ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୩ ବର୍ଷ ହେବ ସରିପାରୁନି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ, ଯାତାୟତ ବାଧାପ୍ରାପ୍ତ

Published By : Gurupada Nath | December 12, 2024 11:09 PM

ଫିରିଙ୍ଗିଆ,୧୨/୧୨ : କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଠିକାଦାର ହେଉ କି ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ୩ବର୍ଷ ହେବ ଅଧାରେ ଅଟକି ରହିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ହେଉଥିବା ଏକ ରାସ୍ତା କାମ I ଅଧାଖଣ୍ଡିଆ ରାସ୍ତା ପାଇଁ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମୂହ ଅଞ୍ଚଳବାସୀ I ଖାଲ ଖମାରେ ଭର୍ତ୍ତି ହୋଇ ରହିଥିବା ଏହି ଅଧା ଖଣ୍ଡିଆ ରାସ୍ତା ପାଇଁ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି l 

ଏଭଳି ଏକ ରାସ୍ତା ଦେଖିବାକୁ ମିଳିଛି  ଫିରିଙ୍ଗିଆ ବ୍ଲକ କୁଇରୀମାଣ୍ଡୁ ପଂଞ୍ଚାୟତରେ I ସୂଚନା ଅନୁସାରେ ଏହି କୁଇରିମାଣ୍ଡୁ ପଞ୍ଚାୟତ ବାସିଙ୍କ ଯାତାୟତ ସମସ୍ୟାକୁ ଆଖିଆଗରେ ରଖି ପଞ୍ଚାୟତ ମୁଖ୍ୟାଳୟ ଠାରୁ ବାରାହାଲା ଭାୟା ସରେଡି, କଲମପଡା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟଅଟକଳରେ ଏକ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଛି I ଏହି ରାସ୍ତା ନିର୍ମାଣ କାର୍ଯ୍ୟଟି ଅଧିକ୍ଷଣ ଯନ୍ତ୍ରୀ ଫୁଲବାଣୀ ରାସ୍ତା ଓ କୋଠାବାଡି ବିଭାଜନଙ୍କ ଅଧୀନରେ ହେଉଥିବା ବେଳେ ଏହି ରାସ୍ତା ନିର୍ମାଣ କାମଟିକୁ ଟେଣ୍ଡର ମାଧ୍ୟମରେ ଜୟପୁରର ପ୍ରଦୀପ କୁମାର ପାଢ଼ୀ ନାମକ ଜଣେ ସ୍ୱତନ୍ତ୍ର ଶ୍ରେଣୀର   ଠିକାଦାରଙ୍କୁ ଦିଆଯାଇଛି I  ରାସ୍ତା କାମ ପାଇଁ ଲାଗିଥିବା ଫଳକରେ ୨୭/୦୯/୨୦୨୨ ତାରିଖ କାମ ଆରମ୍ଭ ହୋଇ ଥିବା ଲେଖା ରହିଛି  ରାସ୍ତା କାମଟି ଅର୍ଦ୍ଧ ନିର୍ମିତ ଭାବରେ ପଡିରହିଥିବା ସତ୍ୱେ ୨୬/୦୬/୨୦୨୩ ତାରିଖ ରାସ୍ତା କାମଟି ସରିଯାଇଥିବା   ଉଲ୍ଲେଖ ରହିଛି I  ଦୀର୍ଘ ୩ ବର୍ଷ ଧରି ଏହି ରାସ୍ତା କାମଟି ଅଧାରେ ଅଟକି ରହିଥିବା ବେଳେ କାମ ଶେଷ ହେବାର ଅବଧି ସରିବାର ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ କାମ ସରିପାରୁନାହିଁ I ଯାହାପାଇଁ ସ୍ଥାନୀୟ ଅଞ୍ଚଳ ରେ ତିବ୍ର ଅସନ୍ତୋଷ ଦେଖାଦେଇଛି I ଅନ୍ୟପଟେ ପ୍ରାୟ ୮ କିଲୋମିଟର ଲମ୍ବା ବିଶିଷ୍ଟ ଏହି ରାସ୍ତା କାମଟି ଅତି ନିମ୍ନ ମାନର ହୋଇଥିବା ଅଭଯୋଗ ହୋଇଥିବା ବେଳେ ସମ୍ପୃକ୍ତ ଠିକାଦାର ଜଣକ ଠିକ ଭାବରେ ମେଟାଲ ଓ ଗୋଡି ବିଛାଇ ନଥିବାରୁ ରାସ୍ତାରେ ପକାଯାଇଥିବା ମେଟାଲ ଓ ଗୋଡି ରାସ୍ତା ସାରା ଉଠି ପଡି ଖାଲ ଖମାରେ ଭର୍ତି ହୋଇଗଲାଣି I 

ଯାହାପାଇଁ ଏହି ରାସ୍ତାରେ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଚାଲିଥିବା ଅଞ୍ଚଳ ବାସୀ ଅଭଯୋଗ କରିଛନ୍ତି I  ରାସ୍ତା କାମ ଅଧାରେ ପକେଇ ଦେଇ ଠିକାଦାର ଓ ଠିକସଂସ୍ଥା ଛାଡିଦେଇ ଦେଖା ଯାଉନଥିବା ବେଳେ ରାସ୍ତା କାମ ବିଷୟରେ ଦାୟିତ୍ୱରେ ଥିବା ବିଭାଗର କନିଷ୍ଠ  ଯନ୍ତ୍ରୀଙ୍କୁ ପଚାରିବାରୁ ରାସ୍ତା କାମପାଇଁ ଫରେଷ୍ଟ ଡ଼ାଇଭର୍ଶନ ଅସୁବିଧା ରହିଥିବାରୁ କାମଟି ସମ୍ପୂର୍ଣ ହୋଇପାରିନଥିଲା I ଏହି ଫରେଷ୍ଟ ସମସ୍ୟାର ସମାଧାନ ହୋଇସାରିଛି ଓ ଅଳ୍ପ ଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି I ତେବେ ଏହି ରାସ୍ତା କାମ ଶୀଘ୍ର ସାରିବା ପାଇଁ ସ୍ଥାନୀୟ ସରପଞ୍ଚ ମାଧବ କହଁର, ସମିତି ସଭ୍ୟ ପଞ୍ଚାନନ ଦିଗାଲ, ପୂର୍ବତନ ଫିରିଙ୍ଗିଆ ପାଞ୍ଚୟତ ସମିତି ଉପାଧ୍ୟାକ୍ଷା ସସ୍ମିତା ଦିଗାଲଙ୍କ ସହ ରାସ୍ତା ଉପରେ ନିର୍ଭର କରି ଯାତାୟତ କରିଆସୁଥିବା ଅଞ୍ଚଳର ପ୍ରାୟ ୧୨ ରୁ ଅଧିକ   ଗାଁର ଅଞ୍ଚଳ ବାସୀ ଦାବି କରିଛନ୍ତି I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.