ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ଇସ୍ରାଏଲ; ଘନଘନ ମିସାଇଲ୍ ମାଡ଼, ଅଟକାଇଲା ଆଇରନ ଡୋମ୍

Published By : Manash Sahoo | July 6, 2025 12:46 PM

ନୂଆଦିଲ୍ଲା, ୦୬/୦୭: ମଧ୍ୟପ୍ରାଚ୍ୟରେ ଆକାଶରୁ ନିଆଁ ବର୍ଷା । ହୁତି ବିଦ୍ରୋହୀ ସଂଗଠନର ଟାର୍ଗେଟରେ ଇସ୍ରାଏଲ । ଶନିବାର ୟେମେନରୁ ଇସ୍ରାଏଲ ଉପରେ ବଡ଼ ମିସାଇଲ୍ ଆଟାକ୍ କରାଯାଇଛି । ଘନଘନ କ୍ଷେପଣାସ୍ତ୍ର ମାଡ଼ରେ ଥରି ଉଠିଥିଲା ତେଲଅଭୀଭ । ଲଗାତାର ବାଜିଥିଲା ଯୁଦ୍ଧ ସାଇରନ୍ । ହେଲେ ଇସ୍ରାଏଲ୍ ଡିଫେନ୍ସ ସିଷ୍ଟମ ଏହାକୁ ତ୍ବରିତ ପ୍ରତିକ୍ରିୟା ଦେଖାଇ ଆକାଶରେ ହିଁ ନଷ୍ଟ କରିଥିଲା । ଏହାଛଡ଼ା ଦେଶର ନାଗରିକମାନଙ୍କୁ ହୋମ୍ ଫ୍ରଣ୍ଟ୍ କମାଣ୍ଡର ନିର୍ଦ୍ଦେଶ ପାଳନ କରିବାକୁ ଅପିଲ୍ କରାଯାଇଥିଲା । 

ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଅନୁଯାୟୀ, ଏକ ବୟାନ ଜାରି କହିଛି, ଇସ୍ରାଏଲ ବାୟୁ ପ୍ରତିରକ୍ଷା ପ୍ରଣାଳୀ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ । ଶନିବାର ୟେମେନର ହୁତି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଘନଘନ ମିସାଇଲ୍ ମାଡ଼ କରି ତେଲଅଭୀଭ ସହିତ ଅନ୍ୟ ସହରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା । ମାତ୍ର ହୁତି ବିଦ୍ରୋହୀ ଗୋଷ୍ଠୀର ଏହି ଇଚ୍ଛାକୁ ପଣ୍ଡ କରିଥିଲା ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ । ତେବେ ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ହୁତି ବିଦ୍ରୋହୀଙ୍କୁ ଚେତାବନୀ ଦେଇଥିଲା, ଯଦି ବିଦ୍ରୋହୀ ସଗଂଠନ ଗାଜା ସମର୍ଥନରେ ହମଲା ଜାରି ରଖେ, ତେବେ ନୌସେନା ଏବଂ ବାୟୁସେନା ନାକାବନ୍ଦୀ ଲଗାଇବ । 

ସୂଚନା ଅନୁଯାୟୀ, ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ । ଆଇରନ ଡୋମ୍ ସିଷ୍ଟମ ପ୍ରତିହତ କରିବାରେ ସଫଳ ହୋଇଥିଲା । ଏହା ପରେ ହୁତି ବିଦ୍ରୋହୀ ଗୋଷ୍ଠୀ ଇସ୍ରାଏଲକୁ ଟାର୍ଗେଟ୍ କରିଥିଲା । ଘନଘନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଡ଼ କରିଥିଲା । ଏୟାର ଡିଫେନ୍ସ ସିଷ୍ଟମ ଅଧିକାଂଶ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା । ଏହି ହମଲା ଯୋଗୁ ଲାଲ୍ ସାଗରରେ ବିଶ୍ୱ ନୌବାଣିଜ୍ୟ ମାର୍ଗରେ ବାଧା ସୃଷ୍ଟି ହେଉଥିଲା । ଏହାର ଜବାବରେ ଇସ୍ରାଏଲ ମଧ୍ୟ ଅନେକ ଥର ପ୍ରତିଶୋଧମୂଳକ ଆକ୍ରମଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.