ସୁନ୍ଦରଗଡ଼, ୧୯/୬ : ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ଲିଙ୍କ୍ରେ ତାଙ୍କ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ଆଇଟି ରେଡ୍। ଗୁରୁବାର ସକାଳ ୮ଟାରେ ସୁନ୍ଦରଗଡ଼ ମିଶନ ରୋଡ୍ରେ ରହୁଥିବା ବିଶିଷ୍ଟ କୋଇଲା ଟ୍ରାନ୍ସପୋର୍ଟର ସଞ୍ଜୟ ନନ୍ଦଙ୍କ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢାଉ ଆରମ୍ଭ କରିଛି। ସ୍ଵର୍ଗତ ନବ ଦାସଙ୍କ ସହ ସଞ୍ଜୟ ନନ୍ଦ ମିଳିତ ଭାବେ କୋଇଲା ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ। ଏହା ପୂର୍ବରୁ ଆଇଟି ବିଭାଗ ସଞ୍ଜୟ ନନ୍ଦଙ୍କ ଘରେ ଚଢ଼ାଉ କରିଥିଲା। ହେଲେ କୌଣସି ଅନିୟମିତତା ହୋଇଥିବା ପ୍ରମାଣ ନପାଇ ଚାଲିଯାଇଥିଲା। ଏବେ ପୁଣି ଥରେ ଆଇଟି ବିଭାଗ ଚଢାଉ କରିଛି।
ସୂଚନାନୁଯାୟୀ, ଆୟକର ଫାଙ୍କିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ୍ କରିଛି। ଗୁରୁବାର ସକାଳ ୫ଟାରୁ ଦେଶର ୨୦ରୁ ଅଧିକ ସ୍ଥାନରେ ଚଢାଉ ଚାଲିଛି। ୨୦ଟି ଟିମ୍ରେ ୧୦୦ରୁ ଅଧିକ ଅଧିକାରୀ ରେଡ୍ କରୁଛନ୍ତି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ଵର, କଟକ, ପୁରୀ, ଓ ଦିଲ୍ଲୀରେ ଚଢାଉ ଚାଲିଛି।
ଏହି ଖବରଟିକୁ ପଢନ୍ତୁ-