ନୂଆଦିଲ୍ଲୀ,୧୭/୦୪: ଲିମାରେ ଚାଲିଥିବା  ଆଇଏସ୍‌ଏସଏଫ୍‌ ବିଶ୍ୱକପ୍‌ରେ ଭାରତକୁ ୩ଟି ପଦକ  ମିଳିଛି । ଅଲିମ୍ପିଆନ ମନୁ ଭାକର ରୌପ୍ୟ ଏବଂ ସୁରୁଚୀ  ସିଂ ସ୍ୱର୍ଣ୍ଣ ଜିତିଛନ୍ତି । ସେମିତି ପୁରୁଷ ବର୍ଗରେ ସୌରଭ  ଚୌଧୁରୀଙ୍କୁ ବ୍ରୋଞ୍ଜ ପଦକ ମିଳିଛି । 

ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ଓ ସୁରୁଚୀଙ୍କ  ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ୧୮ ବର୍ଷୀୟା ସୁରୁଚୀ ୨୪୩.୬  ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ମନୁ ୨୪୨.୩ ପଏଣ୍ଟ ସହ ରୌପ୍ୟ  ଜିତିଥିଲେ । ବିଶ୍ୱକପ୍‌ରେ ଏହା ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ ।   

ପୁରୁଷ ବର୍ଗରେ ସୌରଭ ତୃତୀୟ ସ୍ଥାନରେ ରହିଥିଲେ ।  ସେ ୨୧୯.୧ ପଏଣ୍ଟ ସ୍କୋର କରିଥିଲେ । ଚୀନର ହୁ କାଇ  (୨୪୬.୪) ଏବଂ ବ୍ରାଜିଲର ଫେଲିପ ଆଲମେଇଦା ଉ (  ୨୪୧.୦) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ ।