ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲେବାନନର ୨୪ଟି ଗାଁ ଖାଲି କରିବାକୁ ଇସ୍ରାଏଲ ସେନାର ଚେତାବନୀ, ସୀମାବର୍ତ୍ତୀ ଅଂଚଳରେ ହିଜବୁଲ୍ଲା ଗୋଷ୍ଠୀ ଉପରେ ଜାରି ରହିଛି ଗ୍ରାଉଣ୍ଡ ଅପରେସନ...

Published By : Ladu Kishor | October 2, 2024 5:35 PM

ନୂଆଦିଲ୍ଲୀ: ଇସ୍ରାଏଲ୍ ସେନା ଦକ୍ଷିଣ ଲେବାନନର ୨୪ଟି ଗାଁର ବାସିନ୍ଦାଙ୍କୁ ଏହି ଗ୍ରାମ ଗୁଡ଼ିକୁ ଖାଲି କରିବାକୁ ଚେତାବନୀ ଦେଇଛି । ବୁଧବାର ଇସ୍ରାଏଲ୍ ପକ୍ଷରୁ ଜାରି କରାଯାଇଥିବା ଏହି ଚେତାବନୀ ଏପରି ଏକ ସମୟରେ ଆସିଛି, ଯେତେବେଳେ ହିଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀର ମୁକାବିଲା ପାଇଁ ସେନା ନିକଟରେ ସୀମା ଅଞ୍ଚଳ ନିକଟରେ କାର୍ଯ୍ୟ ଆରମ୍ଭ କରିଛି । ଇସ୍ରାଏଲ୍ ସେନା ଏହାକୁ ଏକ ଛୋଟ ଗ୍ରାଉଣ୍ଡ ଅପରେସନ୍ ବୋଲି କହୁଛି । ଏହି ୨୪ ଟି ଗ୍ରାମ ମିଳିତ ଜାତିସଂଘ ଦ୍ବାରା ଘୋଷିତ ହୋଇଥିବା 'ବଫର୍ ଜୋନ୍'ରେଆସୁଛି, ଯାହା ୨୦୦୬ ମସିହାରେ ଇସ୍ରାଏଲ୍ ଏବଂ ହିଜବୁଲ ମଧ୍ୟରେ ଶେଷ ଯୁଦ୍ଧ ପରେ ସ୍ଥାପନା କରାଯାଇଥିଲା ।

ଇସ୍ରାଏଲ୍ ସେନା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଇରାନ ସମର୍ଥିତ ହିଜବୁଲ୍ଲା ବିରୁଦ୍ଧରେ ଦକ୍ଷିଣ ଲେବାନନରେ ଗ୍ରାଉଣ୍ଡ ଅପରେସନରେ ପଦାତିକ ତଥା ସଶସ୍ତ୍ର ୟୁନିଟ୍ ଅଂଶଗ୍ରହଣ କରୁଛନ୍ତି ।

ଇସ୍ରାଏଲ କହିଛି ଯେ, ସୀମା ଅଂଚଳରୁ ବିସ୍ଥାପିତ ଇସ୍ରାଏଲୀୟ ମାନେ ନିଜ ଘରକୁ ସୁରକ୍ଷିତ ଭାବେ ନ ଫେରିବା ପର୍ଯ୍ୟନ୍ତ ଏହା ହିଜବୁଲ୍ଲା ଉପରେ ଆକ୍ରମଣ ଜାରି ରଖିବ । ଏହା ସମାପ୍ତ ହେବା ପରେ ହିଁ ଗ୍ରାଉଣ୍ଡ ମିଲିଟାରୀ ଅପରେସନ୍ ସମାପ୍ତ ହେବ । ଇସ୍ରାଏଲ୍ ସେନା ଏକ ବିବୃତ୍ତିରେ କହିଛି ଯେ ଦକ୍ଷିଣ ଲେବାନନରେ ହିଜବୁଲ୍ଲା ଠିକଣା ଉପରେ ଗ୍ରାଉଣ୍ଡ ଆକ୍ରମଣ ଜାରି ରହିଛି । 

ଏହି ସମୟ ମଧ୍ୟରେ ଇସ୍ରାଏଲ ପୁଣି ଲେବାନନକୁ ବୋମାମାଡ଼ କରିଛି । ବୁଧବାର ସକାଳେ ବେରୁଟର ଦକ୍ଷିଣରେ ଇସ୍ରାଏଲ୍ ସୈନ୍ୟମାନେ ଅତି କମରେ ପାଞ୍ଚଟି ଏୟାର ଷ୍ଟ୍ରାଇକ୍ କରିଥିଲେ । ହିଜବୁଲ୍ଲା ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି । ଇସ୍ରାଏଲ ଦ୍ୱାରା କରାଯାଇଥିବା ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.