ନୂଆଦିଲ୍ଲୀ : ସୁନାର ଆଭୂଷଣ କିଣିବାକୁ ଯାଉଥିବା ଆଶାୟୀଙ୍କ ପାଇଁ ନିରାଶର ଖବର। କାରଣ ଏହି ମୂଲ୍ୟବାନ ଧାତୁର ଦାମରେ ହଠାତ୍‌ ବୃଦ୍ଧି ଘଟିଛି। ଚାହୁଁ ଚାହୁଁ ବୁଧବାର ଦିନ ପ୍ରଥମ ଥର ସୁନାର ଦାମ ପ୍ରତି ୧୦ ଗ୍ରାମରେ  ୮୦ ହଜାର ଟଙ୍କା ଅତିକ୍ରମ କରିଯାଇଛି। ଏକ ପ୍ରମୁଖ ଉଦ୍ୟୋଗ ସଙ୍ଗଠନର ତଥ୍ୟ ଅନୁସାରେ ଏହା ଜଣାପଡ଼ିଛି । 

ଏହି ବୃଦ୍ଧିର ମୁଖ୍ୟ କାରଣ ବଜାରରେ ଅସ୍ଥିରତା ବୃଦ୍ଧି ମଧ୍ୟରେ ନିବେଶକଙ୍କ ଏହି ଦାମୀ ଧାତୁ ଆଡ଼କୁ ପ୍ରବଳ ଆକର୍ଷଣ । ଆଉ ମଧ୍ୟ ବିଶ୍ୱସ୍ତରରେ ଡଲାରର ଦୁର୍ବଳ ହେବାରେ ବି ଦାମ୍‌ରେ ବୃଦ୍ଧି ହୋଇଛି। ଦିଲ୍ଲୀ ସର୍ରାଫା ବଜାରରେ ବୁଧବାର ସୁନାର ଦାମ ପ୍ରତି ୧୦ ଗ୍ରାମରେ ୬୩୦ ଟଙ୍କା ବଢି ୮୨,୭୦୦ଟଙ୍କାରେ ପହଞ୍ଚିଛି। ଏହା ପଛରେ ଆଉ ଏକ କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବାରେ ବଜାରରେ ବ୍ୟବଧାନ ଘଟିବାର ଆଶଙ୍କାକୁ ମଧ୍ୟ ଇଙ୍ଗିତ କରିଛି। 

ସୁନାର ମୂଲ୍ୟ ବୃଦ୍ଧି ପାଇଁ ବିଶେଷ ଭାବେ ଡଲାରର ବୈଶ୍ୱିକ ଦୁର୍ବଳତା ମଧ୍ୟ ଏଥିରେ ରହିଛି। ଡଲାରର ସୂଚକାଙ୍କ ଗତ ୬ଟି ସେସନ ମଧ୍ୟରୁ ୫ଟିରେ ହ୍ରାସର ରେକର୍ଡ ହୋଇଛି। ଏହି ପ୍ୟାଟର୍ଣ୍ଣ ଗ୍ଲୋବାଲ ଇନଭେଷ୍ଟରଙ୍କୁ ନିଜର ନିବେଶକୁ ଡଲାରରୁ ସୁନାରେ ସ୍ଥାନାନ୍ତିରତ କରିବା ପାଇଁ ପ୍ରେରିତ କରିଛି। ଯେଉଁଥିରେ ଦାମରେ ବୃଦ୍ଧି ହୋଇଛି।

ସୁନାର ଦାମ୍‌ରେ ବୃଦ୍ଧିରେ ବିବାହ ସିଜନରେ ଖୁଚୁରା ଆଭୂଷଣ ବିକ୍ରି ଉପରେ ଅନିଶ୍ଚିତତା ବାଦଲ ଛାଇ ଯାଇଛି। ଲୋକଙ୍କୁ ଭୟଭୀତ କରିଦେଇଛି।

ବିଶେଷଜ୍ଞଙ୍କ ଅନୁସାରେ, ସୁନା ଖୁବ୍‌ ଶୀଘ୍ର ୮୫,୦୦୦ଟଙ୍କା ପ୍ରତି ୧୦ ଗ୍ରାମ୍‌କୁ ବି ଅତିକ୍ରମ କରିପାରେ। ବୁଧବାର ରୂପା ମଧ୍ୟ ୧୦୦୦ଟଙ୍କା ବଢି ୯୪,୦୦୦ଟଙ୍କା ପ୍ରତି କିଲୋଗ୍ରାମ ହୋଇ ଯାଇଛି। 


ଇକୋନୋମିକ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ , ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲାର୍ସ ଆସୋସିଏସନ (ଆଇବିଜେଏ)ର ଫିଜିକାଲ ମାର୍କେଟ୍‌ ଡାଟାରୁ ଜଣାପଡ଼ିଛି କି ୨୪ କ୍ୟାରେଟ୍‌ ସୁନା ୮୦,୧୯୪ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ ବନ୍ଦ ହୋଇଛି। ଆଇବିଜେଏ ଓ ବୁଲିୟନ ଟ୍ରେଡ୍‌ର ଉଦ୍ୟୋଗ ବିଶେଷଜ୍ଞଙ୍କ ଅନୁସାରେ ଡଲାର ଦୁର୍ବଳ ହେବା ଓ ସୁନାର ସୁରକ୍ଷିତ ଷ୍ଟାଟସ୍‌ ସ୍ଥିତି ଦାମ୍‌କୁ ଉର୍ଦ୍ଧ୍ୱଗାମୀ କରିଛି।

ଆଇବିଜେଏର ତଥ୍ୟରୁ ଜଣାପଡ଼ିଛି କି ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ୭୯,୪୫୩ ଟଙ୍କା ପ୍ରତି ୧୦ଗ୍ରାମରେ ବନ୍ଦ ହୋଇଛି। ଗତ ୩୦ ଅକ୍ଟୋବର, ୨୦୨୪ରେ ୭୯,୬୮୧ ଟଙ୍କା ପ୍ରତି ୧୦ ଗ୍ରାମ୍‌ ରେକର୍ଡ କରାଯାଇଥିଲା। 

ମୁମ୍ୱାଇ ସ୍ଥିତ ଆଗମୋଣ୍ଟ ଗୋଲ୍ଡର ରିସର୍ଚ୍ଚ ହେଡ୍‌ ରୋନିଶା ଚୌନାନୀ ସୁନାର ଦାମ୍‌ରେ ବୃଦ୍ଧି ପାଇଁ ଟ୍ରମ୍ପ-ଯୁଗର ନୀତିଗୁଡ଼ିକୁ ଦାୟି କରିଛନ୍ତି। ଯେଉଁଥିରେ ଶୁଳ୍କ ବୃଦ୍ଧି ଓ ବ୍ୟାପାରରେ ଅନିଶ୍ଚିତତା ସାମିଲ ରହିଛି।