ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହମାସ ଯୁଦ୍ଧବିରତିକୁ ଇସ୍ରାଏଲ ସ୍ୱାକ୍ଷର, ଜାନୁଆରୀ ୧୯ରୁ ହେବ ଲାଗୁ

Published By : Prameya | January 18, 2025 8:18 AM

ତେଲ୍‌ ଆଭିଭ,୧୮/୦୧: ହମାସ  ସହ ହୋଇଥିବା ଯୁଦ୍ଧବିରତି ରାଜିନାମାରେ ଶୁକ୍ରବାର ଇସ୍ରାଏଲ ସ୍ୱାକ୍ଷର କରିଛି । ଫଳରେ ଶୁକ୍ରବାରଠାରୁ ଯୁଦ୍ଧବିରତି ଲାଗୁ ହୋଇଛି ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ  ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ  କ୍ୟାବିନେଟ କମିଟିର ବୈଠକ ବସିଥିଲା ।  ବୈଠକରେ ଯୁଦ୍ଧବିରତି ରାଜିନାମା ଉପରେ  ସହମତି ପ୍ରକାଶ ପରେ ତାକୁ ଅନୁମୋଦନ  କରାଯାଇଛି । ଆସନ୍ତା ୧୯ ତାରିଖରୁ ଏହା  ଲାଗୁ ହେବ । ଯାହାଫଳରେ ହମାସ୍‌ କବଳରେ ରହିଥିବା ଇସ୍ରାଏଲ ପଣବନ୍ଦୀ ମୁକୁଳିବେ ।

ଇସ୍ରାଏଲ ଗୁରୁବାର ଯୁଦ୍ଧବିରତି ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ ଥିଲେ ମଧ୍ୟ କ୍ୟାବିନେଟ ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା । ହମାସ୍‌ ନୂଆ ଦାବି  ଉଠାଇ ଯୁଦ୍ଧବିରତି ପ୍ରସ୍ତାବରୁ ପଛକୁ ଘୁଞ୍ଚୁଥିବା ନେଇ ନେତନ୍ୟାହୁ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ହମାସ ପକ୍ଷରୁ  ଖଣ୍ଡନ କରାଯାଇଥିଲା । ସେପଟେ ଗାଜା ସିଟିର ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା  ପ୍ରଚଣ୍ଡ ଆକ୍ରମଣ କରିବାରୁ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ  ପ୍ରଥମ ପର୍ଯ୍ୟାୟରେ ହମାସ ୩୩ ଜଣ  ପଣବନ୍ଦୀଙ୍କୁ ଛାଡିବ । ସେମାନଙ୍କ ଭିତରେ  ୫ଜଣ ମହିଳା ସୈନିକ ରହିଛନ୍ତି । ଏହି  ୫ ମହିଳା ସୈନିକଙ୍କ ବଦଳରେ ଇସ୍ରାଏଲ  ୨୫୦ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ  କରିବ । ହମାସ ପାଖରେ ବର୍ତ୍ତମାନ  ୯୪ ଜଣ ଇସ୍ରାଏଲୀ ପଣବନ୍ଦୀ ଅଛନ୍ତି । 

ଯୁଦ୍ଧବିରତି ୪୨ ଦିନ ପାଇଁ କାଏମ ରହିବ । ପରବର୍ତ୍ତୀ ସମୟରେ ସ୍ଥାୟୀ ଯୁଦ୍ଧବିରତି ନେଇ ଆଲୋଚନା ହେବ । ଉଭୟ ଦେଶର  ସୀମାରେ ବଫର ଜୋନ ପ୍ରତିଷ୍ଠା ହେବ । ଅନ୍ୟପକ୍ଷରେ ହମାସ ସହ ହୋଇଥିବା ଯୁଦ୍ଧବିରତି ରାଜିନାମାକୁ ପ୍ରତିରକ୍ଷା ମନ୍ତ୍ରୀ ବେନ-ଗ୍ୱିର ଇତାମାର ବିରୋଧ କରିଛନ୍ତି । ସେ ହମାସ ସହ ବୁଝାମଣାକୁ ଭୁଲ ବୋଲି ଦର୍ଶାଇ ନେତନ୍ୟାହୁଙ୍କ ସରକାରରୁ ସମର୍ଥନ  ପ୍ରତ୍ୟାହାର କରିବାକୁ ଧମକ ଦେଇଛନ୍ତି । କହିଛନ୍ତି ତାଙ୍କ ଓତ୍ୟୋଜ୍‌ମା ୟେହୁଦିତ ପାର୍ଟି  ନେତନ୍ୟାହୁଙ୍କ ଲିକୁଡ ପାର୍ଟି ଠାରୁ ସମର୍ଥନ  ପ୍ରତ୍ୟାହାର କରିନେବ । କେବଳ ଏତିକି ନୁହେଁ ହମାସ ସହ ହୋଇଥିବା ଯୁଦ୍ଧବିରତି  ରାଜିନାମା ପ୍ରତ୍ୟାହାର ସହ ଇସ୍ରାଏଲ ଯଦି ପୁଣି ଗାଜାରେ ଆକ୍ରମଣ କରିବ ତେବେ ତାଙ୍କ ଦଳ ପୁଣି ଥରେ ଲିକୁଡ ପାର୍ଟିକୁ ସମର୍ଥନ  କରିବ ବୋଲି ସେ ସର୍ତ୍ତ ମଧ୍ୟ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.