ଭୁବନେଶ୍ୱର ୧୨/୦୩: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭରସିଟି ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ ମଧ୍ୟରେ ସୋମବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଆଇଟିଇଆରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଆର୍ଥିକ ଭାବେ ଦୁର୍ବଳ ମାତ୍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ବାର୍ଷିକ ୭୫, ୦୦୦ ଟଙ୍କା ହିସାବରେ ବୃତ୍ତି ଦିଆଯିବ ।

ଏହି ଛାତ୍ରଛାତ୍ରୀଙ୍କୁ ଏହା ଆର୍ଥିକ ସାହାଯ୍ୟ, ପରାମର୍ଶ ଓ ଶିକ୍ଷାନବୀଶ ଭାବେ କାର୍ଯ୍ୟ କରିବାର ଅବକାଶ ତଥା ତାଲିମ ସୁବିଧା ଭାବେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ମାନେ ଅଧ୍ୟୟନର ପ୍ରଥମ ଅବା ଦ୍ୱିତୀୟ ବର୍ଷରେ ଏହି ସୁଯୋଗ ପାଇପାରିବେ।ଏହି ବୁଝାମଣାପତ୍ରରେ ଆଇଟିଇଆରର ଡିନ୍‌ ପ୍ରଫେସର ପ୍ରଦୀପ କୁମାର ସାହୁ ଓ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ ପକ୍ଷରୁ ଏହାର ଟ୍ରଷ୍ଟି ଶ୍ରୀମତି ସୁନୟନା ମୂର୍ତ୍ତୀ ସ୍ୱାକ୍ଷର କରିଥିଲେ। 

ଏହି ଅବସରରେ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ର ସିଏସ୍‌ଆର ମ୍ୟାନେଜର ଶ୍ରୀମତି ପ୍ରତିଭା ନାୟକ, ମ୍ୟାନେଜର କମର୍ସିଆଲ୍‌ (ଏୟାର କଣ୍ଡିସନିଂ ଡିଭିଜନ୍‌) ଶ୍ରୀ ଅରୁଣ ଜି. ଶେକରନ୍‌, କନ୍‌ସଲ୍‌ଟାଂଟ ଶ୍ରୀ ଏସ୍‌. କଲ୍ୟାଣ, ଆଇଟିଇଆରର ଆଡିସ୍‌ନାଲ୍‌ ଡିନ୍‌ (ପ୍ଲେସ୍‌ମେଂଟ)ଡ.ରାଜକୁମାର ହୋତା ଓ ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ସରୋଜ ଆଚାର୍ଯ୍ୟ ଉପସ୍ଥିତ ଥିଲେ।