ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୱାର୍ଣ୍ଣିଂ ପୂର୍ବରୁ ଇରାନରେ ବଡ଼ ଆକ୍ରମଣ ହୋଇଛି। ଇରାନୀ ମିଡ଼ିଆର ରିପୋର୍ଟ ମୁତାବିକ , ଏହି ଆକ୍ରମଣରେ ଇରାନର ସାଉଥ୍ ପାର୍ସ ନ୍ୟାଚୁରାଲ ଗ୍ୟାସ ଫିଲ୍ଡରେ ଶକ୍ତି କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍ କରାଯାଇଛି। ଇରାନର ଅର୍ଦ୍ଧ-ସରକାରୀ ଫାର୍ସ ନ୍ୟୁଜ୍ ଏଜେନ୍ସି ଓ ମିଜାନ ନ୍ୟୁଜ୍ ଏଜେନ୍ସି , ଉଭୟ ଏହି ହମଲାର ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ଆମେରିକା ଓ ଇସ୍ରାଏଲକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହେଲେ କୌଣସି ବି ଦେଶ ତୁରନ୍ତ ଇରାନର ଦକ୍ଷିଣୀ ବୁଶହର ପ୍ରଦେଶର ଅସଲୁୟେହରେ ଗ୍ୟାସ୍ କ୍ଷେତ୍ରରେ କୌଣସି ଆକ୍ରମଣର ଦାବି କରି ନାହିଁ। କହି ରଖୁଛି କି, ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ ପାୱାର ପ୍ଲାଣ୍ଟ ଓ ବ୍ରିଜ୍ ଉପରେ ସମ୍ଭାବିତ ଆକ୍ରମଣ ହୋଇପାରେ। ସେପଟେ , ଇସ୍ରାଏଲ ଇରାନର ତିନୋଟି ଏୟାରପୋର୍ଟସ ଉପରେ ମଧ୍ୟ ଆକ୍ରମଣ କରିଛି।

ଏହା ସହ ମଧ୍ୟ ପଢନ୍ତୁ : ପାଇଲଟ ପାଇଁ ନୁହେଁ, ୟୁରାନିୟମ ଚୋରି କରିବାକୁ ଆସି ଥିଲେ ଆମେରିକୀୟ ସୈନିକ

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ସୋମବାର ଇରାନର ଅସଲୁୟେହରେ ଦକ୍ଷିଣ ପାର୍ସ ପେଟ୍ରୋକେମିକଲ ପ୍ଲାଣ୍ଟକୁ ଟାର୍ଗେଟ୍ କରି ହମଲା କରିବାର ସ୍ପଷ୍ଟ କରିଛନ୍ତି। କାଟଜଙ୍କ ଏହି ଟିପ୍ପଣୀ ଇରାନର ଏହି ଦାବି ପରେ ଆସିଛି, ଦକ୍ଷିଣ ପାର୍ସ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଥିବା ସୁବିଧା ଗୁଡ଼ିକୁ ଟାର୍ଗେଟ୍ କରି ହମଲା କରାଯାଇଛି।

କାଟଜ କହିଛନ୍ତି , ଇସ୍ରାଏଲ ଅସଲୁୟେହରେ ଥିବା ଇରାନର ସବୁଠୁ ବଡ଼ ପେଟ୍ରୋକେମିକଲ ପ୍ଲାଣ୍ଟ ଉପରେ ଜବରଦସ୍ତ ଆକ୍ରମଣ କରିଛି, ଯାହା ଏକ ପ୍ରମୁଖ ଲକ୍ଷ , ଯାହାର ଦେଶର ମୋଟ ପେଟ୍ରୋକେମିକାଲ ଉତ୍ପାଦନରେ ପାଖାପାଖି ୫୦ ପ୍ରତିଶତର ଯୋଗଦାନ ରହିଛି। ଇସ୍ରାଏଲର ମାର୍ଚ୍ଚରେ ଦକ୍ଷିଣ ପାର୍ସରେ ଥିବା ଫାସିଲିଟିଜ୍ ଉପରେ ଆକ୍ରମଣ କରିବା ପରେ ଇରାନ ପଶ୍ଚିମ ଏସିଆର ତୈଳ ଓ ପ୍ରାକୃତିକ ଗ୍ୟାସ ସ୍ଥଳ ଗୁଡ଼ିକୁ ଖୁବ୍ ଜୋରରେ ଟାର୍ଗେଟ୍ କର୍ବା ଆରମ୍ଭ କରି ଦେଇଥିଲା।

ଏହା ସହ ମଧ୍ୟ ପଢନ୍ତୁ : ଶତ୍ରୁ ଦେଶରେ ପଶି ନିଜ ସୈନିକଙ୍କୁ ବଞ୍ଚାଇ ଆଣିଲା ଆମେରିକା