି ।  ଅନ୍ୟପକ୍ଷେ, ଇରାନ ଟ୍ୟାଙ୍କ୍‌ ମାମଲାରେ ଇସ୍ରାଏଲକୁ  ପଛରେ ପକାଇଛି । ଏହା ପାଖରେ ୧,୯୯୬ ଟ୍ୟାଙ୍କ୍‌  ଏବଂ ୬୫,୭୬୫ ସଶସ୍ତ୍ର ବାହନ ରହିଛି । ୫୮୦  ସ୍ୱୟଂଚାଳିତ ତୋପଖାନା ୟୁନିଟ୍‌ ଏବଂ ୭୭୫ ରକେଟ୍‌  ତୋପଖାନା ସିଷ୍ଟମ୍‌ ରହିଛି । 

ନୌ-ଶକ୍ତି 

ଇସ୍ରାଏଲର ନୌସେନା କ୍ଷମତା ଅପେକ୍ଷାକୃତ  ସୀମିତ । ଏହା ପାଖରେ ଆଦୌ ଫ୍ରିଗେଟ୍‌ ନ  ଥିବାବେଳେ ମାତ୍ର ୫ ବୁଡ଼ାଜାହାଜ ରହିଛି । ୭ କୋର୍ଭେଟ୍‌ ଓ ୪୫ ପେଟ୍ରୋଲ ଜାହାଜ ସାମିଲ ।  ଅନ୍ୟପକ୍ଷେ, ଇରାନ ପାଖରେ ୭ ଫ୍ରିଗେଟ୍‌, ୩  ବୁଡ଼ାଜାହାଜ, ୧୯ ପେଟ୍ରୋଲ ଜାହାଜ ଏବଂ ଗୋଟିଏ  ମାଇନ୍‌ ୱାରଫେୟାର ଜାହାଜ ଅଛି, ଯାହା ତା’ର  ଶକ୍ତିଶାଳୀ ନୌଶକ୍ତିର ଉପସ୍ଥିତିକୁ ଦର୍ଶାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.