ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

‘ଜଳିଯିବ ତେହରାନ’: ଇରାନ୍‌କୁ ଚେତାବନୀ ଦେଲେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ

Published By : Tapas Panda | June 14, 2025 7:06 PM

Image Courtesy: indiatvnews

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ, ଇସ୍ରାଏଲ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛି।  ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଯଦି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖେ, ତେବେ ତେହେରାନ ଜଳିଯିବ। ସେନା ମୁଖ୍ୟଙ୍କ ସହ ଏକ ବୈଠକ ପରେ, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍‌ କହିଛନ୍ତି, ‘ଆମର ନାଗରିକମାନଙ୍କୁ କ୍ଷତି ପହଞ୍ଚାଇଲେ ଇରାନକୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡିବ।’ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ ପରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେବା ଆରମ୍ଭ କରିଛି। 




ଇସ୍ରାଏଲର ଅଧିକାରୀମାନେ କହିଛନ୍ତି ଯେ, ଦେଶର ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ। ସେପଟେ ଇସ୍ରାଏଲୀ ଆକ୍ରମଣରେ ଇରାନ ତାର ସଶସ୍ତ୍ର ବାହିନୀର ଆଉ ଦୁଇ ଉଚ୍ଚସ୍ତରୀୟ ଜେନେରାଲଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ଇରାନର ସରକାରୀ ଟିଭି ଅନୁଯାୟୀ, ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନାମ ସେନାର ଜେନେରାଲ ଷ୍ଟାଫର ଡେପୁଟି ଚିଫ୍ ଅଫ୍ ଇଣ୍ଟେଲିଜେନ୍ସ ଜେନେରାଲ ଗୁଲାମ ରଜା ମେହରାବି ଏବଂ ଅପରେସନ୍ସ ବ୍ରାଞ୍ଚର ଡେପୁଟି ଚିଫ୍ ଜେନେରାଲ ମେହେଦି ରବାନୀ ବୋଲି ଚିହ୍ନଟ କରାଯାଇଛି। 

ଉଭୟଙ୍କ ମୃତ୍ୟୁ କେଉଁଠି ହୋଇଛି ତାହା କୁହାଯାଇ ନାହିଁ। ଏହା ପୂର୍ବରୁ ଶୁକ୍ରବାର ଇସ୍ରାଏଲ, ଇରାନ ଉପରେ ଆକ୍ରମଣ କରିଥିଲା । ଏଥିରେ ସେନାର 'ଚିଫ୍ ଅଫ୍ ଷ୍ଟାଫ୍' ଏବଂ ଅର୍ଦ୍ଧସାମରିକ ବାହିନୀ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ସମେତ ସଶସ୍ତ୍ର ବାହିନୀର ଅନେକ ଉଚ୍ଚସ୍ତରୀୟ ଅଧିକାରୀ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଦ୍ୱାରା କରାଯାଇଥିବା ଆକ୍ରମଣରେ ଇରାନରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆକ୍ରମଣ ଜାରି ରହିବ ଏବଂ ଇରାନ ପରମାଣୁ ଠିକଣାକୁ ଟାର୍ଗେଟ କରାଯିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.