ନୂଆଦିଲ୍ଲୀ : କିଛି ଟଙ୍କା ଖର୍ଚ୍ଚ କଲେ ଆପଣଙ୍କୁ ଭାରତରେ ସହଜରେ ଇଣ୍ଟରନେଟ୍‌ ମିଳିଯାଏ। ବିଶ୍ୱର ଅନ୍ୟ କୋଣରେ ମଧ୍ୟ ଏମିତି ହିଁ କାହାଣୀ ଅଛି। କେଉଁଠି କମ୍‌ ଖର୍ଚ୍ଚରେ ତ କେଉଁଠି ଅଧିକ ଖର୍ଚ୍ଚରେ ଇଣ୍ଟରନେଟ୍‌ ମିଳିଥାଏ, କିନ୍ତୁ କିଛି ସ୍ଥାନରେ ଇଣ୍ଟରନେଟ୍‌ର ଆକ୍ସେସ୍‌ ବଛା ବଛା ଲୋକଙ୍କୁ ହିଁ ମିଳିଥାଏ। ଆମେ କହୁଛୁ ଉତ୍ତର କୋରିଆ କଥା , ଯେଉଁଠି ଇଣ୍ଟରନେଟ୍‌ର ଆକ୍ସେସ୍‌ କେବଳ କିଛି ହଜାର ଲୋକଙ୍କ ପର୍ଯ୍ୟନ୍ତ ହିଁ ସୀମିତ ଅଛି। 

ସାରା ବିଶ୍ୱରେ ଆଜି ଇଣ୍ଟରନେଟ୍‌, ସ୍ମାର୍ଟଫୋନ୍‌ ଓ ଏଆଇର ଧମାକା ଚାଲିଛି, କିନ୍ତୁ ନର୍ଥ କୋରିଆର ଲୋକେ ଏହି ସବୁଠାରୁ ଖୁବ୍‌ ଦୂରରେ । WIRED ୨୦୨୩ ମସିହାରେ ପ୍ରକାଶ କରିଥିବା ନିଜର ଏକ ରିପୋର୍ଟରେ ନର୍ଥ କୋରିଆରେ ଇଣ୍ଟରନେଟ୍ ଆକ୍ସେସ ଉପରେ ସୂଚନା ଦେଇଥିଲା। ଏହି ଦେଶରେ ସେନ୍ସରସିପ୍‌ର ସ୍ଥିତି ଏମିତି ଯେ, କୌଣସି ବି ସୂଚନା ବାହାରକୁ ଯିବା ଅସମ୍ଭବ। 

ଏହି ଦେଶରେ କେବଳ କିଛି ହଜାର ଲୋକଙ୍କୁ ହିଁ ସାରା ବିଶ୍ୱର ଇଣ୍ଟରନେଟ୍‌ର ଆକ୍ସେସ୍‌ ମିଳିଥାଏ। ଏହା ବ୍ୟତୀତ ଅନ୍ୟ ଲୋକଙ୍କୁ ଏକ ଡୋମେଷ୍ଟିକ୍‌ ଇଣ୍ଟ୍ରାନେଟ୍‌ର ଆକ୍ସେସ ରହିଛି। ଏହି ଇଣ୍ଟରନେଟ୍‌କୁ Kwangmyong  ନାମ ଦିଆ ଯାଇଛି। ଏହା ସରକାର ଦ୍ୱାରା କଣ୍ଟ୍ରୋଲ କରାଯାଉ ଥିବା ନେଟୱର୍କ, ଯାହା ଉପରେ ଲୋକଙ୍କୁ ସେନ୍ସର ହୋଇଥିବା ସୂଚନା ମିଳିଥାଏ ।

