ନୂଆଦିଲ୍ଲୀ,୨୪।୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋର ଲଗାତାର ଭାବରେ ଫେଲ୍ ହେବାରେ ଲାଗିଛି ମିଶନ୍। ନିକଟରେ ହୋଇଥିବା ମିଶନ୍ରେ ଆସିଥିବା ବାଧା ଓ ବିଫଳତା ଚିନ୍ତା ବଢାଇଛି।ଏହାକୁ ନେଇ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ)ଅଜିତ ଡୋଭାଲଙ୍କ ନିକଟରେ ଇସ୍ରୋ ଗସ୍ତ ପରେ ଏବେ ପୁରା ମାମଲାରେ ନୂଆ ମୋଡ ଆସିଛି। ଏହାର ଯାଞ୍ଚ ପାଇଁ ଏକ କମିଟି ମଧ୍ୟ ତିଆରି କରାଯାଇଛି। ପୂର୍ବତନ ବୈଜ୍ଞାନିକ ଏବଂ ପରାମର୍ଶଦାତା କେ.ବିଜୟରାଘବନ ଓ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏସ୍ ସୋମନାଥଙ୍କୁ ସାମିଲ କରି ଏହି ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଏହି କମିଟି ଇସ୍ରୋର ଧୁବ୍ରୀୟ ଉପଗ୍ରହ ଉତ୍‌କ୍ଷେପଣ ଯାନ ଅର୍ଥାତ ପିଏସ୍ଏଲଭିର ଲଗାତାର ବିଫଳତା ପଛରେ ‘ପ୍ରଣାଳୀଗତ ପ୍ରସଙ୍ଗ’ ଓ ‘ସଂଗଠନାତ୍ମକ’ ସମସ୍ୟାର ଯାଞ୍ଚ କରିବ।

୧-PSLV-C62(୧୨ଜାନୁଆରୀ,୨୦୨୬): ଏହି ମିଶନ୍ ୧୬ ସାଟେଲାଇଟ୍କୁ କକ୍ଷରେ ସ୍ଥାପିତ କରିବାରେ ବିଫଳ ରହିଥିଲା। ରକେଟର ତୃତୀୟ ପର୍ଯ୍ୟୟ ବିଫଳ ରହିଥିଲା। ଏହି କାରଣରୁ ତାହା ସମୁଦ୍ରରେ ଖସି ପଡିଥିଲା।

୨-PSLV-C61(୧୮ ମଇ,୨୦୨୫): ଠିକ୍ ଏଭଳି ସମସ୍ୟା ଏହି ମିଶନ୍ରେ ମଧ୍ୟ ଦେଖିବାକୁ ମିଳିଥିଲା। ଏଥିରେ ତୃତୀୟ ପର୍ଯ୍ୟାୟ କାମ କରିପାରୁନଥିଲା। ଯେଉଁ କାରଣରୁ ସରକାରଙ୍କ ରଣନୈତିକ ଆବଶ୍ୟକତା ପାଇଁ ତିଆରି କରାଯାଇଥିବା EOS-09 ସାଟେଲାଇଟ୍ ନଷ୍ଟ ହୋଇଯାଇଥିଲା।

