ନୂଆଦିଲ୍ଲୀ,୩୦/୧୨: ଇତିହାସ ରଚିବାକୁ ଯାଉଛି ଭାରତ । ନୂଆବର୍ଷ ପୂର୍ବରୁ ମହାକାଶରେ ଚମତ୍କାର କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଯାହା ଏ ଯାଏ କେବଳ ଆମେରିକା, ଋଷ ଏବଂ ଚୀନ କରିପାରିଛନ୍ତି । ଆଜି (ସୋମବାର) ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି ଇସ୍ରୋ ।

ଏହି ମିଶନ ଦ୍ବାରା ଦୁଇଟି ସାଟେଲାଇଟକୁ ଯୋଡି ଡକିଂ ଟେକନିକ ହାସଲ କରିବାକୁ ଲକ୍ଷ୍ୟ କରାଯାଇଛି ।  ଏହାକୁ  ସ୍ପେଡେକ୍ସ ମିଶନ କୁହାଯାଏ । ଏହି ମିଶନର ଲକ୍ଷ୍ୟ ହେଉଛି ଦୁଇଟି ସାଟେଲାଇଟକୁ ପରସ୍ପର ସହ ଯୋଡିବା । ମହାକାଶ ଭାଷାରେ ଏହାକୁ ଡକିଂ କୁହାଯାଏ ଏବଂ ଅନଡକିଂ କୁହାଯାଏ ।  ମିଶନ ସଫଳ ହେଲେ ଭାରତ ଏପରି କରିବାରେ ଚତୁର୍ଥ ଦେଶ  ହେବ । ଭାରତ ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶ ସ୍ପେସ୍ ଷ୍ଟେସନ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାର ସ୍ବପ୍ନ ଦିଗରେ ଆଉ ପାଦେ ଆଗକୁ ବଢିବ । ଚନ୍ଦ୍ରଯାନ ମିଶନରେ ସହାୟକ ହେବ ସ୍ପେଡେକ୍ସ ମିଶନ ।

ଏହି ମିଶନ କରିବାରେ ଭାରତ ଚତୁର୍ଥ ଦେଶ । ଡିସେମ୍ବର ୩୦ ତାରିଖ ଅର୍ଥାତ୍ ଆଜି (ସେମାବାର) ଆନ୍ଧପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ପିଏସଏଲଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ତ ହେବାକୁ ଯାଉଛି । ରାତି ୯ଟା ୫୮ମିନିଟରେ ଲଞ୍ଚିଂ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ ପାଇଁ ଇସ୍ରୋ ପ୍ରସ୍ତୁତି ଶେଷ କରିଛି । ମହାକାଶରେ ସାଧାରଣ ମିଶନର ଟାର୍ଗେଟ ହାସଲ ଲାଗି ଅନେକ ରକେଟ ଲଞ୍ଚ କରିବାର ଆବଶ୍ୟକ ପଡିବା ବେଳେ ଡକିଂ ଟେକନିକ୍ ଜରୁରୀ ହୋଇଥାଏ । ଡକିଂ ସିଷ୍ଟମ ଦୁଇ ସାଟେଲାଇଟ ବା ଉପରକରଣକୁ ମହାକାଶରେ ଯୋଡି ନୂଆ ଢାଞ୍ଚା ବନାଇବାର ପ୍ରକ୍ରିୟା । ଇସ୍ରୋ ଅନୁସାରେ ସ୍ପେଡେକ୍ସ ମିଶନରେ ଦୁଇଟି ମହାକାଶଯାନ ଏସଡିଏକ୍ସ-୦୧ ଚେଜର ଏବଂ ଏସଡିଏକ୍ସ ୦୨ ଟାର୍ଗେଟକୁ ମହାକାଶରେ ଯୋଡିବା ଏବଂ ଅଲଗା କରିବାର ଟେକନିଟ ଦେଖାଇବ ।

ଏହି ଦୁଇ ଯାନ ପୃଥିବୀର ନିମ୍ନକକ୍ଷରେ ଚକ୍କର କାଟିବେ । ମିଶନରେ କମ୍ ପ୍ରଭାବ ବିଶିଷ୍ଟ ସିଷ୍ଟମ ବ୍ୟବହାର ହେବ । ଯାହା ଦ୍ବାରା ବିନା କୌଣସି ବିଶିଷ୍ଟ ସିଷ୍ଟମ ବ୍ୟବହାର ହେବ ଯାହା ଦ୍ବାରା ବିନା କୌଣସି କ୍ଷତିରେ ଡକିଂ ହୋଇପାରିବ । ଏଥିରେ ହାଇ ରିଜୋଲ୍ୟୁସନ କ୍ୟାମେରା, ମିଲ୍ଟି ସ୍ପେକ୍ରୁଲ ମିଶନରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର ହୋଇଛି ।  ମହାକାଶରେ ଡକିଂ ଜ୍ଞାନକୌଶଳକୁ ଉନ୍ନତ ଧରଣର କରାଯିବା ଏବଂ ପ୍ରାକୃତିକ ସମ୍ବଳ ବାବଦରେ ଜାଣିବା ଦିଗରେ ବେଶ୍ ଗୁରୁତ୍ବପୂର୍ଣ୍ମ । ଦୁଇଟି ଯା ପରସ୍ପର ସହ ଯୋଡି ହେଲେ ଏଥିଯୋଗୁ କୌଣସି କ୍ଷତି ହେବନାହିଁ । ଇସ୍ରୋ ଅନୁସାରେ ମିଶନରେ ୨୮,୮୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ଦୁଇ କୃତ୍ରିମ ଉପଗ୍ରହକୁ ପରସ୍ପର ସହ ଯୋଡିବାକୁ ଉଦ୍ୟମ କରାଯିବ । ଏହାର ବେଗକୁ ଘଣ୍ଟା ପ୍ରତି ୦.୦୦୩୬ କିମିକୁ ହ୍ରାସ କରାଯିବ । ଏହି ଐତିହାସିକ ମିଶନ ଲଞ୍ଚକୁ ଇସ୍ରୋରେ ସିଧା ପ୍ରସାରଣ କରାଯିବ ।