ନୂଆଦିଲ୍ଲୀ,୨୪/୧୨; ଭାରତର ମିଶନ ବ୍ଲୁବାର୍ଡ । ସରିଯିବ ଟାୱାର ଯୁଗ । ମୋବାଇଲ ଯୋଗଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ । ମହାକାଶରେ ଇତିହାସ ରଚିଲା ଭାରତର ‘ବାହୁବଳୀ’ ରକେଟ୍ । ଇସ୍ରୋର ହେଭିୱେଟ୍ ଚାମ୍ପିଅନ୍ ଲଞ୍ଚ୍ ଭେଇକଲ୍ ମାର୍କ-୩ (ଏଲ୍ଭିଏମ୍୩) ନିଜର ୮ମ ମିଶନ୍ ଉତ୍କ୍ଷେପଣ ହୋଇଛି । ଏଥର ଆମେରିକାର ଉଦ୍ଭାବକ ଏଏସ୍ଟି ସ୍ପେସ୍ମୋବାଇଲ୍ର ଆଗାମି ପିଢ଼ି କମ୍ୟୁନିକେସନ୍ ସାଟେଲାଇଟ୍‘ବ୍ଲୁବାର୍ଡ-୬ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନରୁ ମହାକାଶକୁ ପଠାଯାଇଛି । ଏହାର ଲକ୍ଷ୍ୟ- ସିଧାସଳଖ ମହାକାଶରୁ ସାଧାରଣ ସ୍ମାର୍ଟଫୋନ୍‌କୁ ବ୍ରଡ୍‌ବ୍ୟାଣ୍ଡ ପହଞ୍ଚାଇବା । ମିଶନ ସଫଳ ହେଲେ ଆଉ ମୋବାଇଲ ନେଟୱାର୍କ ପାଇଁ ଟାୱାରର ଆବଶ୍ୟକତା ପଡ଼ିବ ନାହିଁ । ଟାୱାର ଯୁଗ ସରିଯିବ । ବ୍ଲୁବାର୍ଡ ବ୍ଲକ-୨ ସାଟେଲାଇଟ୍ ପୃଥକ ହୋଇ ସଫଳତାର ସହ କକ୍ଷପଥରେ ସ୍ଥାପିତ ହୋଇଛି । ଏହା ସହିତ, ମିଶନ୍ ସଫଳତାର ସହ ସମାପ୍ତ ହୋଇଛି । ମିଶନ୍ ଲଞ୍ଚ ନେଇ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।ଭାରତରୁ ଆମ ଉତ୍‌କ୍ଷେପଣ ଯାନ (ରକେଟ୍‌) ଦ୍ୱାରା ଲଞ୍ଚ୍‌ ହୋଇଥିବା ଏହା ସବୁଠୁ ଓଜନଦାର ସାଟେଲାଇଟ୍‌ । ଶ୍ରୀହରିକୋଟାରୁ ଏହା ୧୦୪ତମ ଲଞ୍ଚ୍ । ମାତ୍ର ୫୨ ଦିନ ମଧ୍ୟରେ LVM-3ର ଏହା ବ୍ୟାକ ଟୁ ବ୍ୟାକ ମିଶନ ବୋଲି ଇସ୍ରୋ ଚେୟାରମ୍ୟାନ୍‌ ଭି ନାରାୟଣନ୍‌ କହିଛନ୍ତି । 

​​​​​​​ଆଜି (ବୁଧବାର) ସକାଳ ୮.୫୫ରେ ସାଟେଲାଇଟ୍‌ ଉତ୍‌କ୍ଷେପଣ ହୋଇଛି । ବ୍ଲୁବାର୍ଡ ସାଟେଲାଇଟ୍‌ର ଓଜନ ପ୍ରାୟ ୬,୧୦୦ କିଲୋ । କୌଣସି ଭାରତୀୟ ରକେଟ୍‌ ଦ୍ୱାରା ଲଞ୍ଚ୍‌ ହୋଇଥିବା ଏହା ସବୁଠୁ ଅଧିକ ଓଜନ । ଭାରତରୁ ଆମ ଉତ୍‌କ୍ଷେପଣ ଯାନ (ରକେଟ୍‌) ଦ୍ୱାରା ଲଞ୍ଚ୍‌ ହୋଇଛି । ଏହା ସବୁଠୁ ଓଜନଦାର ସାଟେଲାଇଟ୍‌ ।‘ବାହୁବଲୀ’ ନାମରେ ପରିଚିତ ଏଲ୍‌ଭିଏମ୍‌୩ ରକେଟ୍‌ ୪୩.୫ ମିଟର ଉଚ୍ଚ, ଓଜନ ୬୪୦ ଟନ୍‌ । ଏହା ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍‌ ।