ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବାଟାଲିଅନ କମାଣ୍ଡରରୁ ହମାସ ସେନାମୁଖ୍ୟ; ଭୂତ ନାମରେ ଥିଲା ଜଣାଶୁଣା, ଜାଣନ୍ତୁ କିଏ ଇଜ-ଅଦ-ଦିନ ଅଲ-ହଦାଦ

Published By : Ankita S | June 3, 2025 10:37 AM

ନୂଆଦିଲ୍ଲୀ,୦୩/୦୬: ଇସ୍ରାଏଲ ସେନାର ଆକ୍ରମଣରେ ହମାସ ଆତଙ୍କୀ ସଂଗଠନର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କର ମୃତ୍ୟୁ ହୋଇଥିବା ଘୋଷଣା ହୋଇଥିଲା । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହି ସୂଚନା ଦେଇଥିଲେ । ଗାଜାର ଏକ ହସ୍ପିଟାଲରେ ଥିବା ଆଡ୍ଡା ଉପରେ ଗତ ମେ ୧୩ରେ ଇସ୍ରାଏଲ ସେନା ବୋମାମାଡ କରିଥିଲା । ହସ୍ପିଟାଲ ଟନେଲରେ ଥିବା ମହମ୍ମଦ ସିନୱାର ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ମହମ୍ମଦ ସବନାଙ୍କର ମୃତ୍ୟୁ ଘଟିଥିଲା । ମହମ୍ମଦ ସିନୱାର ପୂର୍ବତନ ହମାସ ମୁଖ୍ୟ ୟାହୟା ସିନୱାରଙ୍କ ସାନଭାଇ । ଇସ୍ରାଏଲ ସେନାର ମୋଷ୍ଟ ୱାଣ୍ଟେଡ଼ ଥିଲେ । ମହମ୍ମଦ ସିନୱାର ତ ଦୁନିଆରୁ ଗଲା । ଏବେ ଇଜ-ଅଲ-ଦୀନ ଅଲ ହଦାଇ ହମାସର ନୂଆ ମୁଖିଆ ହୋଇଛି । ସେ 'ଭୂତ' ନାମରେ ଜଣାଶୁଣା ଥିଲା ।

ଇଜ-ଅଲ-ଦୀନ ଅଲ ହଦାଇ ହମାସ ସୈନ୍ୟ ସଂଗଠନ ଅଲ କନ୍ସାମ ବ୍ରିଗେଡସର ଜଣେ ପ୍ରମୁଖ କମାଣ୍ଡର ଥିଲା । ସେ ଏବେ ଗାଜା ବ୍ରିଗେଡ ମୁଖ୍ୟ ହୋଇଛନ୍ତି । ହମାସ ସୈନ୍ୟ ପରିଷଦର ସଦସ୍ୟ ଅଛନ୍ତି । ୨୦୨୧ରେ ବାର୍ସମ ଇସାର ହତ୍ୟା ପରେ ତାଙ୍କୁ ଗାଜା ବ୍ରିଗେଡ କମାଣ୍ଡର ନିଯୁକ୍ତ କରାଯାଇଥିଲା । ୨୦୨୫ ମେ ରେ ମହମ୍ମଦ ସିନୱାରର ମୃତ୍ୟୁ ପରେ ଅଲ-ହଦାଦ ହମାସ ସେନାମୁଖ୍ୟ ହୋଇଛନ୍ତି । 

ହମାସ ସେନାମୁଖ୍ୟ ଇଜ-ଅଲ-ଦୀନ ଅଲ ହଦାଇ- ଦୀର୍ଘ ଦିନ ଧରି ଇସ୍ରାଏଲ ସେନା ଟାର୍ଗେଟରେ ରହି ଆସିଛି । ସୌଭାଗ୍ୟବସତଃ ୬ ଥର ବଞ୍ଚିଯାଇଛି । ୨୦୦୮ ମସିହାରୁ ଅଜ-ଅଦ- ଦିନ ଉପରେ ଆକ୍ରମଣ ହୋଇଥିଲା । ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ତାଙ୍କ ବାସଭବନକୁ ଟାର୍ଗେଟ କରି ୨୦୦୮, ୨୦୧୨, ୨୦୨୧ ଏବଂ ୨୦୨୩ ମସିହାରେ ହୋଇଥିଲା । ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ତାକୁ ୩ ଥର ଟାର୍ଗେଟ କରାଯାଇଛି । କିନ୍ତୁ ସବୁ ଥର ସେ ରକ୍ଷା ପାଇ ଯାଇଛି । ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଲ ହଦାଦ ତାର ଗତିବିଧିକୁ ନେଇ ବହୁ ସକର୍କତା ଅବଲମ୍ବନ କରୁଥିଲା । ବିଭିନ୍ନ ସମୟରେ ସ୍ଥାନ ପରିବର୍ତ୍ତନ କରୁଥିଲା । କଡ଼ା ସୁରକ୍ଷା ବଳୟରେ ରହୁଥିଲା । ତାର ଆଭ୍ୟନ୍ତରୀଣ ଗୋଷ୍ଠୀର କିଛି ବିଶ୍ୱସ୍ତଙ୍କ ଉପରେ ଭରସା କରୁଥିଲା । 

ଇଜ-ଅଲ-ଦୀନ ଅଲ ହଦାଇ ବାବଦରେ ଖବର ଦେଲେ ଇସ୍ରାଏଲ ୭୫୦,୦୦୦ ପୁରସ୍କାର ରାଶି ଘୋଷଣା କରିଥିଲା ।  ଜାନୁଆରୀ ୧୭, ୨୦୨୫ ଗାଜା ସିଟିରେ ହୋଇଥିବା ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ରେ ତାଙ୍କର ବଡ଼ ପୁଅ ସୁହାଇବ ଏବଂ ନାତିର ମୃତ୍ୟୁ ହୋଇଥିଲା । ଏପ୍ରିଲରେ ତାଙ୍କ ସାନ ପୁଅ ଇସ୍ରାଏଲର ଏକ ଅପରେସନ୍‌ରେ ଆଖି ବୁଜିଥିଲା ।

ଅକ୍ଟୋବର ୭ ଆକ୍ରମଣରେ ଇଜ-ଅଲ-ଦୀନ ଅଲ ହଦାଇର ଭୂମିକା-ଆକ୍ରମଣ ପୂର୍ବ ରାତିରେ, ଅଲ- ହାଦାଦ ବରିଷ୍ଠ କମାଣ୍ଡରମାନଙ୍କ ସହ ଏକ ଗୁପ୍ତ ବୈଠକ କରିଥିଲା । ଯେଉଁଠାରେ ସେ ମିଶନ୍‌ର ମୂଳ ଉଦ୍ଦେଶ୍ୟ ବିଷୟରେ କହିଥିଲା । ଇସ୍ରାଏଲ ସୈନିକଙ୍କ ଅପହରଣ, ଆକ୍ରମଣ ପ୍ରକୃତ ସମୟ ଡକ୍ୟୁମେଣ୍ଟେସନ୍ ଏବଂ ସୀମା-ସଂଲଗ୍ନ ଇସ୍ରାଏଲ ସମ୍ପ୍ରଦାୟକୁ କବଜା କରିବା ଜଣାପଡିଥିଲା । ହଦାଦ ଅକ୍ଟୋବର ୭ ଗାଜାରେ ଏକ ପ୍ରମୁଖ ଅଭିଯାନ ପାଇଁ ଇସ୍ରାଏଲ ସାମରିକ ଯୋଜନା ପ୍ରସ୍ତୁତ କରିବାଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.