ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଲେବାନନ ରାଜଧାନୀ ଉପରେ ଇସ୍ରାଇଲର ମିସାଇଲ ମାଡ, ୨୯ ମୃତ

Published By : Ankita S | November 25, 2024 8:13 AM

ନୂଆଦିଲ୍ଳୀ,୨୫/୧୧: ଲେବାନନରେ ଇସ୍ରାଏଇ ଓ ହିଜବୁଲ୍ଲା ମଧ୍ଯରେ ଭୀଷଣ ଯୁଦ୍ଧ ଜାରି ରହିଛି । ଇସ୍ରାଇଲ ଲେବାନନ ରାଜଧାନୀ ବେରୁଟର ମଧ୍ୟ କ୍ଷେତ୍ରରେ ଜୋରଦାର ଆକ୍ରମଣ କରିଥିଲା । ମିସାଇଲ ଆଟାକରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ୬୬ଜଣ ଆହତ ହୋଇଛନ୍ତି । ବେରୁତରେ ଥିବା ଏକ ମଲ୍ଟି ଷ୍ଟୋର ରେସିଡେନ୍ସାଲ ବିଲ୍ଡିଂରେ ଏହା ଆକ୍ରମଣ ହୋଇଛି ।

ଆଇଡିଏଫର ସୂଚନା ଅନୁସାରେ, ୧୨ ହିଜବୁଲ୍ଲା କମାଣ୍ଡ ଇସ୍ରାଇଲ ସେନା ଦ୍ବାରା ବନ୍ଦୀ ହୋଇଛନ୍ତି । ଇସ୍ରାଇଲ ଲେବାନନ ରାଜଧାନୀରେ ୭ ଦିନ ମଧ୍ୟରେ ୪ ଥର ଆକ୍ରମଣ କରିଛି । ଲେବାନନ ସହ ଇସ୍ରାଇଲ ଲଢେଇରେ ଇସ୍ରାଇଲର ୯୦ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ନାଗରିକଙ୍କର ମୃତ୍ୟୁ ହୋଇଛି । ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ସମଗ୍ର ବିଶ୍ବରେ ତୃତୀୟ ବିଶ୍ବଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲାଣି । ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାମ ନେଉନଥିବାବେଳେ ଇସ୍ରାଇଲ ଗାଜା ଉପରେ ଆକ୍ରମଣ ଜାରି ରଖିଛି । ଇସ୍ରାଇଲ ପାଲେଷ୍ଟାଇନ ଅନ୍ତର୍ଗତ ଗାଜା ଓ ବେରୁଟରେ ଏୟାରଷ୍ଟ୍ରାଇକ ଜାରି ରଖିଛି ।

ପାଖାପାଖି ବର୍ଷେରୁ ଅଧିକ ଦିନ ହେବ ଇସ୍ରାଇଲ ଓ ହିଜବୁଲ୍ଲା ମଧ୍ୟରେ ଘମାଘୋଟ ଯୁଦ୍ଧା ଲାଗି ରହିଛି । ଏଥିରେ ଇସ୍ରାଇଲ ଏୟାରଷ୍ଟ୍ରାଇକରେ ହିଜବୁଲ୍ଲା କମାଣ୍ଡରଙ୍କୁ ଟାର୍ଗେଟ କରାଯାଉଛି । ୩ ହଜାରରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଗତ ୨୩ ତାରିଖରେ ଲେବାନନ୍‌ର ରାଜଧାନୀ ବେରୁଟର ବସ୍ତା ଅଞ୍ଚଳରେ ଇସ୍ରାଏଲ ଜୋରଦାର ଆକ୍ରମଣ କରିଥିଲା । ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ୧୨ ଜଣ ଆହତ ହୋଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.