ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଛାତ୍ରଛାତ୍ରୀଙ୍କୁ ବୃତ୍ତି ନିମନ୍ତେ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ ଓ ଆଇଟିଇଆର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର…

Published By : Ladu Kishor | March 12, 2025 8:06 PM

ଭୁବନେଶ୍ୱର ୧୨/୦୩: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭରସିଟି ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ ମଧ୍ୟରେ ସୋମବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଆଇଟିଇଆରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଆର୍ଥିକ ଭାବେ ଦୁର୍ବଳ ମାତ୍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ବାର୍ଷିକ ୭୫, ୦୦୦ ଟଙ୍କା ହିସାବରେ ବୃତ୍ତି ଦିଆଯିବ ।

ଏହି ଛାତ୍ରଛାତ୍ରୀଙ୍କୁ ଏହା ଆର୍ଥିକ ସାହାଯ୍ୟ, ପରାମର୍ଶ ଓ ଶିକ୍ଷାନବୀଶ ଭାବେ କାର୍ଯ୍ୟ କରିବାର ଅବକାଶ ତଥା ତାଲିମ ସୁବିଧା ଭାବେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ମାନେ ଅଧ୍ୟୟନର ପ୍ରଥମ ଅବା ଦ୍ୱିତୀୟ ବର୍ଷରେ ଏହି ସୁଯୋଗ ପାଇପାରିବେ।ଏହି ବୁଝାମଣାପତ୍ରରେ ଆଇଟିଇଆରର ଡିନ୍‌ ପ୍ରଫେସର ପ୍ରଦୀପ କୁମାର ସାହୁ ଓ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ ପକ୍ଷରୁ ଏହାର ଟ୍ରଷ୍ଟି ଶ୍ରୀମତି ସୁନୟନା ମୂର୍ତ୍ତୀ ସ୍ୱାକ୍ଷର କରିଥିଲେ। 

ଏହି ଅବସରରେ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ର ସିଏସ୍‌ଆର ମ୍ୟାନେଜର ଶ୍ରୀମତି ପ୍ରତିଭା ନାୟକ, ମ୍ୟାନେଜର କମର୍ସିଆଲ୍‌ (ଏୟାର କଣ୍ଡିସନିଂ ଡିଭିଜନ୍‌) ଶ୍ରୀ ଅରୁଣ ଜି. ଶେକରନ୍‌, କନ୍‌ସଲ୍‌ଟାଂଟ ଶ୍ରୀ ଏସ୍‌. କଲ୍ୟାଣ, ଆଇଟିଇଆରର ଆଡିସ୍‌ନାଲ୍‌ ଡିନ୍‌ (ପ୍ଲେସ୍‌ମେଂଟ)ଡ.ରାଜକୁମାର ହୋତା ଓ ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ସରୋଜ ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.