ଏହା ଶିକ୍ଷା ଠାରୁ ନେଇ ନ୍ୟୁଜ୍‌ ଯାଏ ସବୁ ସରକାରର କଣ୍ଟ୍ରୋଲ ସହ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚା ଯାଏ। ଏହାସହ ଦେଶରେ ସୀମିତ କମ୍ୟୁନିକେସନ ସାଧନ ରହିଛି। ଲୋକଙ୍କୁ ଏହି ଇଣ୍ଟ୍ରାନେଟ୍‌ରେ ମଧ୍ୟ ସର୍ଭିଲାନ୍ସର ସାମ୍ନା କରିବାକୁ ପଡ଼ିଥାଏ। ସରକାର ଲୋକଙ୍କୁ ସବୁ ଅନଲାଇନ୍ ଆକ୍ଟିଭିଟିରେ ନଜର ରଖିଥାନ୍ତି।  

Kwangmyongରେ ମଧ୍ୟ ଲୋକଙ୍କୁ ମନିଟର କରାଯାଏ, ଯେଉଁଥିରେ ସେମାନଙ୍କୁ ଯେମିତି ଦେଶ ବାହାରର ସୂଚନା ମିଳି ପାରିବ ନାହିଁ। ସରକାର ଏସବୁ କିଛି ନିଜର ବିଚାରଧାରାକୁ ବଜାୟ ରଖିବା ପାଇଁ କରନ୍ତି। ରିପୋର୍ଟ ଅନୁସାରେ,ନର୍ଥ କୋରିଆରେ ଇଣ୍ଟରନେଟ୍‌ର ଆକ୍ସେସ ପାଇଁ ଲୋକଙ୍କୁ ମୁସ୍କିଲରେ ଅନୁମତି ମିଳିଥାଏ। ଏହି ପ୍ରୋସେସ୍‌ରେ ପୂରା ଦିନର ସମୟ ଲାଗିଯାଏ। ଏହାପରେ ତାଙ୍କୁ ଜଣେ ବ୍ୟକ୍ତିଙ୍କ ସହ ବସା ଯାଏ, ଯିଏ ତାଙ୍କର ବ୍ରାଉଜିଂ ଉପରେ ନଜର ରଖିଥାନ୍ତି ଏବଂ ପ୍ରତି ୫ ମିନିଟ୍‌ରେ ତାଙ୍କୁ ଅନୁମତି ଦେଇଥାନ୍ତି। ମନିଟର ପାଇଁ ବସି ଥିବା ବ୍ୟକ୍ତି ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ପ୍ରତି ୫ ମିନିଟ୍‌ରେ ଇଣ୍ଟରନେଟ୍‌ର ଆକ୍ସେସ ଦେଇଥାନ୍ତି। ଯଦି କାହାକୁ ଘଣ୍ଟାଏରୁ ଅଧିକ ସମୟ ପାଇଁ ଇଣ୍ଟରନେଟ୍‌ ଦରକାର, ତ ଏହାକୁ ସ୍ପେଶାଲ ପରମିଶନ ନେବାକୁ ହେବ। ଏଥିରେ ଦୁଇ ଦିନ ଯାଏ ସମୟ ଲାଗି ପାରେ। 

ଗତ କିଛି ବର୍ଷରେ ନର୍ଥ କୋରିଆରେ ସ୍ମାର୍ଟଫୋନର ସଂଖ୍ୟା ବୃଦ୍ଧି ପାଇଛି। ଏହାର ସାହାଯ୍ୟରେ ଲୋକେ ପରସ୍ପର ସହ ସହଜରେ କନେକ୍ଟ କରି ପାରନ୍ତି। ହେଲେ ଏହି ଡିଭାଇସେସ୍‌ ମଧ୍ୟ ସରକାରଙ୍କ ନିରୀକ୍ଷଣରେ ରହିଥାଏ। ଏହା ଫୋନ୍ସ ସ୍କ୍ରିନସଟ୍‌ ନେଇ ସରକାରଙ୍କୁ ପଠାଇଥାନ୍ତି। ଅର୍ଥାତ୍‌ ଆପଣ ଫୋନ୍‌ରେ କଣ କରୁଛନ୍ତି, ଡିଭାଇସ ଏହାର ସ୍କ୍ରିନସଟ୍‌ ନେଇ ସରକାରଙ୍କୁ ପଠାଇ ଥାଏ।