ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଗାଜାରେ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ର ରକେଟ୍‌ ମାଡ଼, ଗୋଟିଏ ପରିବାରର ୮ ସଦସ୍ୟଙ୍କ ସମେତ ୨୯ ମୃତ

Published By : Tapas Panda | December 11, 2024 6:26 PM

Image Courtesy: politico

ନୂଆଦିଲ୍ଲୀ: ଗାଜାରେ ଜୋରଦାର ଆକ୍ରମଣ କରୁଛି ଇସ୍ରାଏଲ । ବୁଧବାର ଗାଜାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଏଥିରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି ।  ଏହି ସମୟରେ ଇସ୍ରାଏଲ ସେନା ଗାଜାରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପ ଉପରେ ଆକ୍ରମଣ କରିଛି । ଏଥିରେ ୧୯ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବା ବେଳେ ଅନେକ ନିରୀହ ଜୀବନ ଯାଉଛି । ଲେବାନନ୍‌ର ହେଜବୁଲ୍ଲା ସଂଗଠନ ସହ ଯୁଦ୍ଧ ବିରାମ ଉପରେ ରାଜି ହୋଇଥିବା ଇସ୍ରାଏଲ ଗାଜାରେ ଆକ୍ରମଣ ଜାରି ରଖିଛି । 

ସେପଟେ ଆମେରିକାର ବର୍ତ୍ତମାନ ଏବଂ ଆଗାମୀ ସରକାର ଯୁଦ୍ଧ ବନ୍ଦ ଉପରେ ଜୋର ଦେଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ ।  ଗାଜାରେ ଥିବା କମଲ ଆଦ୍ବାନ ହସ୍ପିଟାଲ ଅନୁସାରେ, ଆଜି ଇସ୍ରାଏଲ ସେନା ବିତ୍‌ ଲାହିୟାରେ ରକେଟ୍‌ ମାଡ଼ କରିଛି । ୧୯ ଜଣ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଶିଶୁଙ୍କ ସମେତ ୮ ସଦସ୍ୟ ଅଛନ୍ତି । ମଧ୍ୟ ଗାଜାରେ ନିର୍ମାଣାଧୀନ ଶରଣାର୍ଥୀ କ୍ୟାମ୍ପରେ ରକେଟ ମାଡ଼ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଶିଶୁ, ସେମାନଙ୍କ ବାପା-ମା ଏବଂ ସଂପର୍କୀୟ ଅଛନ୍ତି । ସେପଟେ କେନ୍ଦ୍ରୀୟ ଗାଜାରୁ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ୪ଟି ରକେଟ୍‌ ମାଡ଼ କରିଥିବା ଜଣାପଡ଼ିଛି । 

ସୂଚନାଯୋଗ୍ୟ, ଅକ୍ଟୋବର ୭, ୨୦୨୩ରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଏବେ ବି ଜାରି ରହିଛି । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ସଂଗଠନ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ସାଧାରଣ ଲୋକଙ୍କ ସମେତ ପ୍ରାୟ ୧୨ ଶହ ଜଣଙ୍କ ଜୀବନ ଯାଇଥିଲା । ହମାସ ଆତଙ୍କବାଦୀ ଶିଶୁଙ୍କ ୨୫୦ ଜଣଙ୍କୁ ବନ୍ଦୀ କରିନେଇଥିଲେ । ଏବେ ବି ୧୦୦ ଜଣ ବନ୍ଦୀ ଗାଜାରେ ଅଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.