ପ୍ରମୂଖ ଖବର
  • ଚତୁର୍ଥ ଦିନ ଖେଳ ଶେଷ, ଇଂଲଣ୍ଡର ସ୍କୋର ୩୩୯/୬; ପଞ୍ଚମ ଦିନ ଆସିବ ଓଭାଲ୍ ଟେଷ୍ଟର ରେଜଲ୍ଟ
  • ||
  • ବିହାରରୁ ଦିଲ୍ଲୀ SIR ବିବାଦ ତୀବ୍ର: ଜୁଲାଇ ୭ରେ ଇଣ୍ଡି ମେଣ୍ଟର ବୈଠକ
  • ||
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଗାଜାରେ ଖାଦ୍ୟ ଖୋଜିବାକୁ ବାହାରିଲେ ମିଳୁଛି ଗୁଳିମାଡ, ରିଲିଫ୍ କ୍ୟାମ୍ପ ନିକଟରେ ୨୩ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ...

Published By : Ladu Kishor | August 3, 2025 9:38 PM

ନୂଆଦିଲ୍ଲୀ: ଗାଜା ପଟ୍ଟିରେ ଖାଦ୍ୟ ପାଇଁ ହାହାକାର । ଖାଦ୍ୟ ଖୋଜିବାକୁ ବାହାରକୁ ଯାଇଥିବା ଲୋକଙ୍କ ଉପରେ ଇସ୍ରାଏଲୀ ସେନା ଘନଘନ ଗୁଳିମାଡ କରୁଥିବା ଅଭିଯୋଗ ହୋଇଛି । ଏଥିରେ ୨୩ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଖାଦ୍ୟ ଖୋଜିବା ପାଇଁ ଲୋକମାନେ ଯେତେବେଳେ ରିଲିଫ୍ କେନ୍ଦ୍ରରେ ପହଞ୍ଚିଥିଲେ, ଏହି ସମୟରେ ଇସ୍ରାଏଲୀ ସେନା ଗୁଳିଚାଳନା ଆରମ୍ଭ କରିଥିଲା। ହସ୍ପିଟାଲ ଅଧିକାରୀ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଏହି ସୂଚନା ଦେଇଛନ୍ତି।

ଗାଜାରେ ୨୦ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି ଏବଂ ଏଠାରେ ଦୁର୍ଭିକ୍ଷ ପରିସ୍ଥିତି ଏବେ ଦେଖାଦେଇଛି । ବିଶେଷଜ୍ଞ ମାନେ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ, ଇସ୍ରାଏଲର ଅବରୋଧ ଏବଂ ଦୀର୍ଘକାଳୀନ ଆକ୍ରମଣ ଯୋଗୁଁ ଏହି ଅଞ୍ଚଳ ଦୁର୍ଭିକ୍ଷର ଦ୍ୱାରଦେଶରେ ପହଞ୍ଚିଛି ।

ଖାଦ୍ୟ ପାଇବାକୁ ଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ହଠାତ୍ ସେଠାରେ ଗୁଳିଚାଳନା ଆରମ୍ଭ ହୋଇଗଲା। ସେ ରକ୍ତରେ ଭିଜିଥିବା ଅତି କମରେ ତିନି ଜଣ ଲୋକଙ୍କୁ ତଳେ ପଡ଼ିଥିବା ଦେଖିଥିଲେ। ସେ କହିଛନ୍ତି, ମୁଁ ସାହାଯ୍ୟ ମଧ୍ୟ କରିପାରିଲି ନାହିଁ, କାରଣ ଲଗାତାର ଗୁଳି ଚାଳନା କରାଯାଉଥିଲା। ଦକ୍ଷିଣ ଗାଜାର ନାସିର ହସ୍ପିଟାଲ କହିଛି ଯେ ଅନେକ ରିଲିଫ୍ କେନ୍ଦ୍ର ନିକଟରୁ ମୃତଦେହ ଅଣାଯାଇଥିଲା। ଏହି ମୃତଦେହ ମଧ୍ୟରୁ ଆଠଟି ଖାନ ୟୁନୁସ ନିକଟରେ ଥିବା ତେଇନା ନାମକ ସ୍ଥାନରୁ ଆସିଥିଲା। ଖାନ ୟୁନୁସ ଗାଜା ମାନବିକ ଫାଉଣ୍ଡେସନ୍ ର ଏକ ରିଲିଫ୍ କେନ୍ଦ୍ର ସ୍ଥାପନ କରିଥାଏ । ଏହି ଫାଉଣ୍ଡେସନକୁ ଆମେରିକା ଏବଂ ଇସ୍ରାଏଲ ସମର୍ଥନ କରନ୍ତି ଏବଂ ଦୁଇ ମାସ ଧରି ଗାଜାରେ ରିଲିଫ୍ ବଣ୍ଟନ କରିଆସୁଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.