ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇସ୍ରାଏଲର ଟପ୍‌ କମାଣ୍ଡର କଲେ ଇସ୍ତଫାର ଘୋଷଣା , କହିଲେ ପଦ ଛାଡ଼ିବାର କାରଣ

Published By : Prameya | January 21, 2025 7:54 PM

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ଟପ୍‌ ଇସ୍ରାଏଲର କମାଣ୍ଡର ଲେଫ୍ଟେନାଣ୍ଟ ଜେନେରାଲ ହେରଜି ହାଲେଭି ନିଜ ପଦରୁ ଦେଇଛନ୍ତି ଇସ୍ତଫା। ରିପୋର୍ଟସ ଅନୁସାରେ, ସେ ଯୁଦ୍ଧବିରତିକୁ ନେଇ ଦୁଃଖିତ ଥିଲେ। ତାଙ୍କର କହିବା ହେଲା କି, ହମାସକୁ ସଂପୂର୍ଣ୍ଣ ରୂପେ ଶେଷ କରିବାର ଶପଥ ପୂରା ହୋଇ ପାରିନାହିଁ। ହମାସର ହମଲାକୁ ରୋକା ଯାଇ ପାରି ନାହିଁ। 

କହି ରଖୁଛୁ କି, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମଧ୍ୟ ଅନେକ ଥର କହି ଥିଲେ କି, ଯେପର୍ଯ୍ୟନ୍ତ ହମାସ ସଂପୂର୍ଣ୍ଣ ରୂପେ ଶେଷ ନହୋଇଛି, ସେବେ ଯାଏ ଯୁଦ୍ଧ ରୋକିବ ନାହିଁ। ହେଲେ ରବିବାର ଗାଜାରେ ଯୁଦ୍ଧ ବିରତି ହୋଇ ଯାଇଛି। ଏହାପରେ ଇସ୍ରାଏଲ ଓ ହମାସ ଉଭୟ ହିଁ ବନ୍ଧକଙ୍କୁ ମୁକ୍ତ କରିଛନ୍ତି। 

ହାଲେଭି ନିକଟରେ ଏକ ବୟାନରେ କହିଥିଲେ କି, ୭ ଅକ୍ଟୋବରରେ ହମାସର ହମଲାକୁ ରୋକି ନପାରିବାକୁ ନେଇ ସେ ବହୁତ ଦୁଃଖିତ। ସେ କହିଥିଲେ କି, ଖୁବ୍‌ ଶୀଘ୍ର କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ନିଜର ଦାୟିତ୍ୱ ପ୍ରଦାନ କରିବାକୁ ବିଚାର କରିବେ। 

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରତିର ଡିଲ୍‌ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୩ ଜଣ ମହିଳା ବନ୍ଧକଙ୍କୁ ହମାସ ମୁକ୍ତ କରିଛି। ଏହା ବଦଳରେ ଇସ୍ରାଏଲ ୯୦ ମହିଳା ବନ୍ଧକଙ୍କୁ ଛାଡ଼ିଛି। ବର୍ତ୍ତମାନ ହମାସ ଠାରୁ ୩୩ ବନ୍ଧକଙ୍କୁ ମୁକ୍ତ କରିବାର ଡିଲ୍‌ ହୋଇଛି। ୬ ସପ୍ତାହ ଭିତରେ ଏତେ ବନ୍ଧକଙ୍କୁ ମୁକ୍ତ କରାଯିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟର ଡିଲ୍‌ ହେବ। ଅନ୍ୟପଟେ ଗାଜା ପଟ୍ଟିରେ ସହାୟତା ପହଞ୍ଚିବା ପାଇଁ ଟ୍ରକ୍‌ ଗୁଡ଼ିକୁ ଅନୁମତି ଦିଆ ଯାଇଛି। ୬ ସପ୍ତାହ ଭିତରେ ଏତେ ବନ୍ଧକଙ୍କୁ ମୁକ୍ତ କରାଯିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟର ଡିଲ୍‌ ହେବ। ଅନ୍ୟପଟେ ଗାଜା ପଟ୍ଟିରେ ସହାୟତା ପହଞ୍ଚିବା ପାଇଁ ଟ୍ରକ୍‌ ଗୁଡ଼ିକୁ ଅନୁମତି ଦିଆ ଯାଇଛି।

ଉଲ୍ଲେଖନୀୟ ଯେ, ଏହି ମୁକ୍ତ ସେହି ଡିଲ୍‌ର ଅଂଶ, ଯେଉଁଥିରେ ଇସ୍ରାଏଲ ଓ ହମାସ ମଧ୍ୟରେ ବନ୍ଧକଙ୍କୁ ପରସ୍ପରକୁ ପ୍ରଦାନ ପାଇଁ କରାଯାଇଛି। ଫିଲିସ୍ତିନୀୟ ମହିଳା କଏଦୀଙ୍କ ମୁକ୍ତି ଇସ୍ରାଏଲ ପକ୍ଷରୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ମନେକରାଯାଉଛି, ଯାହା ଫିଲିସ୍ତିନୀୟ ଓ ଇସ୍ରାଏଲୀୟ ପକ୍ଷ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତିକୁ କିଛି ସମୟ ଯାଏ କମାଇ ପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.