ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଅସ୍ତ୍ରବିରତିର ୨୪ ଘଣ୍ଟା ପୁରିନି, ଲେବାନନ୍‌ର ତିନୋଟି ସହର ଉପରେ ଇସ୍ରାଏଲର ଆକ୍ରମଣ

ନୂଆଦିଲ୍ଲୀ,୨୮।୧୧:  ଇସ୍ରାଏଲ ଓ ଲେବାନନ୍‌ର ହିଜବୁଲ୍ଲା ଆତଙ୍କବାଦୀଙ୍କ ମଧ୍ୟରେ ଅସ୍ତ୍ରବିରତିକୁ ୨୪ ଘଣ୍ଟା ବିତିନି ପୁଣି ଆକ୍ରମଣ। ଇସ୍ରାଏଲ ସେନା ଲେବାନନ୍‌ର ତିନୋଟି ସହର ଉପରେ କରିଛି ଆକ୍ରମଣ। ଲେବାନନ୍ ସୁରକ୍ଷା ସୁତ୍ର ଅନୁସାରେ, ଅସ୍ତ୍ରବିରତୀ ଲାଗୁ ହେବାର ଦିନକ ପରେ ଇସ୍ରାଏଲ ଟ୍ୟାଙ୍କର ଲେବାନନ୍‌ର ଦକ୍ଷିଣ-ପୂର୍ବ ସୀମାରେ ଥିବା ତିନୋଟି ସହରକୁ ଟାର୍ଗେଟ କରିଛି। ଏହି ଆକ୍ରମଣ ସେତେବେଳେ ହୋଇଥିଲା, ଯେତେବେଳେ ଅସ୍ତ୍ରବିରତି ପରେ ବିସ୍ଥାପିତ ହୋଇସାରିଥିବା ଲେବାନନ୍‌ବାସୀ ଘରକୁ ‌ଫେରୁଥିଲେ। ଇସ୍ରାଏଲ ସେନା ଲେବାନନ୍‌ବାସୀଙ୍କୁ ଏବେ ସୀମା ପାଖରେ ଥିବା ନିଜ ଘରକୁ ନଯିବାକୁ ମଧ୍ୟ କହିଛି।

ଲେବାନନ୍ ସୁରକ୍ଷା ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି ଯେ, ଆକ୍ରମଣ ମାର୍କବା, ଓ୍ବାଜାନୀ ଓ କଫରଚୌବା ସହରରେ ଘଟିଛି। ଏହି ଆକ୍ରମଣ ଇସ୍ରାଏଲ ଓ ଲେବାନନ୍‌ ଭିତରେ ସୀମା ନିର୍ଦ୍ଧାରଣ କରୁଥିବା ବ୍ଲୁ ଲାଇନର ଦୁଇ କିଲୋମିଟର ଭିତରେ କରାଯାଇଛି। ଏହା ପୂର୍ବରୁ ବୁଧବାର ଆମେରିକା ଓ ଫ୍ରାନ୍ସର ମଧ୍ୟସ୍ଥତା କାରଣରୁ ଇସ୍ରାଏଲ ଓ ଲେବାନନ୍ ସଶସ୍ତ୍ର ବାହିନୀ ହିଜବୁଲ୍ଲା ଭିତରେ ଯୁଦ୍ଧବିରତି ଲାଗୁ ହୋଇଥିଲା। ଏହି ଯୁଦ୍ଧବିରତି ଦୁଇ ଦେଶର ଲୋକଙ୍କୁ ନିଜ ଘରକୁ ଫେରିବାର ଅନୁମତି ଦେବାର ଥିଲା। 

ଇସ୍ରାଏଲ ସୈନିକ ଏବେ ଲେବାନନ୍‌ କ୍ଷେତ୍ର ଭିତରେ ସୀମାକୁ ଲାଗିଥିବା ସହରରେ ମୁତୟନ ରହିଛି। ଗୁରୁବାର ସକାଳେ ଇସ୍ରାଏଲ ସେନା ସୀମା ନିକଟରେ ଥିବା ଲୋକଙ୍କୁ ନିଜ ଜୀବନ ବଞ୍ଚାଇ ଫେରିଯିବାକୁ କହିଥିଲା। ଗୁରୁବାର ସକାଳେ ହୋଇଥିବା ଏହି ଆକ୍ରମଣକୁ ନେଇ ହିଜବୁଲ୍ଲା କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଉଲ୍ଲେଖନୀୟ ଯେ, ହିଜବୁଲ୍ଲା ଓ ଇସ୍ରାଏଲ ଭିତରେ ଏହି ଚୁକ୍ତି ଏକ ଦୁର୍ଲଭ କୁଟନୈତିକ ଉପଲବ୍ଧି ବୋଲି କୁହାଯାଉଥିଲା, କିନ୍ତୁ ଇସ୍ରାଏଲର ଅସ୍ତ୍ରବିରତିର ଦିନକ ପରେ କରାଯାଇଥିବା ଆକ୍ରମଣ ଯୋଗୁଁ ଯୁଦ୍ଧ ବଢିବାର ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.