ଯାଞ୍ଚର ପରିସର ଓ କମିଟିର ଉଦେଶ୍ୟ

‘ଦ ହିନ୍ଦୁ’ର ରିପୋର୍ଟ ଅନୁସାରେ, ସାଧାରଣତଃ ଟେକ୍ନିକାଲ କମିଟିରୁ ଏହା ଜଣାପଡିଥାଏ କେଉଁ ଅଂଶ ଖରାପ ହୋଇଛି। କିନ୍ତୁ ଏହି ନୂଆ କମିଟି ମାନୁଫାକଚରିଂ, କିଣା ଓ ରକେଟ୍ର ବିଭିନ୍ନ ଘଟକକୁ ଆସେମ୍ବଲ କରିବାର ପକ୍ରିୟାକୁ ମଧ୍ୟ ଗଭୀରତାର ସହ ଯାଞ୍ଚ କରିବ। ଭାରତର ମହାକାଶ ଇକୋସିଷ୍ଟମରେ ଏବେବହୁ ଘରୋଇ କମ୍ପାନୀ ମଧ୍ୟ ରହିଛନ୍ତି। ଏଥିପାଇଁ କମିଟି ଏହି କଥାର ସମୀକ୍ଷା କରିବ ଯେ, କ’ଣ ଜବାବଦେହୀ ଧାର୍ଯ୍ୟ କରିବା ପାଇଁ କୌଣସି ଉଚିତ ପକ୍ରିୟା ରହିଛି କି ? ଏଥିରେ କିଭଳି ସୁଧାର କରିହେବ ? କମିଟିର ସଦସ୍ୟ ଏପ୍ରିଲ ପୂର୍ବରୁ ବର୍ତ୍ତମାନର ଇସ୍ରୋ ଅଧ୍ୟକ୍ଷ ଭି.ନାରାୟଣନଙ୍କୁ ନିଜର ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ଅନୁସାରେ,ଭାରତର ମହାକାଶ କମିଟିର ସଦସ୍ୟ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଅଜିତ ଡୋଭାଲ ୩ ଫେବୃଆରୀରେ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ଗ୍ରସ୍ତ କରିଥିଲେ,ଯାହାକି ସମ୍ଭବତPSLV-C62ମିଶନ୍ର ବିଫଳତା ସହ ସମ୍ପର୍କିତ ରହିଥାଇପାରେ।

ପୁରୁଣା ଯାଞ୍ଚ ପକ୍ରିୟାରେ ପରିବର୍ତ୍ତନ :

ରିପୋର୍ଟ ସାର୍ବଜନୀନ ନହେବା : ଐତିହାସିକ ରୂପରେ,ଇସ୍ରୋ ରକେଟ ବିଫଳତାର କାରଣର ଯାଞ୍ଚ କରିବା ପାଇଁ ଏକ ‘ବିଫଳତା ବିଶ୍ଲେଷଣ କମିଟି’ ତିଆରି କରିଥାଏ ଓ ଏହାର ନିଷ୍କର୍ଷକୁ ସାର୍ବଜନୀନ କରିଥାଏ। ତେବେPSLV-C61PSLV-C62ଦୁଇଟି ମାମଲାରେ ଏହି ରିପୋର୍ଟ ସାର୍ବଜନୀନ ହୋଇନାହିଁ।

ପିଏମ୍ଓକୁ ରିପୋର୍ଟ: ୧୮ ମଇ(PSLV-C61)ର ଦୁର୍ଘଟଣାର ଏଫ୍ଏସି ରିପୋର୍ଟPSLV-C62ର ଉତ୍କ୍ଷେପଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଥିଲା,କିନ୍ତୁ ଏହାର ବିବରଣୀକୁ ଗୁପ୍ତରେ ରଖାଯାଇଛି।

ଇସ୍ରୋର ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଠିକ୍ କରିବା ପରେ ଜୁନ୍ରେ ନିଜର ଉତ୍‌କ୍ଷେପଣକୁ ମହତ୍ବକାକ୍ଷୀଂ ଯୋଜନା ତିଆରି କରୁଛି। ଚଳିତ ବର୍ଷ ୧୮ଟି ଉତ୍‌କ୍ଷେପଣ କରାଯିବା ନିର୍ଦ୍ଧାରିତ ହୋଇଛି,ଯେଉଁଥିରେ ୬ଟି ଘରୋଇ କ୍ଷେତ୍ରର ସାଟେଲାଇଟ୍ ରହିଛି। ଆସନ୍ତା ବର୍ଷ ଜାପାନ, ଆମେରିକା ଓ ଫ୍ରାନ୍ସର ୩ ବଡ଼ ବିଦେଶୀ ସାଟେଲାଇଟ୍ ମଧ୍ୟ ଲଞ୍ଚ ହେବାର ଅଛି।

ଆହୁରି ପଢନ୍ତୁ :ସେଣ୍ଟ୍ରାଲ ଇରାନରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ,ପାଇଲଟ ସହ ୪ମୃତ