ନୂଆଦିଲ୍ଲୀ : ଇସଲାମାବାଦରେ ୨୧ ଘଣ୍ଟାର ଇରାନ ଓ ଆମେରିକାର ମାରାଥନ କଥାବାର୍ତ୍ତା ଅସଫଳ ହେବା ପରେ ସୋମବାର (୧୩ ଅପ୍ରେଲ) ରେ ମିଡିଲ୍ –ଇଷ୍ଟରେ ଉତ୍ତେଜନା ଆହୁରି ବଢି ଯାଇଛି ଏବଂ ଏହା ଶୀର୍ଷ ସ୍ତରରେ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ସାମୁଦ୍ରିକ ନୌସୈନିକ ନାକାବନ୍ଦୀର ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ, ଆମେରିକୀୟ ସେନା ଆଜି ଦ୍ୱିପହର ( 14:00 GMT/10:00 AM ET) ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ ସମୟରେ ଇରାନୀ ବନ୍ଦରକୁ ଆସୁଥିବା ସବୁ ଜାହାଜକୁ ନାକାବନ୍ଦୀ (ବ୍ଲକେଡ୍) ଆରମ୍ଭ କରିବ। ଆମେରିକାର କହିବାନୁସାରେ, ହର୍ମୁଜ ସାମୁଦ୍ରିକ ମାର୍ଗରେ ସେ ସେହି ଜାହାଜ ଗୁଡ଼ିକୁ ରୋକିବା ଓ ତଲାସୀ ନେବ , ଯିଏକି ଇରାନକୁ ଟୋଲ୍ ଦେଇଛନ୍ତି ଏବଂ ଇରାନୀ ବନ୍ଦର ଆଡ଼କୁ ଯାଉଛନ୍ତି। ହେଲେ ଇରାନର ବନ୍ଦରକୁ ଯାଉ ନଥିବା ଜାହାଜ ଗୁଡ଼ିକୁ ରାସ୍ତା ଦିଆଯିବ। ଏହାସହ ଟ୍ରମ୍ପଙ୍କ ଏହି ଚେତାବନୀର କାଉଣ୍ଟଡାଇନ ଆରମ୍ଭ ହୋଇ ସାରିଛି।
ଅନ୍ୟପଟେ , ଇରାନର ସଶସ୍ତ୍ର ବାହାନୀ ଗୁଡ଼ିକ କଡ଼ା ଚେତାବନୀ ଦେଇ କହିଛନ୍ତି , ଯଦି ତାର ବନ୍ଦରର ସୁରକ୍ଷାର ବିପଦ ସୃଷ୍ଟି ହୁଏ , ତ କ୍ଷେତ୍ରର କୌଣସି ବି ବନ୍ଦର ସୁରକ୍ଷିତ ରହିବ ନାହିଁ। ଇରାନ ଆମେରିକାର ନାକାବନ୍ଦୀକୁ ସାମୁଦ୍ରିକ ଡକାୟତି ଦର୍ଶାଇ କହିଛି, ଏହି ରଣନୀତିକ ଜଳ କ୍ଷେତ୍ର ସମସ୍ତଙ୍କୁ ପାଇଁ ସୁରକ୍ଷିତ ହେବ ନୁହେଁ ତ କାହା ପାଇଁ ମଧ୍ୟ ନୁହେଁ। ଇସଲାମିକ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ (ଆଇଆରଆଇବି) ଅନୁସାରେ , ପାରସ୍ୟର ଉପସାଗର ଓ ଓମାନ ସାଗରରେ ସୁରକ୍ଷା ସମସ୍ତଙ୍କ ପାଇଁ ହେବ , ନୁହେଁ ତ କାହା ପାଇଁ ନୁହେଁ। ଇରାନୀ ସେନା କହିଛି , ଏହି କ୍ଷେତ୍ରର କିଛି ବି ବନ୍ଦର ସୁରକ୍ଷିତ ରହିବ ନାହିଁ।
ଏହି ମଧ୍ୟରେ , ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦେଶ ଇରାନ ବିରୋଧରେ ଆମେରିକାର ନେତୃତ୍ୱର କୌଣସି ବି ନୌସୈନିକ ନାକାବନ୍ଦୀରେ ସାମିଲ ହେବ ନାହିଁ। ସେ ଜୋର ଦେଇ କହିଛନ୍ତି ଯେ, ବ୍ରିଟେନକୁ ଇରାନ ସହ ଯୁଦ୍ଧରେ ସଂପୃକ୍ତ କରାଯିବ ନାହିଁ। ଷ୍ଟାର୍ମର କହିଛନ୍ତି , ହର୍ମୁଜ ସମୁଦ୍ର ମାର୍ଗକୁ ନୌବହନ ପାଇଁ ସଂପୂର୍ଣ୍ଣ ଖୋଲା ରଖିବା ତାଙ୍କର ପ୍ରାଥମିକତା , କାରଣ ଏହାର ବନ୍ଦ ହେବାରେ ବିଶ୍ୱ ସ୍ତରର ଶକ୍ତି ବଜାର ପ୍ରଭାବିତ ହେଉଛି ଏବଂ ଲୋକଙ୍କ ପାଇଁ ବିଜୁଳି-ଗ୍ୟାସ୍ର ବିଲ୍ ବଢୁଛି। ସେ କହିଛନ୍ତି ଏହା ଆମର ଯୁଦ୍ଧ ନୁହେଁ , ଆମେ ଏଥିରେ ଫସିବୁ ନାହିଁ।
ଏହିପରି , ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲବନିଜ ମଧ୍ୟ କହିଛନ୍ତି ଯେ, ତାଙ୍କୁ ଆମେରିକା ସହ ନାକାବନ୍ଦୀରେ ସାମିଲ ହେବାକୁ କୌଣସି ଅନୁରୋଧ ମିଳି ନାହିଁ ଏବଂ ସେ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନର ସମ୍ମାନ ପକ୍ଷରେ। ଏହି ମଧ୍ୟରେ ତୁର୍କୀର ବିଦେଶ ମନ୍ତ୍ରୀ ହାକାନ ଫିଦାନ ଆଶା କରିଛନ୍ତି ଯେ, ହର୍ମୁଜ ସମୁଦ୍ର ମାର୍ଗର ମାମଲା ନିକଟ ଭବିଷ୍ୟତରେ କୂଟନୀତିକ ରାସ୍ତାରେ ସମାଧାନ କରି ଦିଆଯିବ। ସେ ସଙ୍କେତ ଦେଇଛନ୍ତି ଯେ, ଏହାର ବିନିୟମନ (ରେଗୁଲେସନ)ରେ କିଛି ପରିବର୍ତ୍ତନ ସମ୍ଭବ।
ଆହୁରି ମଧ୍ୟ ପଢନ୍ତୁ : ବିଶ୍ୱ ଯୁଦ୍ଧ ଆଶଙ୍କା ! ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ; 'ସାମାନ୍ୟ ଭୁଲ୍ ହେବ ପ୍ରାଣଘାତୀ'